ଓଡ଼ିଶାଲାଇଭ୍‌ ବ୍ୟୁରୋ

ବେଳେବେଳେ ରାତି ଖାଦ୍ୟ ପାଇଁ ପ୍ରସ୍ତୁତ ରୁଟି ବଳିଯାଇଥାଏ। ସେଇ ରୁଟିକୁ ଆମେ ସାଧାରଣତଃ ପଶୁ ପକ୍ଷୀଙ୍କୁ ଦେଇଥାନ୍ତି। କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ବାସି ରୁଟି ଖାଇଲେ ଏହା ଆମ ଶରୀରକୁ ଅଧିକ ଫାଇଦା ଦେଇଥାଏ। ପ୍ରତିଦିନ ସକାଳେ ବାସି ରୁଟିକୁ କ୍ଷୀର ସହ ଖାଇବା ଦ୍ୱାରା ଶରୀର ସହ ଜଡ଼ିତ ଅନେକ ସମସ୍ୟା ଦୂର ହୋଇଥାଏ। ତେଣୁ ବାସି ରୁଟିକୁ ଖାଇବାରେ ସାମିଲ୍ କରନ୍ତୁ।

ଗହମ ଅଟାରୁ ପ୍ରସ୍ତୁତ ରୁଟି ଆମ ଶରୀରର ଅନେକ ଉପକାର କରିଥାଏ। ଏଥିରେ ଅଧିକ ମାତ୍ରାରେ ଫାଇବର୍ ଥାଏ, ଯାହା ସହଜ ହଜମ ହେବାରେ ସାହାଯ୍ୟ କରିଥାଏ।

ରକ୍ତ ଚାପ

ବାସି ରୁଟି ଖାଇବା ଦ୍ୱାରା ଉଚ୍ଚ ରକ୍ତ ଚାପ ପରି ସମସ୍ୟା ଦୂର ହୋଇଥାଏ । ପ୍ରତିଦିନ ଥଣ୍ଡା କ୍ଷୀର ସହ ୨ଟି ବାସି ରୁଟି ଖାଆନ୍ତୁ । ଏହାଦ୍ୱାରା ରକ୍ତଚାପ ସନ୍ତୁଳିତ ରହିଥାଏ । ଗରମ ଦିନରେ ଏହାକୁ ଖାଇଲେ ଶରୀରର ଉତ୍ତାପ ନିୟନ୍ତ୍ରିତ ହୋଇଥାଏ।

ଡାଇବେଟିସ୍

ଯେଉଁ ବ୍ୟକ୍ତିଙ୍କର ଡାଇବେଟିସ୍ ବା ମଧୁମେହ ସମସ୍ୟା ଅଛି, ସେମାନେ ପ୍ରତ୍ୟେକ ଦିନ କ୍ଷୀର ସହ ବାସି ରୁଟି ଖାଆନ୍ତୁ । ଏଥିରେ ରକ୍ତରେ ଶର୍କରା ସ୍ତର ଠିକ୍ ରହିଥାଏ ।

ପେଟ ସମସ୍ୟା

କ୍ଷୀର ସହ ବାସି ରୁଟି ଖାଇବାଦ୍ୱାରା ପେଟର ଅନେକ ସମସ୍ୟା ଠିକ୍ ହୋଇଯାଏ । ଏସିଡିଟି ସମସ୍ୟା ଦୂର ହୋଇଥାଏ ଏବଂ ପାଚନ ମଧ୍ୟ ଠିକ୍‌ ଭାବେ ହୋଇଥାଏ ।

Comment