ଓଡ଼ିଶାଲାଇଭ୍ ବ୍ୟୁରୋ
ମୁମ୍ବାଇ ପୋଲିସରେ ଖାଲି ପଡ଼ିଥିବା କିଛି ସିପାହୀ ଚାକିରି ଏକ ରକମ ମୂଷା ରେସରେ ପରିଣତ ହୋଇଯାଇଛି। ୧୧୩୭ଟି ପଦ ପାଇଁ ଦୁଇ ଲକ୍ଷରୁ ଅଧିକ ଆବେଦନ ପତ୍ର ଦାଖଲ କରିଛନ୍ତି ପ୍ରାର୍ଥୀ।ଯଦି ଏହାକୁ ଗଣିତରେ ପକାଯାଏ ଗୋଟିଏ ପଦ ପାଇଁ ୧୭୫ ଜଣ ପ୍ରାର୍ଥୀ ଆବେଦନ କରିଛନ୍ତି।
ମୁମ୍ବାଇ ପୋଲିସରେ ଖାଲି ପଡିଥିବା କିଛି ସିପାହୀ ଚାକିରି ଏକ ରକମ ମୂଷା ରେସରେ ପରିଣତ ହୋଇଯାଇଛି। ୧୧୩୭ଟି ପଦ ପାଇଁ ଦୁଇ ଲକ୍ଷରୁ ଅଧିକ ଆବେଦନ ପତ୍ର ଦାଖଲ କରିଛନ୍ତି ପ୍ରାର୍ଥୀ।ଯଦି ଏହାକୁ ଗଣିତରେ ପକାଯାଏ ଗୋଟିଏ ପଦ ପାଇଁ ୧୭୫ ଜଣ ପ୍ରାର୍ଥୀ ଆବେଦନ କରିଛନ୍ତି।
ସବୁଠାରୁ ବଡ଼ କଥା ହେଉଛି ଏହି ଚାକିରି ପାଇଁ ଡାକ୍ତର, ଇଞ୍ଜିନିୟର, ଓକିଲ ଏବଂ ଏମବିଏ ଛାତ୍ରଛାତ୍ରୀମାନେ ଦରଖାସ୍ତ କରିଛନ୍ତି। ଶୁଣିଲେ ଆଶ୍ଚର୍ଯ୍ୟ ଲାଗିଵ ଯେ ଏହି ଚାକିରି ପାଇଁ ଶିକ୍ଷାଗତ ଯୋଗ୍ୟତା ମାତ୍ର ଅଷ୍ଟମ ଶ୍ରେଣୀ ପାସ। ଏହି ଚାକିରି ପାଇଁ ଏବେ ଶାରୀରିକ ପରୀକ୍ଷଣ ଚାଲିଛି ଓ ପ୍ରତିଦିନ ୯ହଜାର ପ୍ରାର୍ଥୀ ଟେଷ୍ଟ ଦେଉଛନ୍ତି।
ଯଦି ଆବେଦନକାରୀଙ୍କ ଶ୍ରେଣୀ ବିଭାଜନ କରାଯାଏ,ସବୁଠୁ ବେଶି ଦରଖାସ୍ତ ଆସିଚି ଇଂଜିନିୟରଙ୍କ ଠାରୁ। ୪୨୩ ଜଣ ପ୍ରାର୍ଥୀ ଇଂଜିନିୟର ହୋଇଥିବା ବେଳେ ୧୬୭ ହେଉଛନ୍ତି ଏମବିଏ, ୫୪୭ ଏମକମ, ୨୮ବିଏଡ଼, ୩୪ ଏମସିଏ, ୨୫ ବିଜେଏମସି, ୩ ବି ଏଚ ଲଏମଏସ, ୩ ଏଲଏଲବି ୧୬୭ ବିବିଏ।
“ସିପାହୀ ଚାକିରି ପାଇଁ ଡାକ୍ତର ଇଞ୍ଜିନିୟର ଆବେଦନ କରୁଥିବା ଚିନ୍ତାର ବିଷୟ।ଏହି ଉଚ୍ଚ ଶିକ୍ଷିତ ଯୁବକ ମାନେ ମୁଖ୍ୟତଃ ଗ୍ରାମାଞ୍ଚଳରୁ ଆସିଛନ୍ତି। ଏମାନଙ୍କର ଇଂରାଜୀ କହିବା ଦକ୍ଷତା ନଥିବାରୁ ଏମାନଙ୍କୁ ପ୍ରାଇଭେଟ ସେକ୍ଟରରେ ଚାକିରୀ ମିଳିବା କଷ୍ଟକର।ତେଣୁ ବାଧ୍ୟ ହୋଇ ନିଜ ଶିକ୍ଷାଗତ ଯୋଗ୍ୟତାଠାରୁ ଢ଼େର ନିମ୍ନମାନର ଚାକିରି ପାଇଁ ସେମାନେ ଆଶାୟୀ ହେଉଛନ୍ତି”, ମୁମ୍ବାଇ ପୋଲିସ କମିଶନର ଅରୁଣ ପଟ୍ଟନାୟକ।
ଅରୁଣ ପଟ୍ଟନାୟକ ଏ କଥା ମଧ୍ୟ କହିଛନ୍ତି, “ସିପାହୀଙ୍କୁ ମାସିକ ୨୫ ହଜାର ଟଙ୍କା ଦରମା ଓ କ୍ୱାର୍ଟର ମିଳିଥାଏ।ତା ଛଡା ଅନ୍ୟାନ୍ୟ ଭତ୍ତା ବି ରହିଛି। କିଛିବର୍ଷ ଚାକିରି ପରେ ବିଭାଗୀୟ ପରୀକ୍ଷା ଦେଇ ସେମାନେ ବିଭିନ୍ନ ଗୁରୁତ୍ଵପୂର୍ଣ୍ଣ ବିଭାଗରେ ଯୋଗ ଦେବାର ସମ୍ଭାବନା ବି ରହିଛି।ଏଣୁ ଆଖିକୁ ଚାକିରୀ ଛୋଟ ଦେଖାଯାଉଥିଲେ ହେଁ ପୋଲିସ ଚାକିରୀର ମର୍ଯ୍ୟାଦା ହିଁ କିଛି ଅଲଗା”।








ମୁମ୍ବାଇ ପୋଲିସରେ ଖାଲି ପଡ଼ିଥିବା କିଛି ସିପାହୀ ଚାକିରି ଏକ ରକମ ମୂଷା ରେସରେ ପରିଣତ ହୋଇଯାଇଛି। ୧୧୩୭ଟି ପଦ ପାଇଁ ଦୁଇ ଲକ୍ଷରୁ ଅଧିକ ଆବେଦନ ପତ୍ର ଦାଖଲ କରିଛନ୍ତି ପ୍ରାର୍ଥୀ।ଯଦି ଏହାକୁ ଗଣିତରେ ପକାଯାଏ ଗୋଟିଏ ପଦ ପାଇଁ ୧୭୫ ଜଣ ପ୍ରାର୍ଥୀ ଆବେଦନ କରିଛନ୍ତି।




