ଓଡ଼ିଶାଲାଇଭ୍ ବ୍ୟୁରୋ

ମହାରାଷ୍ଟ୍ରରେ କୋଭିଡ୍ ନିୟମ ଭାଙ୍ଗି ଗିରଫ ହେଲେ କ୍ରିକେଟର ସୁରେଶ ରାଇନା ଏବଂ ବଲିଉଡ୍ ଗାୟକ ଗୁରୁ ରାନ୍ଧୱା। ଏହି ଦୁଇ ସେଲିବ୍ରିଟିଙ୍କ ସହିତ ମୁମ୍ବାଇ ପୋଲିସ କୋଭିଡ୍ ନିୟମ ଭାଙ୍ଗିଥିବା ୩୪ ଜଣ ଲୋକଙ୍କୁ ଗିରଫ କରିଛି। ଅବଶ୍ୟ ଗିରଫ ହେବାର କିଛି ସମୟ ପରେ ରାଇନା ଓ ରାନ୍ଧୱାଙ୍କୁ କୋର୍ଟରୁ ଜାମିନ୍ ମିଳିଯାଇଛି।

ମଙ୍ଗଳବାର ମହାରାଷ୍ଟ୍ରରେ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ ହୋଇଛି। ଏହାସତ୍ତ୍ୱେ ସେଠାକାର ଏକ କ୍ଲବରେ ନିୟମ ଭାଙ୍ଗି ପାର୍ଟି ଆୟୋଜନ ହୋଇଥିଲା। ଏଥିରେ ବହୁତ ଲୋକ ସାମିଲ ହୋଇଥିଲେ। ତେଣୁ ମଙ୍ଗଳବାର ରାତି ପ୍ରାୟ ୩ଟା ପରେ ପୋଲିସ ସେହି କ୍ଲବ ଉପରେ ଛଢାଉ କରିଥିଲା।

ପୋଲିସ ଚଢ଼ାଉ ହେବା ପରେ ସେଠାରୁ ଅନ୍ୟମାନେ ଖସି ପଳାଇଥିଲେ। ପୋଲିସ କିନ୍ତୁ ଏହି ଦୁଇ ସେଲିବ୍ରିଟିଙ୍କ ସହିତ ୩୪ ଜଣଙ୍କୁ ଗିରଫ କରିଥିଲା। ଏହାପରେ ଜାମିନ୍ ମିଳିଯିବାରୁ ପୋଲିସ ରାଇନାଙ୍କୁ ଛାଡ଼ିଦେଇଛି। ପୋଲିସର କହିବା ମୁତାବକ ସେଠାରେ ସମସ୍ତେ ନିଶାସକ୍ତ ଥିଲେ। ତେଣୁ କୋଭିଡ୍ ନିୟମ ଭାଙ୍ଗିଥିବାରୁ ତାଙ୍କ ବିରୋଧରେ ଆଇପିସି ଧାରା ୧୮୮, ୨୬୯ ଓ ୩୪ରେ ମାମଲା ରୁଜୁ କରାଯାଇଥିଲା।

Comment