ଓଡ଼ିଶାଲାଇଭ୍ବ୍ୟୁରୋ

କ୍ରିକେଟରୁ ସନ୍ନ୍ୟାସ ନେଇଛନ୍ତି ସୁରେଶ ରାଇନା। ଟିମ୍ ଇଣ୍ଡିଆର ଷ୍ଟାର କ୍ରିକେଟର ସୁରେଶ ରାଇନା କ୍ରିକେଟର ସମସ୍ତ ଫର୍ମାଟରୁ ସନ୍ୟାସ ନେଇଥିବା ମଙ୍ଗଳବାର ଦିନ ଘୋଷଣା କରିଛନ୍ତି। ଏହା ପୂର୍ବରୁ ସୁରେଶ ରାଇନା ୨୦୨୦ ମସିହା ଅଗଷ୍ଟ ୧୫ ତାରିଖରେ ଇଣ୍ଟରନ୍ୟାସନାଲ କ୍ରିକେଟରୁ ଅବସର ନେଇଥିଲେ। କିନ୍ତୁ ସେ ଉତ୍ତରପ୍ରଦେଶ ପାଇଁ ଘରୋଇ ମ୍ୟାଚ ଖେଳୁଥିଲେ।

ସୁରେଶ ରାଇନା କ୍ରିକେଟର ସମସ୍ତ ଫର୍ମାଟରୁ ସନ୍ନ୍ୟାସ ନେବା ଲାଗି ଘୋଷଣା କରିବା ପରେ ଏବେ ସେ ବିଦେଶରେ ହେବାକୁ ଥିବା ଟି-୨୦ ଲିଗ୍ ଖେଳିପାରିବେ। ନିଜ ସନ୍ନ୍ୟାସ ବିଷୟରେ ସୁରେଶ ରାଇନା ସୋସିଆଲ ମିଡିଆରେ ଘୋଷଣା କରିଛନ୍ତି।

Tags: #Sports #Cricket #CricketFormats #Retirement #SureshRaina

Comment