ଓଡ଼ିଶାଲାଇଭ୍ ବ୍ୟୁରୋ

ସମୟ ସୀମା ଶେଷ ହୋଇଥିଲେ ମଧ୍ୟ ରାଜ୍ୟରେ ମାଗଣା ବୁଷ୍ଟର ଡୋଜ ଜାରି ରହିବ। କେନ୍ଦ୍ର ପକ୍ଷରୁ ପରବର୍ତ୍ତୀ ନିର୍ଦ୍ଦେଶ ଆସିବା ପର୍ଯ୍ୟନ୍ତ ଏହା ଜାରି ରହିବ ବୋଲି ଶନିବାର ଦିନ ସୂଚନା ଦେଇଛନ୍ତି ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ।

ବିଜୟ ପାଣିଗ୍ରାହୀଙ୍କ ସୂଚନା ଅନୁସାରେ ଗତ ଜୁଲାଇ ୧୫ରୁ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ୧୮ରୁ ୫୯ ବର୍ଷ ବୟସ୍କଙ୍କୁ ମାଗଣାରେ ବୁଷ୍ଟର ଡୋଜ ଦେବାକୁ କେନ୍ଦ୍ର ସରକାର ଘୋଷଣା କରିଥିଲେ। ଏହି ସମୟ ମଧ୍ୟରେ ୧ କୋଟି ୨୧ ଲକ୍ଷ ୫୦ ହଜାର ବୁଷ୍ଟର ଡୋଜ ଦିଆଯାଇଛି। ଏହା ପୂର୍ବରୁ ୬୦ରୁ ଊର୍ଦ୍ଧ୍ଵ ବୟସ୍କଙ୍କୁ ମାଗଣାରେ ବୁଷ୍ଟର ଡୋଜ ଦିଆଯାଉଥିଲା। ପ୍ରାୟ ୪୫ ପ୍ରତିଶତ ୬୦ ବର୍ଷରୁ ଊର୍ଦ୍ଧ୍ଵ ବୟସ୍କ ବର୍ତ୍ତମାନ ସୁଦ୍ଧା ବୁଷ୍ଟର ଡୋଜ ନେଇଛନ୍ତି।

କେନ୍ଦ୍ର ସରକାରଙ୍କ ପକ୍ଷରୁ କୌଣସି ନିର୍ଦ୍ଦେଶ ଆସିନଥିବାରୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ରାଜ୍ୟରେ ମାଗଣା ବୁଷ୍ଟର ଡୋଜ ଜାରି ରହିବ ବୋଲି ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ବର୍ତ୍ତମାନ ରାଜ୍ୟର ମୋଟ ୧,୧୫୦ଟି କେନ୍ଦ୍ରରେ ବୁଷ୍ଟର ଡୋଜ ଦିଆଯାଉଛି। କୋଭିଡର ପ୍ରଥମ ଏବଂ ଦ୍ଵିତୀୟ ଡୋଜ ଟିକା ତୁଳନାରେ ବୁଷ୍ଟର ଡୋଜ କମ୍ ଦିଆଯାଇଥିବା ବିଜୟ ପାଣିଗ୍ରାହୀ କହିଛନ୍ତି।

Tags: #CovidVaccine #BoosterDose #PrecautionDose #Vaccination #Odisha

LEAVE A REPLY

Please enter your comment!
Please enter your name here