ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦ୍ର ସରକାରଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବକୁ ନେଇ ବୁଧବାର ଦିନ ଲୋକସଭାରେ ଭାଷଣ ରଖିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ। ନିଜ ଭାଷଣରେ କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ରହୁଲ।

ମଣିପୁର ଘଟଣାରେ କେନ୍ଦ୍ର ସରକାରଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ବିତର୍କରେ ରହୁଲ ଗାନ୍ଧୀଙ୍କ ତୀର୍ଯ୍ୟକ ବାଣରେ କମ୍ପିଛି ସଂସଦ ଭବନ। ରାହୁଲ ଗାନ୍ଧୀ କହିଛନ୍ତି, “ମୁଁ କିଛି ଦିନ ପୂର୍ବରୁ ମଣିପୁର ଯାଇଥିଲି, ଆମ ପ୍ରଧାନମନ୍ତ୍ରୀ ସେଠାକୁ ଯାଇନଥିଲେ। କାରଣ ତାଙ୍କ ପାଇଁ ମଣିପୁର ଭାରତ ନୁହେଁ। ମଣିପୁରର ସତ ହେଲା ମଣିପୁର ଏବେ ବଞ୍ଚି ନାହିଁ। ଆମ ମଣିପୁରକୁ ଦୁଇ ଭାଗ କରାଯାଇଛି। ଏମାନେ ମଣିପୁରରେ ହିନ୍ଦୁସ୍ତାନର ହତ୍ୟା କରିଛନ୍ତି। ଏମାନେ ମଣିପୁରରେ ହିନ୍ଦୁସ୍ତାନକୁ ମାରିଛନ୍ତି। ହିନ୍ଦୁସ୍ତାନର ମଣିପୁରରେ ହତ୍ୟା କରିଛନ୍ତି, ମର୍ଡର କରିଛନ୍ତି।”

ରାହୁଲ ଗାନ୍ଧୀ ମୋଦୀଙ୍କୁ ରାବଣ ସହ ତୁଳନା କରି କହିଥିଲେ ଯେ, ରାବଣ କେବଳ ଦୁଇ ଜଣଙ୍କ କଥା ଶୁଣୁଥିଲା। ମୋଦୀ ମଧ୍ୟ ଦୁଇଜଣଙ୍କ କଥା ଶୁଣୁଛନ୍ତି। ଅହଙ୍କାର ହିଁ ଏ ସରକାରର ଅନ୍ତ କରିବ।

ରାହୁଲ ଗାନ୍ଧୀ ଆହୁରି ମଧ୍ୟ କହିଥିଲେ, “ଲଙ୍କାକୁ ହନୁମାନ ନୁହନ୍ତି ରାବଣର ଅହଙ୍କାର ଜଳେଇ ଥିଲା। ରାବଣକୁ ରାମ ହତ୍ୟା କରିନଥିଲେ ବରଂ ରାବଣର ଅହଙ୍କାର ତାକୁ ମାରି ଦେଇଥିଲା।”

ରାହୁଲ ଗାନ୍ଧୀଙ୍କ ଏହି ବୟାନକୁ ନେଇ ବିଜେପି ସାଂସଦମାନେ କ୍ଷୋଭ ପ୍ରକାଶ କରିଥିଲେ। କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ କହିଛନ୍ତି, “ମଣିପୁରରେ ୭ ଦଶକରୁ ଯାହା ହୋଇଆସୁଛି ସେଥିପାଇଁ କେବଳ କଂଗ୍ରେସ ଦାୟୀ। ରାହୁଲ ଗାନ୍ଧୀଙ୍କୁ ଏଥିପାଇଁ କ୍ଷମା ମାଗିବାକୁ ପଡ଼ିବ।

Tags: #NoConfidenceMotion #RahulGandhi #LokSabha #Politics #IndianPolitics #ManipurCase #Congress #BJP

LEAVE A REPLY

Please enter your comment!
Please enter your name here