ଓଡ଼ିଶାଲାଇଭ୍‌ ବ୍ୟୁରୋ

ବର୍ଷକୁ ୩୦ ହଜାର ରେପ୍ କେସ୍ ୪ଟି ଦୁଷ୍କର୍ମ ଘଟଣାରେ ଦଣ୍ଡ ପାଏ ମାତ୍ର ଜଣେ। ଉନାଓ ଓ କଠୁଆ ଗଣ ବଳାତ୍କାର ପରେ ଦେଶରେ ମହିଳାଙ୍କ ସୁରକ୍ଷାର ଦୟନୀୟ ଅବସ୍ଥା ପୁଣିଥରେ ସାମ୍ନାକୁ ଆସିଛି।

ତଥ୍ୟ କହୁଛି ୨୦୧୬ରେ ସମଗ୍ର ଦେଶରେ ମହିଳା ନିର୍ଯାତନା ସମ୍ପର୍କିତ ୩ ଲକ୍ଷ ୩୮ହଜାର ଅଭିଯୋଗ ଆସିଥିଲା। ଏଥିଭିତରୁ ପ୍ରାୟ ୧୨ ପ୍ରତିଶତ ବଳାତ୍କାର ଘଟଣା। ଦେଶରେ ପ୍ରତି ଘଣ୍ଟାରେ ୩୯ଟି ଦୁଷ୍କର୍ମ ଘଟିଥାଏ।

କିନ୍ତୁ ଏଥି ମଧ୍ୟରୁ ୪ରେ ଜଣେ ବଳାତ୍କାରୀ ହିଁ ସଜା ପାଇଥାଏ। ‘ରକ୍ଷକ ହିଁ ଭକ୍ଷକ’ ଉକ୍ତିକୁ ସାକାର କରିବା ପାଇଁ ଯେଉଁମାନେ ଆଇନ ପ୍ରଣୟନ କରୁଛନ୍ତି ସେହି ଜନପ୍ରତିନିଧି ମଧ୍ୟ ବଳାତ୍କାର ଘଟଣାରେ ସଂପୃକ୍ତ।ଏମାନଙ୍କ ପାଇଁ ହିଁ ଆଜି ଦେଶରେ ଝିଅମାନେ ଅସୁରକ୍ଷିତ। ବର୍ଷକୁ ୩୦ ହଜାର ଦୁଷ୍କର୍ମ ମାମଲା ଋଜୁ ହୋଇଥାଏ। ୪ ଜଣ ଅପରାଧୀଙ୍କ ଭିତରୁ କେବଳ ଜଣେ ଜେଲ ଯାଇଥାଏ। ୩୦ ପ୍ରତିଶତ ଜନପ୍ରତିନିଧିଙ୍କ ନାମରେ ଫୌଜଦାରୀ ଅଭିଯୋଗ ବର୍ତ୍ତମାନର ୧୫୮୧ପ୍ରତିନିଧିଙ୍କ ନାମରେ ମାମଲା ଏମାନଙ୍କ ମଧ୍ୟରେ ୫୧ ହେଉଛନ୍ତି ମହିଳା ନିର୍ଯାତନାକାରୀ ମହିଳାଙ୍କୁ ନିର୍ଯାତନା ଦେଇଥିବା ଅଭିଯୋଗରେ ବିଚାର ଚାଲିଥିବା ଜନପ୍ରତିନିଧିଙ୍କ ସଂଖ୍ୟା- ବିଜେପି-୧୪, ଶିବସେନା-୭, ଟିଏମସି-୬୫।

ରାଜ୍ୟ ଯେଉଁଠି ବଳାତ୍କାର ସର୍ବାଧିକ: ଉତ୍ତର ପ୍ରଦେଶ, ରାଜସ୍ଥାନ,ଦିଲ୍ଲୀ,ମଧ୍ୟ ପ୍ରଦେଶ, ମହାରାଷ୍ଟ୍ର ଓ ଜାମ୍ମୁ କାଶ୍ମୀର(ଏ ସବୁ ରାଜ୍ୟ ବିଜେପି ଶାସନାଧୀନ)

Comment