ଓଡ଼ିଶାଲାଇଭ୍ ବ୍ୟୁରୋ

ପପୁ ପମ୍‌ପମ୍‌ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା କମେଡିଆନ୍। ସେ କେତୋଟି ସିନେମାରେ ହିରୋ ବି ହୋଇଛନ୍ତି। ଆଉ ଏମିତି ବି କେତେକ ଓଡ଼ିଆ ସିନେମା ରହିଛି, ଯେଉଁଥିରେ ପପୁ କମେଡ଼ିଆନ୍ ରୋଲ୍‌ରେ ଥିଲେ ବି ତାଙ୍କ ଅପୋଜିଟରେ ଜଣେ ଜଣେ ନାୟିକାଙ୍କୁ ନିଆଯାଇଥାଏ।

ପପୁ ପମ୍‌ପମ୍‌ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା କମେଡିଆନ୍। ସେ କେତୋଟି ସିନେମାରେ ହିରୋ ବି ହୋଇଛନ୍ତି। ସେ ଯେଉଁ ହିରୋଇନମାନଙ୍କ ଅପୋଜିଟ୍‌ରେ ବିଭିନ୍ନ ସିନେମାରେ ନଜର ଆସିଛନ୍ତି, ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ସହ ଥରଟିଏ ଦେଖା ଦେଇଛନ୍ତି। ଏମାନଙ୍କ ମଧ୍ୟରେ ରହିଛନ୍ତି ଦେବଯାନୀ, ଲଭଲି, କୋଏଲ୍ ଓ ଲିପ୍‌ସା ପ୍ରମୁଖ।

ତେବେ ଏମାନଙ୍କ ମଧ୍ୟରୁ ଜଣେ ନାୟିକାଙ୍କ ସହ ଦ୍ୱିତୀୟ ଥର ପାଇଁ ଯୋଡ଼ି ବନାଇଛନ୍ତି କମେଡିଆନ୍ ପପୁ। ସେହି ନାୟିକା ଜଣକ ହେଲେ ଲିପ୍‌ସା ମିଶ୍ର। ୨୦୧୫ରେ ରିଲିଜ୍ ହୋଇଥିବା ପୂଜା ଭରାଲୱାଲଙ୍କ ପ୍ରଯୋଜିତ ତଥା ବସନ୍ତ ସାହୁଙ୍କ ନିର୍ଦ୍ଦେଶିତ ସୁପରହିଟ୍ ଫିଲ୍ମ ‘ପିଲାଟା ବିଗିଡିଗଲା’ ପ୍ରଥମ ଥର ପାଇଁ ପପୁ- ଲିପ୍‌ସାଙ୍କ ଯୋଡ଼ିକୁ ଦେଖିବାକୁ ପାଇଥିଲେ ଦର୍ଶକ। ଏବେ ପୁଣି ଯେଉଁ ସିନେମାରେ ଏହି ଯୋଡ଼ିଙ୍କୁ ପରଦାରେ ଦର୍ଶକ ଭେଟିବେ, ତାହା ହେଲା ‘ଫୋର୍ ଇଡିଅଟ୍ସ’। ଏହାର ମଧ୍ୟ ନିର୍ଦ୍ଦେଶକ ହେଲେ ବସନ୍ତ ସାହୁ।

‘ଫୋର୍ ଇଡିଅଟ୍‌ସ’ ବି ‘ପିଲାଟା ବିଗିଡ଼ିଗଲା’ ଭଳି ଏକ ସୁପରକମେଡି ଫିଲ୍ମ। ଏଥିରେ ପୁଣି ଥରେ ପପୁଙ୍କ ସହିତ ଲିପ୍‌ସାଙ୍କର କମେଡି ସାଙ୍ଗକୁ ରୋମାନ୍ସ ବି ଦେଖିବାକୁ ମିଳିବ। ପ୍ରଥମ ସିନେମାରେ ଏହି ଯୋଡ଼ି ଯେଉଁ କମାଲ୍ ଦେଖାଇଥିଲେ, ଦ୍ୱିତୀୟଟିରେ ତାହାର ପୁନରାବୃତ୍ତି କରିପାରୁଛନ୍ତି କି ନା, ତାହା ଦେଖିବାକୁ ବାକି ରହିଲା।

ବିଭୁତି ରାଉତରାୟଙ୍କ ପ୍ରଯୋଜିତ ତଥା ସଂଗ୍ରାମ ବିଶ୍ୱାଳଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଆଇ ଲଭ୍ ମାଇଁ ଇଣ୍ଡିଆ’ ଜରିଆରେ ଓଲିଉଡ଼ରେ ଏଣ୍ଟ୍ରି ଦେଇଥିଲେ ଆଲବମ୍ ନାୟିକା ଦେବଯାନୀ। ସେ ଓଲିଉଡ଼ର କମେଡି କିଙ୍ଗ୍ ପପୁ ପମ୍‌ପମଙ୍କ ଅପୋଜିଟ୍‌ରେ ଏଯାବତ୍‌ କେବଳ ଗୋଟିଏ ସିନେମାରେ କାମ କରିଛନ୍ତି। ଏହି ସିନେମା ହେଲା ପ୍ରଭାସ ଚନ୍ଦ୍ର ରାଉତଙ୍କ ସଂଯୋଜିତ ତଥା ମୁରଲୀ କ୍ରିଷ୍ଣାଙ୍କ ନିର୍ଦ୍ଦେଶିତ ‘ରଙ୍ଗିଲା ଟୋକା’। ଫିଲ୍ମଟି ଅବଶ୍ୟ ସୁପରହିଟ୍ ହୋଇଥିଲା ହେଲେ ଏହା ପରେ ଅନ୍ୟ କୌଣସି ସିନେମାରେ ପପୁଙ୍କ ଅପୋଜିଟ୍‌ରେ ଦେଖିବାକୁ ମିଳିନାହାନ୍ତି ଦେବଯାନୀ।

ବାବୁସାନ୍‌ଙ୍କ ଅପୋଜିଟ୍‌ରେ ବ୍ରଜରାଜ ମୁଭିଜର ‘ରୋମିଓ ଦ ଲଭର ବୟ’ରେ ହିରୋଇନ୍ ଭାବେ ଡେବ୍ୟୁ କରିଥିଲେ ଲଭଲି ଓଲିଉଡ଼ରେ। ଏହା ପରେ ସେ ଅନୁଭବ ଓ ଅରିନ୍ଦମ୍‌ଙ୍କ ଭଳି ଟପ୍‌ ହିରୋଙ୍କ ସହିତ ଅନସ୍କ୍ରିନ୍ ରୋମାନ୍ସ କରିଥିଲେ। ହେଲେ ଆପଣ ଜାଣନ୍ତି କି ପପୁ ପମ୍‌ପମ୍‌ଙ୍କ ବିପକ୍ଷରେ ବି ନାୟିକା ବନିଥିଲେ ଲଭ୍‌ଲି । ହଁ ସେ ‘ଚଉକା ଛକା’ ସିନେମାରେ ପପୁଙ୍କ ସହିତ ରୋମାନ୍ସ କରିଥିଲେ।

କୋଏଲ ବାନାର୍ଜୀ ଅରିନ୍ଦମଙ୍କ ବିପକ୍ଷରେ ନାୟିକା ବନି ଓଲିଉଡ଼ରେ ଏଣ୍ଟ୍ରି ନେଇଥିଲେ ଶ୍ରୀତମ ଦାସଙ୍କ ନିର୍ଦ୍ଦେଶିତ ପ୍ରଥମ ସିନେମା ‘ତୁ ଥା ମୁଁ ଯାଉଛି ରୁଷି’ରେ। ତା’ ପରେ ତାଙ୍କୁ ଦୀପକ, ବାବୁସାନ୍ ଓ ବୁଦ୍ଧାଦିତ୍ୟଙ୍କ ଭଳି ନାମୀ ନାୟକଙ୍କ ସହିତ ଦେଖିବାକୁ ପାଇଥିଲେ ଦର୍ଶକ। କୋଏଲ ବି ପପୁ ପମ୍‌ପମ୍‌ଙ୍କ ନାୟିକା ବନିଥିଲେ। ‘ଆମେ ତ ଟୋକା ଷଣ୍ଢମାର୍କା’ରେ। ଏହି ଫିଲ୍ମଟି ଆଶାନୁରୁପ ସଫଳତା ହାସଲ ଅବଶ୍ୟ କରିନଥିଲା। ଏହା ପରେ ଅନ୍ୟ କୌଣସି ସିନେମାରେ ଏକାଠି ଆସିନାହାଁନ୍ତି ପପୁ ଓ କୋଏଲ।

ବାହାରେ ବାଘ ଲାଞ୍ଜ ହେବା ଅପେକ୍ଷା ନିଜ ଜାଗାରେ ବିଲେଇର ମୁଣ୍ଡ ହୋଇ ରହିବା ଶ୍ରେୟସ୍କର – ପପୁ ପମ୍‌‌‌ପମ୍‌‌‍

https://odisha.live/2017/09/01/ପପୁ-ପମପମ-ସହ-ସାକ୍ଷାତକାର/

ନୂଆ ଅବତାରରେ ନଜର ଆସିବେ ପପୁ ପମପମ

https://odisha.live/2018/04/18/papus-new-avatar-in-ollywood/

Comment