ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡ ସେଲିବ୍ରିଟିମାନେ ସାଧାରଣତଃ ପତଳା ହେବାକୁ ଚାହାଁନ୍ତି। ସେମାନେ ବେଳେବେଳେ ଏଥିପାଇଁ ନିଜର ଓଜନ କମ୍ କରିଥାନ୍ତି। ଏହି କାମରେ କେତେକ ବଲିଉଡ୍ କଳାକାର ବେଶ୍ ସଫଳ ମଧ୍ୟ ହୋଇଛନ୍ତି।

ଆସନ୍ତୁ ସେଭଳି କଳାକାର ସମ୍ପର୍କରେ ଜାଣିବା….

ରାଣୀ ମୁଖାର୍ଜୀ

ବଲିଉଡର ଲୋକପ୍ରିୟ ନାୟିକା ରାଣୀ ମୁଖାର୍ଜୀ ଯେତେବେଳେ ପ୍ରାୟ ୨୦ ବର୍ଷ ତଳେ ‘ରାଜା କି ଆୟେଗି ବାରାତ’ ସିନେମାରେ ନଜର ଆସିଥିଲେ, ସେତେବେଳେ ସେ ମୋଟି ଦିଶୁଥିଲେ। ତଥାପି ତାଙ୍କୁ ଫିଲ୍ମ ଲାଇନରେ ଏଣ୍ଟ୍ରି ମିଳିଲା ଓ ପରେ ସେ ‘କୁଛ୍ କୁଛ୍ ହୋତା ହେ’, ‘ଗୁଲାମ୍’, ‘ବିଚ୍ଛୁ’, ‘ଚଲତେ ଚଲତେ’, ‘ବ୍ଲାକ୍’ ଓ ‘ସାୱରିୟା’ ଭଳି ବହୁ ହିଟ୍ ଫିଲ୍ମରେ ଲିଡରୋଲ୍ କରିଲେ। ହେଲେ ଆପଣ ଜାଣନ୍ତି କି? ରାଣୀ ମୁଖାର୍ଜୀ ତାଙ୍କ ଅଭିନୀତ ଫିଲ୍ମ ‘ଦିଲ୍ ବୋଲେ ହଡିପ୍ପା’ରେ ନିଜର ଭୂମିକାକୁ ନ୍ୟାୟ ଦେବା ଲାଗି ନିଜର ମୋଟାପା କମାଇଥିଲେ। ଏହି ଫିଲ୍ମରେ ତାଙ୍କୁ ବିକିନି ପିନ୍ଧିବାକୁ ପଡ଼ିଥିଲା।

ସୋନମ୍ କପୁର

ପ୍ରଖ୍ୟାତ ଅଭିନେତା ଅନୀଲ କପୁରଙ୍କ କନ୍ୟା ସୋନମ କପୁର ଯେତେବେଳେ ଫିଲ୍ମ ଲାଇନରେ ପାଦ ଦେଇଥିଲେ, ସେତେବେଳେ ସେ କେବେ ବି ଭାବିନଥିଲେ ଯେ ଦିନେ ହିରୋଇନ୍ ହେବେ, କାରଣ ସେ ଖୁବ୍ ମୋଟି ଥିଲେ। ସେ ପ୍ରଥମେ ନିର୍ଦ୍ଦେଶକ ସଞ୍ଜୟ ଲୀଳ ଭଁସାଲିଙ୍କ ଫିଲ୍ମ ‘ବ୍ଲାକ’ରେ ସହକାରୀ ଭାବେ କାମ କ ରିଥିଲେ। ଏହାପରେ ଭଁସାଲୀ ସୋନମଙ୍କୁ ହିରୋଇନ୍ ଭାବେ ‘ସାୱରିୟା’ରେ ଲଞ୍ଚ୍ କରିବାକୁ ଚାହିଁଲେ। ଏଥିରେ ଉତ୍ସାହିତ ହୋଇ ସୋନମ୍ ପ୍ରାୟ ୪୦ କିଲୋ ଓଜନ କମ କରି ସ୍ଲିମଟ୍ରିମ୍ ବନିଥିଲେ। ଏବେ ସେ ଫ୍ୟାସନ ଆଇକନ୍।

ଭୂମି ପେଡେନକର

‘ଟଏଲେଟ୍ ଏକ ପ୍ରେମ କଥା’ ଦମ୍ ଲଗା କେ ହୈସା ଓ ଶୁଭ ମଙ୍ଗଲ ସାବଧାନ ଭଳି ଫିଲ୍ମର ନାୟିକା ଭୂମି ପେଡେନକର ଫିଲ୍ମରେ ହିରୋଇନ୍ ହେବା ଲାଗି ପ୍ରାୟ ୪୭ କିଲୋଗ୍ରାମ୍ ଓଜନ କମ୍ କରିଥିଲେ। ତାଙ୍କର ପୂର୍ବ ଫଟୋ ଓ ଆଜିକାର ଫଟୋ ଦେଖିଲେ କେହି ସହଜରେ ବିଶ୍ୱାସ କରିବେ ନାହିଁ ଯେ ଇଏ ଭୂମି ପେଡେନକର।

ପରିଣିତି ଚୋପ୍ରା

ବଲିଉଡରେ ପରିଣିତି ଚୋପ୍ରା ଏଣ୍ଟ୍ରି ନେଇଥିଲେ ୟଶରାଜ ଫିଲ୍ମସର ‘ଲେଡିଜ୍ ଭର୍ସେସ୍ ଭିକି ବହଲ’ରେ ଏହି ସିନେମାରେ କାମ କରିବା ଆଗରୁ ସେ ଖୁବ୍ ମୋଟି ଥିଲେ। ସେ ତାଙ୍କର କଜିନ୍ ପ୍ରିୟଙ୍କା ଚୋପ୍ରାଠାରୁ ଟିପସ ନେଇ ପତଳା ହୋଇଥିଲେ। ତାଙ୍କର ଲୁକସ ଆଜି ସମସ୍ତଙ୍କୁ ଘାୟଲ କରେ।

ଜରୀନ୍ ଖାନ୍

ସୁପରଷ୍ଟାର ସଲମନ ଖାନଙ୍କ ଅପୋଜିଟରେ ଡେବ୍ୟୁ କରିବାର ସୌଭାଗ୍ୟ ଯେଉଁ କେତେକ ହାତଗଣତି ନାୟିକାଙ୍କର ଘଟିଛି, ସେମାନଙ୍କ ମଧ୍ୟରୁ ଜଣେ ହେଲେ ଜରୀନ୍ ଖାନ। ସେ ଅନିଲ ଶର୍ମାଙ୍କ ନିର୍ଦ୍ଦେଶିତ ‘ବୀର’ରେ ସଲମାନ୍ ଖାନଙ୍କ ବିପକ୍ଷରେ ନାୟିକା ସାଜିଥିଲେ। ହେଲେ ଆପଣ ଜାଣନ୍ତି ଏହି ସିନେମାରେ କାମ କରିବା ଆଗରୁ ତାଙ୍କର ଓଜନ ଥିଲା ୧୦୦ କିଲୋଗ୍ରାମ୍। ଜରୀନ୍ ଖୁବ୍ ପରିଶ୍ରମ କରି ନିଜର ଓଜନ ୪୫ କିଲୋଗ୍ରାମକୁ ହ୍ରାସ କରିଥିଲେ।

Comment