ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଦୁଇଟି ପଦକ ଜିତିଛନ୍ତି ଭାରତର ଷ୍ଟାର୍ ସୁଟର୍‌ ହୀନା ସିଦ୍ଧୁ। ୧୦ମିଟର ଏୟାର୍ ପିସ୍ତଲ ଇଭେଣ୍ଟ୍‌ରେ ରୌପ୍ୟ ଜିତିଥିବା ହୀନା ୨୫ମିଟର ପିସ୍ତଲ ଇଭେଣ୍ଟ୍‌ରେ ବି ଜବରଦସ୍ତ ପ୍ରଦର୍ଶନ କରି ଦେଶ ପାଇଁ ଗୌରବ ଆଣିଛନ୍ତି।

ଚଳିତବର୍ଷ ରାଜ୍ୟଗୋଷ୍ଠୀ ହୀନା ସିଦ୍ଧୁ। ମହିଳା ୨୫ ମିଟର ପିସ୍ତଲ୍ ଇଭେଣ୍ଟରେ ଜବରଦସ୍ତ ପ୍ରଦର୍ଶନ କରି ସ୍ୱର୍ଣ୍ଣ ପଦକ ଉପରେ କବ୍ଜା ଜମାଇଛନ୍ତି। ଫାଇନାଲରେ ହୀନା ୩୮ ସ୍କୋର କରିଥିଲେ । ଏହା ପୂର୍ବରୁ ହୀନା ୧୦ ମିଟର୍ ଏୟାର ପିସ୍ତଲ ଇଭେଣ୍ଟରେ ରୌପ୍ୟ ପଦକ ଜିତିଥିଲେ । ଏଥିସହ ଚଳିତ କ୍ରୀଡ଼ାରେ ହୀନା ଦୁଇଟି ପଦକ ଜିତିବାର ଗୌରବ ଅର୍ଜନ କରିଛନ୍ତି ।

୨୦୦୬ରେ ଶୁଟିଂରେ କ୍ୟାରିୟର ଗଢ଼ିଥିବା ହୀନା ଜାତୀୟ ଜୁନିୟର ଓ ସିନିୟର ଟିମରେ ଭାଗ ନେଇଥିଲେ । ୨୦୧୨ରେ ସେ ଲଣ୍ଡନ୍ ଅଲିମ୍ପିକ୍ସରେ କ୍ରୀଡ଼ାରେ ଭାରତର ପ୍ରତିନିଧିତ୍ୱ କରିଥିଲେ । କିନ୍ତୁ ସେ ନୈରାଶ୍ୟଜନକ ପ୍ରଦର୍ଶନ କରି ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ଦ୍ୱାଦଶ ସ୍ଥାନରେ ରହିଥିଲେ। ୨୦୧୬ ରିଓ ଅଲିମ୍ପିକ୍ସରେ ମଧ୍ୟ ହୀନା ଭାଗ ନେଇଥିଲେ ହେଁ, ଖାଲି ହାତରେ ଫେରିଥିଲେ ।

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ତାଙ୍କର ରେକର୍ଡ ଭଲ ରହିଛି । ୨୦୧୦ରେ ଦିଲ୍ଲୀ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସେ ବ୍ୟକ୍ତିଗତ ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଥିଲେ । ଏହା ପରେ ୨୦୧୩ରେ ବିଶ୍ୱ ଚାମ୍ପିଅନଶିପରେ ହୀନା ୧୦ ମିଟର୍ ଏୟାର ପିସ୍ତଲ ଇଭେଣ୍ଟରେ ବିଶ୍ୱ ରେକର୍ଡ ସ୍ଥାନ କରିଥିଲେ। କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ୨୦୧୪ରେ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ୨୦୧୩ରେ ସେ ନିଜ କୋଚ୍ ରୋନକ ପଣ୍ଡିତଙ୍କୁ ବିବାହ କରିଥିଲେ ।

Comment