ଓଡ଼ିଶାଲାଇଭ୍‌ ବ୍ୟୁରୋ

ଉଷସୀ ମିଶ୍ରଙ୍କୁ ଅସଦାଚରଣ ଅଭିଯୋଗରେ ଅନୁଗୁଳ ପୋଲିସ ଗଠନ କରିଛି ତିନି ଜଣିଆ ସ୍ୱତନ୍ତ୍ର ଟିମ୍। ଅନୁଗୁଳ ଏସ୍‌ପି ମିତ୍ରଭାନୁ ମହାପାତ୍ରଙ୍କ ନେତୃତ୍ୱରେ ଗଠନ ହୋଇଛି ଏହି ଟିମ୍।

ଅଭିନେତ୍ରୀ ଉଷସୀ ମିଶ୍ରଙ୍କୁ ଅସଦାଚରଣ ଅଭିଯୋଗ। ମାମଲାର ତଦନ୍ତ ପାଇଁ ଗଠନ ହେଲା ତିନି ଜଣିଆ ପୋଲିସ ଟିମ୍। ଅନୁଗୁଳ ଏସ୍‌ପି ମିତ୍ରଭାନୁ ମହାପାତ୍ରଙ୍କ ନେତୃତ୍ୱରେ ଏହି ଟିମ୍ ଗଠନ କରାଯାଇଛି। ଅଭିଯୁକ୍ତକୁ ଧରିବା ପାଇଁ ତଦନ୍ତ ଜୋରଦାର କରାଯିବ ବୋଲି ଏସ୍‌ପି କହିଛନ୍ତି।

ରବିବାର ରାତିରେ ଅନୁଗୁଳ ଜିଲ୍ଲା ଡେରଙ୍ଗ ଅଭିମୁଖେ ଯାଉଥିଲେ ଅଭିନେତ୍ରୀ ଉଷସୀ ମିଶ୍ର। ଯାତ୍ରା ପରିବେଷଣ ପାଇଁ ଯାଉଥିବା ବେଳେ କଣିହାଁ ନିକଟ ଡେରଙ୍ଗରେ ଅସଦାଚରଣର ଶିକାର ହୋଇଥିଲେ ଉଷସୀ।

କ’ଣ ଥିଲା ଘଟଣା

ଅନୁଗୁଳ ଜିଲ୍ଲା ଡେରଙ୍ଗରେ ପଡ଼ିଥିଲା ଇଷ୍ଟର୍ଣ୍ଣ ବ୍ଲୁ ଯାତ୍ରା ପାର୍ଟି। ଯାତ୍ରା ମଞ୍ଚ ନିକଟକୁ ଉଷସୀ ଯାଉଥିଲେ। ହେଲେ ଡେରଙ୍ଗ ଛକରେ ପ୍ରବଳ ଭିଡ଼ ହୋଇଥିଲା। ଉଷସୀ ଭିଡ଼ କାଟି ଯାଉଥିବା ବେଳେ ଇନ୍ଦ୍ରମଣି ସାହୁ ନାମକ ଜଣେ ବ୍ୟକ୍ତି ତାଙ୍କୁ ଅଶ୍ଲୀଳ ଭାଷାରେ ଗାଳି କରିଥିଲେ। ଏଥିରେ ଉକ୍ଷିପ୍ତ ହୋଇଯାଇଥିଲେ ଉଷସୀ। ଗାଡ଼ିରୁ ଓହ୍ଲାଇ ଇନ୍ଦ୍ରମଣିଙ୍କୁ ଥାପଡ଼ ମାରିଥିଲେ। ଫଳରେ ଗଣ୍ଡଗୋଳ ବଢ଼ିଥିଲା। ଗଣ୍ଡଗୋଳ ଓ ଠେଲାପେଲାରେ ଉଷସୀଙ୍କ ଗାଡ଼ି ଭଙ୍ଗାରୁଜା କରାଯାଇଥିବା ବେଳେ ତାଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। ଏନେଇ କଣିହାଁ ଥାନାରେ ଉଷସୀ ଇନ୍ଦ୍ରମଣି ଏବଂ ତାଙ୍କ ଦୁଇ ପୁଅଙ୍କ ସମେତ ଅନ୍ୟ ଜଣେ ବ୍ୟକ୍ତିଙ୍କ ନାଁରେ ଏତଲା ଦେଇଛନ୍ତି। ଅଭିଯୋଗକୁ ଆଧାର କରି ପୋଲିସ ସ୍ୱତନ୍ତ୍ର ଟିମ୍ ଗଠନ କରିଛି।

ଯେଉଁମାନଙ୍କ ନାଁରେ ଉଷସୀ ଅଭିଯୋଗ କରିଛନ୍ତି ସେମାନେ ଫେରାର ହୋଇଯାଇଛନ୍ତି। ଅଭିଯୁକ୍ତଙ୍କୁ ଖୁବ୍‌ଶୀଘ୍ର ଧରାଯିବ ବୋଲି ଅନୁଗୁଳ ଏସ୍‌ପି କହିଛନ୍ତି।

Comment