ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତୀୟ ଟେନିସ୍ କୁଇନ୍‌ ସାନିଆ ମିର୍ଜା ଖୁବଶିଘ୍ର ମା’ ହେବାକୁ ଯାଉଛନ୍ତି। ଏକ ଭିନ୍ନ ଅନ୍ଦାଜରେ ନିଜ ଫ୍ୟାନ୍‌ମାନଙ୍କ ସହ ଏହି ଖୁସି ଖବର ବାଣ୍ଟିଛନ୍ତି ସାନିଆ।

ଭାରତୀୟ ଟେନିସ୍ ତାରକା ସାନିଆ ମିର୍ଜା ଏବଂ ପାକିସ୍ତାନ କ୍ରିକେଟର ସୋଏବ ମଲ୍ଲିକଙ୍କ ଘରକୁ ଖୁବଶିଘ୍ର ଏକ ନୂଆ ଅତିଥି ଆସିବାକୁ ଯାଉଛି। ସାନିଆ ଏହି ଖୁସି ଖବର ଜାଣିବା ପରେ ସୋସିଆଲ ମିଡିଆରେ ନିଜ ଫ୍ୟାନ୍‌ମାନଙ୍କ ସହ ସେୟାର୍ କରିଛନ୍ତି ସାନିଆ।

ନିଜ ଇନ୍‌ଷ୍ଟାଗ୍ରାମ ପେଜ୍‌ରେ ସାନିଆ ଏକ ଫଟୋ ଅପଲୋଡ କରିଛନ୍ତି। ଏହି ଫଟୋ ହେଉଛି ଦୁଇଟି ଡ୍ରେସ୍‌ର। ଗୋଟିଏ ଡ୍ରେସରେ ଲେଖାଯାଇଛି ମିର୍ଜା ଏବଂ ଅନ୍ୟ ଡ୍ରେସରେ ଲେଖାଯାଇଛି ମଲ୍ଲିକ। ଦୁଇଟି ଡ୍ରେସ୍‌ ମଝିରେ ଗୋଟିଏ ଛୋଟ ଛୁଆର ଡ୍ରେସ୍ ରହିଛି। ଏଥିରେ ଲେଖାଯାଇଛି ମିର୍ଜା ମଲ୍ଲିକ। ଏହାସହ ଫଟୋ କ୍ୟାପ୍‌ସନ୍‌ରେ ବେବି ମିର୍ଜା ମଲ୍ଲିକ ବୋଲି ଲେଖାଯାଇଛି।

ନିକଟରେ ଏକ ଜାତୀୟ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ ସାନିଆ ନିଜ ସନ୍ତାନ ସମ୍ପର୍କରେ କହିଥିଲେ। ଗଣମାଧ୍ୟମ ପ୍ରତିନିଧି ସନ୍ତାନ ନାମ କ’ଣ ରଖିବେ ବୋଲି ସାନିଆଙ୍କୁ ପ୍ରଶ୍ନ କରିଥିଲେ। ସାନିଆ କହିଥିଲେ ଯେ ନିଜ ସନ୍ତାନର ନାମ ମିର୍ଜା ମଲ୍ଲିକ ରଖିବାକୁ ଚାହୁଁଛି। କାରଣ ମୋର ଏବଂ ସୋଏବଙ୍କ ସରନେମ ମିଶିଗଲେ ଯେଉଁ ନାଁଟି ଆସୁଛି ତାହା ହେଉଛି ମିର୍ଜା ମଲ୍ଲିକ।

 

ମିର୍ଜା ମଲ୍ଲିକ ନାଁରେ ସାନିଆ ଏବେ ପୋଷ୍ଟ ସେୟାର କରିଛନ୍ତି। ଏହି ଖୁସି ଖବର ପାଇ ଫ୍ୟାନ୍‌ମାନେ ସାନିଆଙ୍କୁ ଶୁଭେଚ୍ଛା ବାର୍ତ୍ତା ପଠାଇଛନ୍ତି। ସାନିଆଙ୍କ ସହ ସୋଏବ ମଧ୍ୟ ଏହି ଫଟୋ ନିଜ ଇନଷ୍ଟାଗ୍ରାମ ପେଜ୍‌ରେ ଅପଲୋଡ କରିଛନ୍ତି।

୨୦୧୦ରେ ସାନିଆ ମିର୍ଜା ପାକିସ୍ତାନ କ୍ରିକେଟର ସୋଏବ ମଲ୍ଲିକଙ୍କୁ ବିବାହ କରିଥିଲେ। ବିବାହର ୮ବର୍ଷ ପରେ ସୋଏବ-ସାନିଆଙ୍କ ପ୍ରଥମ ସନ୍ତାନ ଜନ୍ମ ନେବାକୁ ଯାଉଛି।

Comment