ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରତିଦିନ ଦେଶ ଓ ବିଦେଶର ଖବରକୁ ଏକାସାଙ୍ଗରେ ପଢ଼ିବାକୁ ଚାହୁଁଥିଲେ କ୍ଲିକ୍ କରନ୍ତୁ ଆଜିର ବଡ଼ ଖବର।
ଉଷସୀଙ୍କୁ ଅସଦାଚରଣ: ଅଭିଯୁକ୍ତକୁ ଧରିବା ପାଇଁ ଗଠନ ହେଲା ୩ ଜଣିଆ ଟିମ୍
ଉଷସୀ ମିଶ୍ରଙ୍କୁ ଅସଦାଚରଣ ଅଭିଯୋଗରେ ଅନୁଗୁଳ ପୋଲିସ ଗଠନ କରିଛି ତିନି ଜଣିଆ ସ୍ୱତନ୍ତ୍ର ଟିମ୍। ଅନୁଗୁଳ ଏସ୍ପି ମିତ୍ରଭାନୁ ମହାପାତ୍ରଙ୍କ ନେତୃତ୍ୱରେ ଗଠନ ହୋଇଛି ଏହି ଟିମ୍।
ସ୍ତ୍ରୀର ଦ୍ୱିତୀୟ ବିବାହରେ ସ୍ୱାମୀ ରକ୍ତମୁଖା: କୋର୍ଟରେ ସ୍ତ୍ରୀକୁ ଗୋଡ଼ାଇ ଗୋଡ଼ାଇ ହାଣିଲା ସ୍ୱାମୀ
ସମ୍ବଲପୁର କୋର୍ଟ ପରିସରରେ ଆଜି ଘଟିଛି ଏକ ଅଭାବନୀୟ ଘଟଣା। ପ୍ରେମିକାରୁ ସାତ ଜନ୍ମର ସାଥୀ ପାଲଟିଥିବା ସଙ୍ଗୀତା ଚୌଧୁରୀକୁ ତାଙ୍କ ସ୍ୱାମୀ ରମେଶ କୁମ୍ଭାର ଖଣ୍ଡାରେ ହାଣିଛନ୍ତି। ଫଳରେ ଛଟପଟ ହୋଇ ସଙ୍ଗୀତା ଆର ପାରିକୁ ଚାଲି ଯାଇଛନ୍ତି।
ମହାଭିଯୋଗ ପ୍ରସ୍ତାବ ଖାରଜ: ରାଜ୍ୟସଭା ଅଧ୍ୟକ୍ଷଙ୍କ ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟ ଯିବ କଂଗ୍ରେସ
ରାଜ୍ୟସଭା ଅଧ୍ୟକ୍ଷ ତଥା ଉପ-ରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କ ନିଷ୍ପତ୍ତିରେ ଅସନ୍ତୋଷ ପ୍ରକାଶ କରିଛି ବିରୋଧୀ କଂଗ୍ରେସ। ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ରଙ୍କ ବିରୋଧରେ ଆସିଥିବା ମହାଭିଯୋଗ ପ୍ରସ୍ତାବକୁ ଠିକ୍ ଭାବେ ବିଚାର କରାଯାଇ ନଥିବା କଂଗ୍ରେସ ଅଭିଯୋଗ କରିଛି। ଏହାର ପ୍ରତିବାଦରେ କଂଗ୍ରେସ ସୁପ୍ରିମକୋର୍ଟ ଯିବ।
ମହାଭିଯୋଗ ପ୍ରସ୍ତାବ ଖାରଜ କଲେ ଉପ-ରାଷ୍ଟ୍ରପତି
ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ରଙ୍କ ବିରୋଧରେ ଆସିଥିବା ମହାଭିଯୋଗ ପ୍ରସ୍ତାବ ଖାରଜ ହୋଇଯାଇଛି। ଉପ-ରାଷ୍ଟ୍ରପତି ତଥା ରାଜ୍ୟସଭାର ଅଧ୍ୟକ୍ଷ ଏମ୍ ଭେଙ୍କେୟା ନାଇଡୁ ଏହି ପ୍ରସ୍ତାବକୁ ସୋମବାର ଖାରଜ କରିଛନ୍ତି। ଆଇନ୍ ବିଶାରଦଙ୍କ ଆଲୋଚନା ପରେ ଉପ-ରାଷ୍ଟ୍ରପତି ଏହି ପଦକ୍ଷେପ ନେଇଛନ୍ତି।
ବଲାଙ୍ଗିର ପାର୍ସଲ ବୋମା ବିସ୍ଫୋରଣ: ଭଇଁଷା କଲେଜରେ କ୍ରାଇମବ୍ରାଞ୍ଚର ଛାନଭିନ୍
ବଲାଙ୍ଗିର ପାର୍ସଲ ବୋମା ବିସ୍ଫୋରଣ ଘଟଣାର ଛାନଭିନ କରିଛି କ୍ରାଇମବ୍ରାଞ୍ଚର ସ୍ୱତନ୍ତ୍ର ଟିମ୍। ରବିବାର ଭଇଁଷା କଲେଜ ଅଧ୍ୟାପକଙ୍କୁ ଉଠାଇ ନେବା ପରେ ଆଜି କଲେଜରେ ପଶିଛନ୍ତି କ୍ରାଇମବ୍ରାଞ୍ଚ ଅଧିକାରୀ।
ଶିଶୁ ଦୁଷ୍କର୍ମ ମାମଲାକୁ ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ
ରାଜ୍ୟରେ ବଢୁଥିବା ଦୁଷ୍କର୍ମ ଘଟଣାକୁ ନେଇ ଶୁକ୍ରବାର ଦିନ ବିଧାନସଭାରେ ବିରୋଧୀ ଦଳ ସଦସ୍ୟମାନେ ଗୃହରେ ହଟ୍ଟଗୋଳ କରିଥିଲେ। ଉଭୟ କଂଗ୍ରେସ ଓ ବିଜେପି ଦଳର ନେତାମାନେ ସବୁ ବ୍ୟବସ୍ଥା ସତ୍ତ୍ୱେ କିଭଳି ଦୁଷ୍କର୍ମ ହେଉଛି ବୋଲି ପ୍ରଶ୍ନ କରି ଗୃହରେ ହଙ୍ଗାମା କରିଥିଲେ।
















