ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜିର ବ୍ୟସ୍ତ ବହୁଳ ଜୀବନଧାରା ଯୋଗୁଁ ଶରୀରରେ ମୋଟାପା ବା ମେଦ ବୃଦ୍ଧି ଏକ ସାଧାରଣ ସମସ୍ୟାରେ ପରିଣତ ହୋଇଛି। ଏହା ମଧ୍ୟ ସତ କଥା ଯେ, ମେଦ ବହୁଳତା ଅନେକ ରୋଗର କାରଣ ହୋଇଥାଏ।

ମେଦ ହ୍ରାସ କରିବେ କିପରି…

ସାମଗ୍ରୀ

  • ୬୦ ଗ୍ରାମ୍ ଧନିଆ ପତ୍ର(ଗ୍ରାଇଣ୍ଡିଂ)
  • ୧ଟି ଲେମ୍ବୁ
  • ୪ ଗ୍ଲାସ୍ ପାଣି

ପ୍ରସ୍ତୁତି ପ୍ରଣାଳୀ- ଲେମ୍ବୁକୁ ଦୁଇ ଫାଳ କରି ଗୋଟିଏ ପାତ୍ରରେ ଚିପୁଡ଼ି ଦିଅନ୍ତୁ। ଏହାପରେ ଗ୍ରାଇଣ୍ଡିଂ ହୋଇଥିବା ଧନିଆ ଏବଂ ପାଣି ସେଥିରେ ଭଲ ଭାବେ ମିଶାନ୍ତୁ। ଏବେ ଆପଣଙ୍କ ଜୁସ୍ ପ୍ରସ୍ତୁତ ହୋଇସାରିଛି। ଏହାକୁ ଖାଲି ପେଟରେ ୫ ଦିନ ପର୍ଯ୍ୟନ୍ତ ପିଅନ୍ତୁ। ଧନିଆ ଶରୀରର ପାଚନ ଓ ପ୍ରତିରୋଧକ ଶକ୍ତିକୁ ବଢ଼ାଇବା ସହିତ ରକ୍ତକୁ ମଧ୍ୟ ନିର୍ମଳ କରିଥାଏ। ଲେମ୍ବୁ ରକ୍ତଚାପକୁ ନିୟନ୍ତ୍ରଣ କରିଥାଏ। ଏହି ଜୁସକୁ ୫ ଦିନ ଯାଏ ନିୟମିତ ପିଇଲେ କମିବ ଓଜନ।

Comment