ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦେଶରେ ଜଘନ୍ୟ ବନ୍ୟଜନ୍ତୁ ଅପରାଧ ଘଟାଇଥିବା ତାଲିକାରେ ବଲିଉଡ ସୁପରଷ୍ଟାର୍ ସଲମାନ ଖାନ୍ଙ୍କ ନାଁ’କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ବନ୍ୟଜନ୍ତୁ କ୍ରାଇମ କଣ୍ଟ୍ରୋଲ ବ୍ୟୁରୋ ନାମକ ସରକାରୀ ସଂସ୍ଥା ପକ୍ଷରୁ ସଲମାନଙ୍କୁ ଅପରାଧୀ ଭାବେ ୩୯ ନମ୍ବର ସ୍ଥାନରେ ରଖାଯାଇଛି।

ଦେଶରେ ଜଘନ୍ୟ ବନ୍ୟଜନ୍ତୁ ଅପରାଧ ଘଟାଇଥିବା ତାଲିକା ରେ ବଲିଉଡ଼୍ ସୁପରଷ୍ଟାର୍ ସଲମାନଙ୍କ ନାଁ’କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ବନ୍ୟଜନ୍ତୁ କ୍ରାଇମ କଣ୍ଟ୍ରୋଲ ବ୍ୟୁରୋ ନାମକ ସରକାରୀ ସଂସ୍ଥା ପକ୍ଷରୁ ସଲମାନଙ୍କୁ ଅପରାଧୀ ଭାବେ ୩୯ ନମ୍ବର ସ୍ଥାନରେ ରଖାଯାଇଛି।

ସଲମାନ କୃଷ୍ନସାର ମୃଗ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କୁ ଏହି ଜଘନ୍ୟ ବନ୍ୟଜନ୍ତୁ ଶିକାରୀ ଅପରାଧିଙ୍କ ତାଲିକାରେ ସାମିଲ୍ କରାଯାଇଛି। କ୍ରାଇମ କଣ୍ଟ୍ରୋଲ ବ୍ୟୁରୋ ଅତିରିକ୍ତ ନିର୍ଦ୍ଦେଶକ ତିଳୋତ୍ତମା ବର୍ମା କହିଛନ୍ତି, “ବନ୍ୟଜନ୍ତୁ କ୍ରାଇମ କଣ୍ଟ୍ରୋଲ ବ୍ୟୁରୋ କେବଳ ରାଜ୍ୟଗୁଡ଼ିକଠାରୁ ସୂଚନା ପାଇବା ପରେ ଓ ଜଣେ ବ୍ୟକ୍ତି ଦୋଷୀ ସାବ୍ୟସ୍ତ ହେବା ରେ ହିଁ ଏପରି ତାଲିକା ପ୍ରସ୍ତୁତ କରିଥାଏ।

ସଲମାନଙ୍କ ବ୍ୟତୀତ ଏହି ବନ୍ୟଜନ୍ତୁ କ୍ରାଇମ କଣ୍ଟ୍ରୋଲ ବ୍ୟୁରୋ ତାଲିକାରେ ଅନ୍ୟ ୩୮ ଜଣଙ୍କ ନାଁ ଓ ଠିକଣା ରହିଛି । ଏମାନେ ସମସ୍ତେ ବିଭିନ୍ନ ବନ୍ୟଜନ୍ତୁ ସୁରକ୍ଷା ଆଇନ୍ ୧୯୭୨ ଅଧିନରେ ଅପରାଧ କରିଛନ୍ତି। କିଏ ବାଘ ଶିକାର କରିଥିବାବେଳେ ଆଉ କିଏ ପଶୁ ପକ୍ଷୀ ଚୋରା ଚାଲାଣ କରୁଥିବା ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ତେଣୁ ସେମାନଙ୍କ ନାଁ ଏହି ତାଲିକାରେ ରହିଛି ।

Comment