ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚୀନ ଗସ୍ତରେ ଯାଇଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦୁଇଦିନିଆ ଗସ୍ତ ଶେଷରେ ମୋଦି ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଭେଟି ଦୁଇ ଦେଶ ମଧ୍ୟରେ ଥିବା ମନୋମାଳିନ୍ୟକୁ ଦୂର କରିବା ପାଇଁ ଚେଷ୍ଟା କରିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ମୋଦିଙ୍କ ଚୀନ ଗସ୍ତର ଦ୍ୱିତୀୟ ଦିନରେ ବୁହାନ ହ୍ରଦ ଉପକୂଳରେ ଦୁଇ ନେତା ବୁଲିବା ସହ ଅନୌପଚାରିକ କଥାବାର୍ତ୍ତା କରିଛନ୍ତି। ହ୍ରଦରେ ଦୁଇ ନେତା ନୌକାବିହାର ବି କରିଛନ୍ତି।

ଯାତ୍ରାର ଶେଷ ଦିନରେ ମୋଦି ଓ ସି ପରସ୍ପର ବିଭିନ୍ନ ଗୁରୁତ୍ଵପୁର୍ଣ୍ଣ ଆଲୋଚନା କରିଥିଲେ। ଜଳାଶୟ କୂଳେ କୂଳେ ଚାଲି ଚାଲି ଯାଇ ମୋଦି ଓ ଜି ଘର ଭଳି ସଜ୍ଜିତ ନୌକାରେ ବସିଥିଲେ। ତା’ପରେ ଉଭୟ ନେତା ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା।

ଦୁଇ ରାଷ୍ଟ୍ର ମୁଖ୍ୟଙ୍କ ଉପସ୍ଥିତିରେ ପ୍ରତିନିଧିସ୍ତରୀୟ ଆଲୋଚନା ବି ହୋଇଛି। ପ୍ରତିନିଧିସ୍ତରୀୟ ଆଲୋଚନା ପରେ ମୋଦି କହିଛନ୍ତି, “ଚୀନ ଓ ଭାରତ ବିଶ୍ୱ ଶାନ୍ତି ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ। ଦୁଇ ଦେଶ ଚାହିଁଲେ ବିଶ୍ୱର ଅନେକ ସମସ୍ୟାର ସମାଧାନ କରିପାରିବେ”।

ମୋଦିଙ୍କ ସହ ଏହି ସାକ୍ଷାତକୁ ନେଇ ଖୁସି ଜାହିର କରିଛନ୍ତି ଜିନପିଙ୍ଗ୍। ଆଲୋଚନା ବେଳେ ଚୀନ ରାଷ୍ଟ୍ରପତିଙ୍କୁ ଭାରତ ଆସିବାକୁ ନିମନ୍ତ୍ରଣ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।

ମୋଦି ଏବଂ ସି ଜିନ୍‌ପିଙ୍ଗ୍‌ ସୀମାନ୍ତରେ ଶାନ୍ତି ବଜାୟ ରଖିବା ସହ ଦୁଇ ଦେଶ ମଧ୍ୟରେ ଉଚ୍ଚସ୍ତରୀୟ ଯୋଗାଯୋଗକୁ ମଜବୁତ୍‌ ନିମନ୍ତେ ଏକମତ ହୋଇଛନ୍ତି।

“ଭାରତ-ଚୀନ୍‌ ସୀମାନ୍ତାଞ୍ଚଳରେ ଶାନ୍ତି ବଜାୟ ରଖିବା ବଡ଼ କଥା ବୋଲି ଏହି ବୈଠକରେ ସହମତି ହୋଇଛି। ବିଶ୍ୱାସ ଏବଂ ବୁଝାମଣା ନିମନ୍ତେ ଉଭୟ ଦେଶ ନିଜ ନିଜ ଦେଶର ସୈନ୍ୟବାହିନୀକୁ ରଣସଂଚାର ନିୟମାବଳୀ ଜାରି କରିବେ। ପ୍ରଧାନମନ୍ତ୍ରୀ ମୋଦି ଏବଂ ଚୀନ୍‌ ରାଷ୍ଟ୍ରପତି ଜି ଏକ ସ୍ୱତନ୍ତ୍ର ପ୍ରତିନିଧି ଦଳ ଖୋଜି ଭାରତ-ଚୀନ୍‌ ସୀମା ବିବାଦର ସମାଧାନପୂର୍ବକ ଏକ ସୁଗମ, ଗ୍ରହଣଯୋଗ୍ୟ ଏବଂ ପାରସ୍ପରିକ ବନ୍ଦୋବସ୍ତ କରିବେ” କହିଛନ୍ତି ଭାରତର ବୈଦେଶିକ ସଚିବ ବିଜୟ ଗୋଖଲେ।

ଶିଖର ବୈଠକରେ କୌଣସି ଚୁକ୍ତି ସ୍ୱାକ୍ଷରିତ ହୋଇ ନାହିଁ କି, କୌଣସି ଘୋଷଣା କରାଯାଇ ନାହିଁ। ଆତଙ୍କବାଦ ଯୋଗୁଁ ଉଭୟ ଦେଶ ସମ୍ମୁଖୀନ ହେଉଥିବା ସାଧାରଣ ବିପତ୍ତି ପ୍ରସଙ୍ଗ ଆଦି ବିଷୟ ମୋଦି ଓ ଜି ଉତ୍ଥାପନ କରିଥିଲେ। ଆତଙ୍କବାଦର ମୁକାବିଲା ପାଇଁ ଉଭୟ ଆହୁରି ଦୃଢ଼ ସହଯୋଗ କରିବାକୁ ପ୍ରତିବଦ୍ଧ ବୋଲି ବୈଦେଶିକ ସଚିବ କହିଛନ୍ତି।

ମଧ୍ୟାହ୍ନ ଭୋଜନ ସାରିବା ପରେ ମୋଦି ଭାରତ ଫେରି ଆସିବାର କାର୍ଯ୍ୟକ୍ରମ ରହିଛି।

ଚୀନର ବୁହାନରେ ରାଷ୍ଟ୍ରପତି ସି ଜିନପିଙ୍ଗ ସହ ଅନୌପଚାରିକ ଶିଖର ବୈଠକରେ ସାମିଲ ହୋଇ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ଆରମ୍ଭ କରିଛନ୍ତି ମୋଦି।

ପ୍ରଧାନମନ୍ତ୍ରୀ ହେବା ପରେ ମୋଦିଙ୍କ ଏହା ଚତୁର୍ଥ ଚୀନ ଗସ୍ତ। ଚୀନରେ ପହଞ୍ଚିବା ପରେ ହୁବାଇ ମ୍ୟୁଜିୟମରେ ମୋଦିଙ୍କୁ ଜୋରଦାର ସ୍ଵାଗତ କରାଯାଇଥିଲା। ଚୀନର ପାରମ୍ପରିକ ନୃତ୍ୟ ସହ ବାଦ୍ୟଯନ୍ତ୍ରରେ ମୋଦିଙ୍କୁ ପାଛୋଟି ନିଆଯାଇଥିଲା ମ୍ୟୁଜିୟମ ଭିତରକୁ ପାଛୋଟି ନିଆଯାଇଥିଲା।

ଏହା ପରେ ଦୁଇ ନେତାଙ୍କ ମଧ୍ୟରେ ବୈଠକ ଆରମ୍ଭ ହୋଇଥିଲା। ବୈଠକରେ ଚୀନ ରାଷ୍ଟ୍ରପତି ଜିନପିଙ୍ଗ ଓ ମୋଦିଙ୍କ ମଧ୍ୟରେ ବିଭିନ୍ନ ମୁଦ୍ଦାକୁ ନେଇ ଆଲୋଚନା ହୋଇଛି। ଏହି ବୈଠକରେ ଦୁଇ ଦେଶର ପ୍ରତିନିଧି ମଧ୍ୟ ସାମିଲ ହୋଇଛନ୍ତି।

୧୯୫୪ ପରେ ପ୍ରଥମଥର ପାଇଁ ଆରମ୍ଭ ହୋଇଛି ଅନୌପଚାରିକ କଥାବାର୍ତ୍ତା। ଦୁଇ ରାଷ୍ଟ୍ରର ବିକାଶ ଦିଗରେ ଉଭୟ ନେତା ଆଲୋଚନା କରିଛନ୍ତି।

ଦୁଇ ରାଷ୍ଟ୍ର ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ମାଧ୍ୟମରେ ଦୁଇ ଦେଶର ସମ୍ପର୍କ ସୁଦୃଢ କରିବାକୁ ଉଦ୍ୟମ କରାଯାଇଛି। ଏହି ଅନୌପଚାରିକ ଶିଖର ବୈଠକ ପାଇଁ କୌଣସି ପ୍ରସଙ୍ଗ ଧାର୍ଯ୍ୟ କରାଯାଇନଥିଲେ ମଧ୍ୟ ମୋଦିଙ୍କ ଚୀନ ଗସ୍ତ ଉଭୟ ଦେଶ ପାଇଁ ଗୁରୁତ୍ଵପୁର୍ଣ୍ଣ ମନେକରାଯାଉଛି। ଏହି ଆଲୋଚନାବେଳେ କୌଣସି ଚୁକ୍ତି ସ୍ଵାକ୍ଷରିତ ହୋଇନାହିଁ।

ଡୋକଲାମରେ ଚୀନର ପ୍ରାର୍ଦୁଭାବ ନେଇ ଦୁଇ ଦେଶ ସମ୍ପର୍କରେ ତିକ୍ତତା ଆସିଥିଲା। ଦୁଇମାସ ଧରି ଧରି ଉଭୟ ଦେଶର ସେନା ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଶୁକ୍ରବାରଦିନ ଉଭୟ ଦେଶର ମୁଖ୍ୟଙ୍କ ବୈଠକରେ ସୀମା ବିବାଦ ବାବଦରେ ଆଲୋଚନା ହୋଇଛି।

Comment