ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ସହ ଦେଶ ବିଦେଶର ପ୍ରମୁଖ ଖବର ପଢ଼ିବାକୁ ଚାହୁଁଥିଲେ କ୍ଲିକ୍ କରନ୍ତୁ ଓଡ଼ିଶାଲାଇଭ୍ର ‘ଆଜିର ବଡ଼ ଖବର’।
ଶ୍ରୀକାନ୍ତଙ୍କ ଚିଠିକୁ ନେଇ କଂଗ୍ରେସରେ ଝଡ଼
୧୯ ବର୍ଷ ହେଲା ରାଜ୍ୟରେ କଂଗ୍ରେସ କ୍ଷମତାରେ ନାହିଁ। ଦିନକୁ ଦିନ କଂଗ୍ରେସର ଅବସ୍ଥା ଶୋଚନୀୟ ହୋଇଯାଉଛି। ହେଲେ ଏପରିସ୍ଥଳେ ଶ୍ରୀକାନ୍ତଙ୍କ ଜେନାଙ୍କ ମୁଖ୍ୟମନ୍ତ୍ରୀ ଏବଂ ଉପ-ମୁଖ୍ୟମନ୍ତ୍ରୀ ପ୍ରସ୍ତାବ କଂଗ୍ରେସ ଶିବିରରେ ଝଡ଼ ସୃଷ୍ଟି କରିଛି।
ଉଦଘାଟିତ ହେଲା ଓଡ଼ିଶା ସ୍କିଲ୍ସ ୨୦୧୮
ଓଡ଼ିଶା ସ୍କିଲ୍ସ-୨୦୧୮ କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କଟକର ଜବାହରଲାଲ ନେହେରୁ ଇନଡୋର ଷ୍ଟାଡିୟମରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ମଧୁବାବୁ ଜନ୍ମ ବାର୍ଷିକୀରେ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରି ମୁଖ୍ୟମନ୍ତୀ ଖୁସି ବ୍ୟକ୍ତ କରିଛନ୍ତି।
କଟକର ତାରକସି କାମ ପାଇଁ ବଜାର ସୃଷ୍ଟି କରାଯିବ: ଧର୍ମେନ୍ଦ୍ର ପ୍ରଧାନ
କଟକରେ ଆଜି ଶ୍ରୀ ପ୍ରଧାନ ତାରକସି ଦକ୍ଷତା କେନ୍ଦ୍ର, ସାଧାରଣ ସୁବିଧା କେନ୍ଦ୍ର ଓ ଗେଲର ଉର୍ଜା ଗଙ୍ଗା ପାଇପଲାଇନ ଓ ପାଇପ ଫିଟର-ସିଟି ଗ୍ୟାସ ବିତରଣ ପାଠ୍ୟକ୍ରମର ଶୁଭ ଉଦଘାଟନ କରିଛନ୍ତି।
‘ଦିଲ୍ ସେ ଦିଲ୍’ ବୈଠକ ଶେଷ: ‘ଚାଏ ପେ ଚର୍ଚ୍ଚା’ କଲେ ମୋଦି-ଜିନପିଙ୍ଗ୍
ଚୀନ ଗସ୍ତରେ ଯାଇଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦୁଇଦିନିଆ ଗସ୍ତ ଶେଷରେ ମୋଦି ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଭେଟି ଦୁଇ ଦେଶ ମଧ୍ୟରେ ଥିବା ମନୋମାଳିନ୍ୟକୁ ଦୂର କରିବା ପାଇଁ ଚେଷ୍ଟା କରିଛନ୍ତି।
ସିଭିଲ ସର୍ଭିସ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ପ୍ରଥମ ୫ ଜଣଙ୍କ ସମ୍ପର୍କରେ ଜାଣନ୍ତୁ
କେନ୍ଦ୍ରୀୟ ଲୋକ ସେବା ଆୟୋଗ (ୟୁପିଏସ୍ସି) ୨୦୧୭ ସିଭିଲ୍ ସର୍ଭିସ୍ ପରୀକ୍ଷାର ଚୂଡ଼ାନ୍ତ ଫଳ ପ୍ରକାଶ ପାଇଛି। ଚଳିତବର୍ଷ ହାଇଦ୍ରାବାଦର ଅନୁଦୀପ ଦୁରିସେଟ୍ଟି ସିଭିଲ୍ ସର୍ଭିସ୍ ଟପର୍ ହୋଇଛନ୍ତି। ଦ୍ୱିତୀୟ ସ୍ଥାନରେ ଅନୁ କୁମାରୀ ଏବଂ ତୃତୀୟ ସ୍ଥାନରେ ସଚିନ ଗୁପ୍ତାଙ୍କ ନାମ ରହିଛି।
ଜନ୍ମ ବାର୍ଷିକୀରେ ମଧୁବାବୁଙ୍କୁ ଶ୍ରଦ୍ଧାଞ୍ଜଳି
ଆଧୁନିକ ଓଡ଼ିଶାର ପ୍ରାଣ ପ୍ରତିଷ୍ଠାତା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କର ଆଜି ହେଉଛି ଜନ୍ମ ବାର୍ଷିକୀ। ଏହି ଅବସରରେ ଉତ୍କଳଗୌରବଙ୍କୁ ମନେପକାଇଛନ୍ତି ଓଡ଼ିଶାବାସୀ। ସମାଜର ବିଭିନ୍ନ ପ୍ରତିଷ୍ଠିତ ବ୍ୟକ୍ତି, ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମଧୁବାବୁଙ୍କୁ ଦିଆଯାଇଛି ଶ୍ରଦ୍ଧାଞ୍ଜଳି।
ଚାରି ବର୍ଷ ଛୁଆର ମା’ ସିଭିଲ ସର୍ଭିସରେ ଦ୍ୱିତୀୟ
ବାହା ହେବା ପରେ ବି ମହିଳାମାନେ ନିଜ ସ୍ୱପ୍ନକୁ ସାକାର କରିପାରନ୍ତି। ସମାଜର ସବୁ ପ୍ରତିବନ୍ଧକକୁ ଏଡ଼ାଇ ଜଣେ ମହିଳା ସଫଳତାର ପାହାଚ ଚଢ଼ି ପାରନ୍ତି। ୨୦୧୭ ସିଭିଲ୍ ସର୍ଭିସ୍ ପରୀକ୍ଷାରେ ହରିୟାନାର ଅନୁ କୁମାରୀ ଦ୍ୱିତୀୟ ସ୍ଥାନ ଅଧିକାର କରି ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି।








ଓଡ଼ିଶା ସହ ଦେଶ ବିଦେଶର ପ୍ରମୁଖ ଖବର ପଢ଼ିବାକୁ ଚାହୁଁଥିଲେ କ୍ଲିକ୍ କରନ୍ତୁ ଓଡ଼ିଶାଲାଇଭ୍ର ‘ଆଜିର ବଡ଼ ଖବର’।








