ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ରୀୟ ଲୋକ ସେବା ଆୟୋଗ (ୟୁପିଏସ୍‌ସି) ଦ୍ୱାରା ପରିଚାଳିତ ସିଭିଲ ପରୀକ୍ଷା ୨୦୧୭ ଫଳ ଶୁକ୍ରବାର ପ୍ରକାଶ ପାଇଛି। ଗତ ଜୁନରେ ହୋଇଥିବା ଏହି ପରୀକ୍ଷାରେ ହାଇଦ୍ରାବାଦର ଅନୁଦୀପ ଦୁରିସେଟ୍ଟି ପ୍ରଥମସ୍ଥାନ ହାସଲ କରିଛନ୍ତି।

କେନ୍ଦ୍ରୀୟ ଲୋକ ସେବା ଆୟୋଗ (ୟୁପିଏସ୍‌ସି) ୨୦୧୭ ସିଭିଲ୍‌ ସର୍ଭିସ୍‌ ପରୀକ୍ଷାର ଚୂଡ଼ାନ୍ତ ଫଳ ପ୍ରକାଶ ପାଇଛି। ଚଳିତବର୍ଷ ହାଇଦ୍ରାବାଦର ଅନୁଦୀପ ଦୁରିସେଟ୍ଟି ସିଭିଲ୍‌ ସର୍ଭିସ୍‌ ଟପର୍‌ ହୋଇଛନ୍ତି। ଦ୍ୱିତୀୟ ସ୍ଥାନରେ ଅନୁ କୁମାରୀ ଏବଂ ତୃତୀୟ ସ୍ଥାନରେ ସଚିନ ଗୁପ୍ତାଙ୍କ ନାମ ରହିଛି।

ମେରିଟ୍‌ ଲିଷ୍ଟ୍‍ରେ ମୋଟ ୯୯୦ ଜଣଙ୍କ ନାମ ରହିଛି। ଏଥିରେ ୭୫୦ ଜଣ ପୁରୁଷ ଥିବା ବେଳେ ୨୪୦ ଜଣ ହେଉଛନ୍ତି ମହିଳା। ସେଥିମଧ୍ୟରୁ ୪୭୬ ଜଣ ପ୍ରାର୍ଥୀ ସାଧାରଣ ବର୍ଗର ହୋଇଥିବା ବେଳେ ୨୭୫ ଜଣ ଓବିସି, ୧୬୫ ଜଣ ଏସ୍‌ସି ଏବଂ ୭୪ ଜଣ ଏସ୍‌ଟି ପ୍ରାର୍ଥୀ ଥିବା ଜଣାପଡ଼ିଛି।

ଓଡ଼ିଶାର ଶୁଭଙ୍କର ମହାପାତ୍ରଙ୍କୁ ଏହି ପରୀକ୍ଷାରେ ୪୬ତମ ସ୍ଥାନ ମିଳିଛି। ୨ୟ ସ୍ଥାନରେ ଅନୁ କୁମାରୀ ଥିବା ୩ୟ ସ୍ଥାନରେ ସଚିନ ଗୁପ୍ତାଙ୍କୁ ସ୍ଥାନ ମିଳିଛି। ପରୀକ୍ଷାରେ ସମୁଦାୟ ୯୯୦ ଜଣ ପ୍ରାର୍ଥୀ ସାମିଲ ହୋଇଥିଲେ, ଏଥିରୁ ୭୫୦ ଜଣ ପୁରୁଷ ଓ ୨୪୦ ଜଣ ମହିଳା ଅଟନ୍ତି।

ଅନୁଦୀପ ଦୁରିସେଟ୍ଟି

ହାଇଦ୍ରାବାଦର ଅନୁଦୀପ ଦୁରିସେଟ୍ଟି ସିଭିଲ୍‌ ସର୍ଭିସ୍‌ ଟପର୍‌ ହୋଇଛନ୍ତି। ଅନୁଦୀପ ଗୁଗଲ୍‌ରେ ପୂର୍ବରୁ କାମ କରିଛନ୍ତି। ୟୁପିଏସ୍‌ସି ଦ୍ୱାରା ସିଭିଲ୍‌ ସର୍ଭିସ ମୁଖ୍ୟ ଲିଖିତ ପରୀକ୍ଷା ଗତବର୍ଷ ଅକ୍ଟୋବରରେ ହୋଇଥିବା ବେଳେ ଚଳିତ ବର୍ଷ ଫେବ୍ରୁଆରି-ଏପ୍ରିଲରେ ବ୍ୟକ୍ତିତ୍ୱ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଟପର୍‌ ଅନୁଦୀପ ଏବେ ଭାରତୀୟ ରାଜସ୍ୱ ସେବା (ଆଇଆର୍‌ଏସ୍‌)ରେ ଜଣେ ସହକାରୀ କମିସନର ଭାବେ କାର୍ଯ୍ୟ କରୁଛନ୍ତି। ସେ ଓବିସି ଶ୍ରେଣୀରେ ଆସୁଥିବାବେଳେ ଇଲେକ୍‌ଟ୍ରୋନିକ୍ସ ଆଣ୍ଡ୍‌ ଇନ୍‌ଷ୍ଟମେଣ୍ଟେସନରେ ଡିଗ୍ରୀ ହାସଲ କରିଛନ୍ତି। ଗତ ବର୍ଷର ଟପର୍‌ ନନ୍ଦିନୀ କେଆର୍‌ ମଧ୍ୟ ଓବିସି ଶ୍ରେଣୀର ଥିଲେ।

ଅନୁ କୁମାରୀ

ସିଭିଲ ସର୍ଭିସ ପରୀକ୍ଷାରେ ଦ୍ଵିତୀୟ ସ୍ଥାନରେ ଥିବା ହରିୟାଣାର ଅନୁ କୁମାରୀ। ଅନୁ ଜଣେ ବିବାହିତ ମହିଳା ଏବଂ ତାଙ୍କର ୪ବର୍ଷର ପୁଅଟିଏ ମଧ୍ୟ ଅଛି। ଅନୁ ଦିଲ୍ଲୀର ହିନ୍ଦୁ କଲେଜରୁ ପଦାର୍ଥ ବିଜ୍ଞାନରେ ଗ୍ରାଜୁଏସନ୍ କରିଛନ୍ତି। ଆଇଆଇଟି ନାଗପୁରରୁ ଏମବିଏ କରିଛନ୍ତି ସେ। ଦ୍ଵିତୀୟ ପ୍ରୟାସରେ ସିଭିଲ୍ ସର୍ଭିସ ପାଇଛନ୍ତି ଅନୁ। ସିଭିଲ ସର୍ଭିସ ପାଇଁ ପ୍ରସ୍ତୁତ କଲାବେଳେ ଏକ ପ୍ରାଇଭେଟ୍ କମ୍ପାନିରେ ଚାକିରି କରୁଥିଲେ। ୨୦୧୬ରେ ପ୍ରଥମଥର ପାଇଁ ସିଭିଲ ସର୍ଭିସ ପରୀକ୍ଷା ଦେଇଥିଲେ। ମାତ୍ର ଗୋଟିଏ ନମ୍ବର ପାଇଁ ସେ ଲିଖିତ ପରୀକ୍ଷାରେ କଟିଯାଇଥିଲେ। ଏଥର କିନ୍ତୁ ସେ ନିଜ ସ୍ଵପ୍ନ ପୂରଣ କରିପାରିଛନ୍ତି।

ସଚିନ ଗୁପ୍ତା

ସଚିନ ଗୁପ୍ତା ହରିୟାଣାର ସିରସାରେ ରୁହନ୍ତି। ଚଳିତ ସିଭିଲ ସର୍ଭିସ ପରୀକ୍ଷାରେ ସେ ତୃତୀୟ ସ୍ଥାନ ହାସଲ କରିଛନ୍ତି। ସଚିନ ପଟିଆଲାର ଥାପର ୟୁନିଭରସିଟିରୁ ମେକାନିକାଲ ଇଂଜିନିୟର ପାସ କରିଛନ୍ତି। ପଢ଼ାସରିବା ପରେ ଗୁରୁଗ୍ରାମର ଏକ କମ୍ପାନିରେ କାମ କରିବା ଆରମ୍ଭ କରିଥିଲେ। ସିଭିଲ ସର୍ଭିସ ପରୀକ୍ଷା ପ୍ରସ୍ତୁତି ପାଇଁ ଚାକିରି ଛାଡ଼ି କୋଚିଂ ନେଇଥିଲେ। ପ୍ରଥମ ପ୍ରୟାସରେ ସେ ୫୭୫ରାଙ୍କ ହାସଲ କରିଥିଲେ। ଦ୍ଵିତୀୟ ପ୍ରୟାସରେ ସେ ତୃତୀୟ ସ୍ଥାନ ହାସଲ କରିଛନ୍ତି।

ଅତୁଲ ଗୁପ୍ତା

ସିଭିଲ ସର୍ଭିସ ପରୀକ୍ଷାରେ ଚତୁର୍ଥ ସ୍ଥାନରେ ରହିଛନ୍ତି ଅତୁଲ ଗୁପ୍ତା। ୧୯୯୪ରେ ବିହାରର ବକ୍ସର ଜିଲ୍ଲାରେ ଜନ୍ମଗ୍ରହଣ କରିଥିବା ଅତୁଲ ଆଇଆଇଟି ଦିଲ୍ଲୀରେ ପଢ଼ିଛନ୍ତି। ଜୀବନରେ ଜଣେ ଆଇଏଏସ ସ୍ଵପ୍ନ ଥିଲା ଯାହା ସେ ଏଥର ପୂରଣ କରିଛନ୍ତି।

ପ୍ରଥମ କୌଶିକ

ସିଭିଲ ସର୍ଭିସ ପରୀକ୍ଷାର ପ୍ରଥମ ପାଞ୍ଚଜଣଙ୍କ ମଧ୍ୟରୁ ୩ଜଣ ହେଉଛନ୍ତି ହରିୟାଣାର। ଏହି ପରୀକ୍ଷାରେ ପଞ୍ଚମ ସ୍ଥାନ ହାସଲ କରିଥିବା ପ୍ରତମ କୌଶିକ ମଧ୍ୟ ହରିୟାଣାର। ମହେନ୍ଦ୍ରଗଡରେ ରହୁଥିବା ପ୍ରଥମ ଇଞ୍ଜିନିୟରିଂ ପଢ଼ିଛନ୍ତି। ତାଙ୍କ ପିତା ଜଣେ ଏକ୍ସାଇଜ୍ ଓ ଟେକ୍ସେସନ୍ କମିଶନର ଅଛନ୍ତି। ଦ୍ଵିତୀୟ ପ୍ରୟାସରେ ସିଭିଲ ସର୍ଭିସ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି ପ୍ରଥମ।

ପରୀକ୍ଷା ଫଳ ପ୍ରକାଶିତ ହେବା ପୂର୍ବରୁ ଲିଖିତ ପରୀକ୍ଷା ୨୦୧୭ ଅକ୍ଟୋବର-ନଭେମ୍ବରରେ ହୋଇଥିଲା। ସେହିଭଳି ଗତ ଫେବ୍ରୁଆରିରୁ ଏପ୍ରିଲ ମଧ୍ୟରେ ସାକ୍ଷାତକାର ପାଇଁ ଲିଖିତ ପରୀକ୍ଷାରେ କୃତକାର୍ଯ୍ୟ କରିଥିବା ପ୍ରାର୍ଥୀଙ୍କୁ ଡକାଯାଇଥିଲା। ଯୋଗ୍ୟ ପ୍ରାର୍ଥୀମାନଙ୍କୁ ଭାରତୀୟ ପ୍ରଶାସନିକ ସେବା, ଭାରତୀୟ ବିଦେଶ ସେବା, ଭାରତୀୟ ପୁଲିସ ସେବା ଓ କେନ୍ଦ୍ରୀୟ ସେବା, ଗ୍ରୁପ ‘ଏ’ ଓ ଗ୍ରୁପ ‘ବି’ରେ ଚାକିରି ମିିଳିବ।

Comment