ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡ଼ର ହାର୍ଟଥ୍ରୋବ୍‌ ବରୁଣ ଧୱନଙ୍କ ଅଭିନୀତ ଫିଲ୍ମ ‘ଅକ୍ଟୋବର’ ବିବାଦରେ ଫସିଯାଇଛି। ଜଣେ ମରାଠୀ ଫିଲ୍ମମେକର୍ ହେମଲ୍ ତ୍ରିବେଦୀ ଅଭିଯୋଗ ଆଣିଛନ୍ତି ଯେ ‘ଅକ୍ଟୋବର’ର କାହାଣୀ ଏକ ମରାଠୀ ସିନେମାରୁ ନକଲ କରାଯାଇଛି। ଏହି ମରାଠୀ ସିନେମାର ଟାଇଟଲ୍ ହେଲା ‘ଆରତୀ -ଦ ଅନୋନ୍ ଲଭଷ୍ଟୋରି’। ଏହାର ନିର୍ଦ୍ଦେଶନା ଦେଇଥିଲେ ସାରିକା ମେନେ।

ବଲିଉଡ଼ର ହାର୍ଟଥ୍ରୋବ୍ ବରୁଣ ଧୱନଙ୍କ ପାଇଁ ୨୦୧୮ ବର୍ଷଟି ଗତବର୍ଷ ଭଳି ଶୁଭ ରହିବ ବୋଲି କୁହାଯାଉଛି। ଏ ବର୍ଷ ତାଙ୍କର ଏଯାବତ୍‌ କେବଳ ଗୋଟିଏ ସିନେମା ରିଲିଜ୍ ହୋଇଛି। ଏହା ହେଲା ‘ଅକ୍ଟୋବର’। ଏଥିରେ ବଲିଉଡ଼ର ହାର୍ଟଥ୍ରୋବ୍ ବରୁଣ ଧୱନ୍ ଜଣେ ନବାଗତାଙ୍କ ସହିତ ରେମାନ୍ସ କରିଛନ୍ତି। ସେହି ନବାଗତା ଜଣକ ହେଲେ ବନିତା ସାନ୍ଧୁ।

ସୁଜିତ ସରକାରଙ୍କ ନିର୍ଦ୍ଦେଶିତ ‘ଅକ୍ଟୋବର’କୁ ବ୍ୟାବସାୟିକ ସଫଳତା ମିଳିଛି। ଏହି ସିନେମାରେ ବଲିଉଡ଼ର ହାର୍ଟଥ୍ରୋବ୍ ବରୁଣ ଧୱନ୍ ତାଙ୍କର ଲାଇଫ୍ ବେଷ୍ଟ୍ ପରଫରମାନ୍ସ ଦେଇଛନ୍ତି। ଏଥିପାଇଁ ସମୀକ୍ଷକ ଓ ଦର୍ଶକଙ୍କ ଦ୍ୱାରା ଆଦୃତ ହୋଇଛନ୍ତି ବରୁଣ ଧୱନ୍।

ଏବେ କିନ୍ତୁ ବଲିଉଡ଼ର ହାର୍ଟଥ୍ରୋବ୍‌ ବରୁଣ ଧୱନଙ୍କ ଏହି ଫିଲ୍ମ ବିବାଦରେ ଫସିଯାଇଛି। ଜଣେ ମରାଠୀ ଫିଲ୍ମମେକର୍ ହେମଲ୍ ତ୍ରିବେଦୀ ଅଭିଯୋଗ ଆଣିଛନ୍ତି ଯେ ‘ଅକ୍ଟୋବର’ର କାହାଣୀ ଏକ ମରାଠୀ ସିନେମାରୁ ନକଲ କରାଯାଇଛି। ଏହି ମରାଠୀ ସିନେମାର ଟାଇଟଲ୍ ହେଲା ‘ଆରତୀ- ଦ ଅନୋନ୍ ଲଭଷ୍ଟୋରି’। ଏହାର ନିର୍ଦ୍ଦେଶନା ଦେଇଥିଲେ ସାରିକା ମେନେ।

ହେମଲ ତ୍ରିବେଦୀ ଏଥିନେଇ ଫେସବୁକ୍‌ରେ ଏକ ପୋଷ୍ଟ କରିଛନ୍ତି। ସେ ଲେଖିଛନ୍ତି ବଲିଉଡ଼ର ବରୁଣ ଧୱନ୍‌ ଷ୍ଟାରର ଫିଲ୍ମ ‘ଅକ୍ଟୋବର’ ମରାଠୀ ଫିଲ୍ମ ନିର୍ମାତାଙ୍କଠାରୁ କାହାଣୀର ରାଇଟସ୍ ନେଇନାହାନ୍ତି। ଏବିଷୟରେ ସାରିକାଙ୍କ ସହିତ ବି ଯୋଗାଯୋଗ କରାଯାଇ ନାହିଁ।

ଏବେ ସାରିକା ମେନେ ବି ଏହି ବିବାଦୀୟ ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି। ସେ ଦର୍ଶକଙ୍କୁ ଅନୁରୋଧ କରିଛନ୍ତି ଯେ ସେମାନେ ଉଭୟ ମରାଠୀ ଓ ହିନ୍ଦୀ ସିନେମା ଦେଖନ୍ତୁ। ତାଙ୍କର ଅଭିଯୋଗ ହେଲା ଯେ ବଲିଉଡ଼ର ହାର୍ଟଥ୍ରୋବ୍ ବରୁଣ ଧୱନଙ୍କ ଅଭିନୀତ ‘ଅକ୍ଟୋବର’ରେ ଥିବା ଚରିତ୍ରଗୁଡ଼ିକ ପାଖାପାଖି ସମାନ। ସେଥିରେ କେତେକ ଘଟଣାବଳିକୁ ବଦଳାଇ ଦିଆଯାଇଛି।

ବଲିଉଡ଼ର ହାର୍ଟଥ୍ରୋବ୍‌ ବରୁଣ ଧୱନ୍ ଷ୍ଟାରର ମୁଭି ‘ଅକ୍ଟୋବର’ର କାହାଣୀ ଏକ ସତ୍ୟ ଘଟଣା ଉପରେ ଆଧାରିତ। ସାରିକାଙ୍କ ଭାଇ ସନ୍ନି ପାୱାର୍ ଓ ତାଙ୍କର ଗର୍ଲ ଫ୍ରେଣ୍ଡ୍ ଆରତୀ ମକୱାନାଙ୍କ ବ୍ୟକ୍ତିଗତ ଜୀବନର କଥା। ସେଥିପାଇଁ ସେ ନିନ ସିନେମାର ନାଆଁ ରଖିଥିଲେ ‘ଆରତୀ – ଦ ଅନୋନ୍ ଲଭଷ୍ଟୋରି’। ଏକ କାର୍ ଦୁର୍ଘଟଣାରେ ଆରତୀ ପାରାଲିସିସ୍ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି।

‘ଅକ୍ଟୋବର’ରେ ମଧ୍ୟ ନାୟିକା ଜଣକ ପକ୍ଷାଘାତରେ ଆକ୍ରାନ୍ତ ହୋଇଯାଉଛି। ତେବେ ଭିନ୍ନ ଘଟଣାକ୍ରମେ ନାୟିକା ଏଭଳି ହୋଇଥିବା ଦର୍ଶାଯାଇଛି।

ସାରିକା ମେନେ ଏବେ ନିର୍ଦ୍ଦେଶକ ସୁଜିତ ସରକାରଙ୍କୁ କାଠଗଡ଼ାରେ ଠିଆ କରାଇବାକୁ ଚାହାଁନ୍ତି। ସେ କହିଛନ୍ତି ସୁଜିତ୍‌ଙ୍କ ମନକୁ ‘ଅକ୍ଟୋବର’ର କାହାଣୀ କେଉଁଠୁ ଆସିଲା?

ଏଯାଏଁ ଏ ପ୍ରସଙ୍ଗରେ ମୁହଁ ଖୋଲି ନାହାନ୍ତି ନିର୍ଦ୍ଦୋକ ସୁଜିତ ସରକାର। ତେବେ ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି କି ବରୁଣ ଧୱନଙ୍କ ଅଭିନୀତ ‘ଅକ୍ଟୋବର’ର କାହାଣୀ ସୁଜିତଙ୍କ ବ୍ୟକ୍ତିଗତ ଅନୁଭୂତିରୁ ପ୍ରସ୍ତୁତ।

୨୦୦୪ରେ ଯେତେବେଳେ ତାଙ୍କ ମାଆ କୋମାରେ ଥିଲେ, ସେତେବେଳେ, ସୁଜିତ ମାଆଙ୍କ ସେବା କରୁଥିଲେ। ସେହି ସମୟରେ ବଲିଉଡ଼ର ବରୁଣ ଧୱନଙ୍କ ଅଭିନୀତ ‘ଅକ୍ଟୋବର’ର କାହାଣୀ ତାଙ୍କ ମନକୁ ଆସିଥିଲା ବୋଲି କୁହାଯାଉଛି। ସେମାନେ ସାହିତ୍ୟ ବା କାହାଣୀ ଚୋରି ଅଭିଯୋଗକୁ ଅସ୍ୱୀକାର କରିଛନ୍ତି।

Comment