ଓଡ଼ିଶାଲାଇଭ୍ ବ୍ୟୁରୋ

କେରଳର କୋଲ୍ଲମ ଜିଲ୍ଲାର ୨୨ ବର୍ଷୀୟା ସୁଶ୍ରୀ ସର୍ବକନିଷ୍ଠ ଆଇଏଏସ ହେବାର ମାନ୍ୟତା ଲାଭ କରିଛନ୍ତି। ପ୍ରଥମ ଉଦ୍ୟମରେ ସୁଶ୍ରୀ ଏହି ସଫଳତା ହାସଲ କରିଥିବାବେଳେ ତାଲିକାରେ ସେ ୧୫୧ତମ ସ୍ଥାନ ଅଧିକାର କରିଛନ୍ତି।
କେନ୍ଦ୍ର ଲୋକସେବା ଆୟୋଗ (ୟୁପିଏସସି) ପକ୍ଷରୁ ସିଭିଲ ସର୍ଭିସ ପରୀକ୍ଷାର ଫଳ ପ୍ରକାଶ ପାଇଛି। ଏଥିରେ କୃତକାର୍ଯ୍ୟ ହୋଇଛନ୍ତି ମୋଟ ୯୯୦ ଜଣ ପ୍ରାର୍ଥୀ। ବହୁ ଝଡ଼ଝଞ୍ଜା ଭିତରେ ବି ସିଭିଲ ସର୍ଭିସ ପରୀକ୍ଷାରେ ସଫଳତା ହାସଲ କରିଛନ୍ତି କିଛି ଛାତ୍ରଛାତ୍ର। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଚଳିତବର୍ଷ ମାତ୍ର ୨୨ବର୍ଷରେ ଆଇଏଏସ ପାଇଥିବା ସୁଶ୍ରୀଙ୍କ ନେଇ ଖୁବ୍ ଚର୍ଚ୍ଚା ହେଉଛି।
କେରଳର କୋଲ୍ଲମ ଜିଲ୍ଲାର ୨୨ ବର୍ଷୀୟା ସୁଶ୍ରୀ ସର୍ବକନିଷ୍ଠ ଆଇଏଏସ ହେବାର ମାନ୍ୟତା ଲାଭ କରିଛନ୍ତି। ପ୍ରଥମ ଉଦ୍ୟମରେ ସୁଶ୍ରୀ ଏହି ସଫଳତା ହାସଲ କରିଥିବାବେଳେ ତାଲିକାରେ ସେ ୧୫୧ତମ ସ୍ଥାନ ଅଧିକାର କରିଛନ୍ତି।
ସୁଶ୍ରୀଙ୍କ ପିତା ସୁନିଲ କୁମାର ସିଆରପିଏଫ୍ ଇନିସପେକ୍ଟର ଭାବେ କାର୍ଯ୍ୟ କରି ଅବସର ନେଇସାରିଛନ୍ତି। ୨୦୦୪ରୁ ୨୦୧୦ ପର୍ଯ୍ୟନ୍ତ ସୁନିଲ କୁମାର ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସୁରକ୍ଷା ଦାୟିତ୍ଵରେ ମଧ୍ୟ ରହିଥିଲେ।
ସୁଶ୍ରୀ ଆଇଏଏସ୍ ପାଇବା ପରେ ନିଜର ଏକ ଅଭୁଲା ସ୍ମୃତିକୁ ମନେ ପକାଇ କହିଛନ୍ତି, “୨୦୦୮ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଓ ତାଙ୍କ ପତ୍ନୀ ଗୁରୁଚରଣ କୌର କେରଳ ଗସ୍ତରେ ଯାଇଥିଲେ। ସେତେବେଳେ ମୋତେ ୧୪ ବର୍ଷ ହୋଇଥିଲା। ମଞ୍ଚରେ ପ୍ରଧାନମନ୍ତ୍ରୀଙ୍କୁ ଫୁଲତୋଡ଼ା ଦେବାର ସୁଯୋଗ ମୋତେ ମିଳିଥିଲା। ଏହି ଅବସରରେ ପ୍ରଧାନମନ୍ତ୍ରୀ ଜୀବନର ଲକ୍ଷ୍ୟ କ’ଣ ବୋଲି ମୋତେ ପ୍ରଶ୍ନ କରିଥିଲେ। ଭବିଷ୍ୟତରେ ଜଣେ ଆଇଏଏସ ଅଫିସର ହେବାକୁ ଚାହୁଁଛି ବୋଲି କହିଥିଲି। ମନମୋହନ ସାର୍ ମୋତେ ଆଶୀର୍ବାଦ ଦେବା ସହ ଆଇଏଏସ ପାଇଁ କିଛି ଟିପ୍ସ ମଧ୍ୟ ଦେଇଥିଲେ। ଦୀର୍ଘ ଦଶ ବର୍ଷ ପରେ ଏହି ସ୍ୱପ୍ନ ସାକାର ହୋଇଥିବାରୁ ମୁଁ ବହୁତ ଖୁସି”।
ସୁଶ୍ରି ନିଜ ସଫଳତାର ସମସ୍ତ ଶ୍ରେୟ ନିଜ ପିତାଙ୍କୁ ଦେଇଛନ୍ତି।














