ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡ ସେଲିବ୍ରିଟିଙ୍କ ନାଁରେ ଶୋଷଣ ଅଭିଯୋଗ। ପ୍ରସିଦ୍ଧ ନିର୍ଦ୍ଦେଶକ ମଧୁର ଭଣ୍ଡାରକରଙ୍କଠାରୁ ଆରମ୍ଭ କରି ଅଭିନେତା ଆଦିତ୍ୟ ପାଞ୍ଚୋଲିଙ୍କ ନାଁରେ ଆସିଛି ଯୌନ ନିର୍ଯାତନା ଅଭିଯୋଗ।

ଜିତେନ୍ଦ୍ର

ନିକଟରେ ଏଭରଗ୍ରୀନ୍ ଷ୍ଟାର୍ ଜିତେନ୍ଦ୍ର ତାଙ୍କର ଜଣେ କଜିନଙ୍କୁ ୧୮ବର୍ଷ  ପୂର୍ବରୁ ବଳାତ୍କାର କରିଥିଲେ ବୋଲି ଚର୍ଚ୍ଚା ହୋଇଥିଲା। ତେବେ କେବଳ ଜିତେନ୍ଦ୍ରଙ୍କ ନାଁରେ ଏଭଳି କଥା ଉଠିନାହିଁ, ଆହୁରି ମଧ୍ୟ କେତେକ ବଲିଉଡ୍ ସେଲିବ୍ରିଟି ଅଛନ୍ତି ଯେଉଁମାନେ ଏହି କାରଣରୁ ବିବାଦୀୟ ହୋଇଛନ୍ତି। ଆସନ୍ତୁ ସେମାନଙ୍କ ସମ୍ପର୍କରେ ଜାଣିବା….

ମଧୁର ଭଣ୍ଡାରକର

‘ସତ୍ତା’, ‘ଚାନ୍ଦିନୀ ବାର୍’, ‘କର୍ପୋରେଟ୍’, ‘ଫ୍ୟାସନ’ ଓ ‘ଦିଲ ତୋ ବଚା ହେ ଜି’ ଭଳି ଲୋକପ୍ରିୟ ସିନେମାର ନିର୍ଦ୍ଦେଶକ ମଧୁର ଭଣ୍ଡାରକରଙ୍କ ନାଁ’ରେ ଜୋର୍ ଜବରଦସ୍ତ ଶାରୀରିକ ସମ୍ପର୍କ ରଖିଥିବାର ଅଭିଯୋଗ ଆଣିଥିଲେ ମଡେଲ୍ ପ୍ରୀତି ଜୈନ। ପ୍ରୀତିଙ୍କ ଅଭିଯୋଗ ଅନୁଯାୟୀ ମଧୁର ଫିଲ୍ମରେ ଲିଡ ରୋଲ୍ ଦେବା ଆଳରେ ତାଙ୍କୁ ଯୌନ ଶୋଷଣ କରିଥିଲେ। ଏହି ମାମଲା ନ୍ୟାୟାଳୟକୁ ମଧ୍ୟ ଯାଇଥିଲା। ହେଲେ ମଧୁର ଭଣ୍ଡାରକରଙ୍କୁ କୋର୍ଟ ଦୋଷମୁକ୍ତ ଘୋଷଣା କରିଥିଲା।

ସାଇନି ଆହୁଜା

ଯେଉଁ ସମୟରେ ଅଭିନେତା ସାଇନି ଆହୁଜାଙ୍କର ବଲିଉଡରେ ଡିମାଣ୍ଡ ବଢ଼ିଯାଇଥିଲା, ସେହି ସମୟରେ ତାଙ୍କ ନାଁରେ ଚାକରାଣୀ ସହିତ ଦୁଷ୍କର୍ମ କରିଥିବା ଅଭିଯୋଗ ଆସିଥିଲା। ସାଇନି ଏହାକୁ ସ୍ୱୀକାର ମଧ୍ୟ କରିଥିଲେ। ଏହି ମାମଲାରେ ଗିରଫ ହୋଇଥିଲେ ସାଇନି ଆହୁଜା।  ସେ ଜାମିନ୍ ପାଇବା ପରେ ମଧ୍ୟ ତାଙ୍କୁ ବଲିଉଡରେ ସେଭଳି ଭଲ ସୁଯୋଗ ମିଳିନାହିଁ।

ଇନ୍ଦ୍ର କୁମାର

ମୁମ୍ବାଇର ଜଣେ ୨୩ବର୍ଷୀୟା ଯୁବତୀ ଦିବଂଗତ ଅଭିନେତା ଇନ୍ଦ୍ର କୁମାରଙ୍କ ଉପରେ ଦୁଇ ଦୁଇଥର ଦୁଷ୍କର୍ମର ଅଭିଯୋଗ ଆଣିଥିଲେ। ଉକ୍ତ ଯୁବତୀ ଅଭିଯୋଗ କରିଥିଲେ ଯେ ଇନ୍ଦ୍ର ତାଙ୍କୁ ନିଜର ଆପାର୍ଟମେଣ୍ଟରେ ବନ୍ଦୀ କରି ରଖି ଯୌନ ଶୋଷଣ କରିଥିଲେ।

ଖାଲି ସେତିକି ନୁହେଁ, ଇନ୍ଦ୍ର କୁମାର ତାଙ୍କ ଶରୀରରେ ସିଗାରେଟର ଚେଙ୍କ ବି ଦେଉଥିଲେ ଓ ବିଅର ବୋତଲରେ ମାରୁଥିଲେ। ପୀଡ଼ିତାଙ୍କୁ ସିନେମାରେ କାମ ଦେବା ଆଳରେ ଏଭଳି କାଣ୍ଡ କରୁଥିବା ଜଣାଯାଇଥିଲା। ତେବେ ଏହି ଅଭିନେତାଙ୍କର ୨୦୧୭ ଜୁଲାଇ ୨୮ ତାରିଖରେ ହୃଦ୍‌ଘାତରେ ପରଲୋକ ହୋଇଥିଲା।

ଆଦିତ୍ୟ ପାଞ୍ଚୋଲି

ଅଭିନେତା ଆଦିତ୍ୟ ପାଞ୍ଚୋଲି ନିଜ ଘରେ କାମ କରୁଥିବା ଜଣେ ୧୫ ବର୍ଷୀୟା ଚାକରାଣୀ ସହିତ ଅବୈଧ ସମ୍ପର୍କ ରଖିଥିଲେ। ଉକ୍ତ ନାବାଳିକାକୁ ଫିଲ୍ମରେ ହିରୋଇନ୍ କରିବାର ପ୍ରଲୋଭନ ଦେଇ ଯୌନ ଶୋଷଣ କରିଥିଲେ ବୋଲି ନ୍ୟାୟାଳୟରେ ଏକ ମାମଲା ଚାଲିଥିଲା। ନ୍ୟାୟାଳୟ ମଧ୍ୟ ଆଦିତ୍ୟଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ।

ଅଙ୍କିତ ତିୱାରୀ

ବଲିଉଡର ଲୋକପ୍ରିୟ ଗାୟକ ଅଙ୍କିତ ତିୱାରୀ ଜଣେ ମହିଳାଙ୍କୁ ବଳାତ୍କାର କରିଥିବାର ଅଭିଯୋଗ ହୋଇଥିଲା। ବିବାହ କରିବେ ବୋଲି ପ୍ରତିଶ୍ରୁତି ଦେଇ ଅଙ୍କିତ ତାଙ୍କ ସହ ବର୍ଷାଧିକ କାଳ ଶାରୀରିକ ସମ୍ପର୍କ ରଖିଥିଲେ ବୋଲି ମହିଳାଙ୍କ ଅଭିଯୋଗ କରିଥିଲେ।

ଅଭିଜିତ୍ ଭଟ୍ଟାଚାର୍ଯ୍ୟ

ଆଉ ଜଣେ ପ୍ରଖ୍ୟାତ କଣ୍ଠଶିଳ୍ପୀ ଅଭିଜିତ୍ ଭଟ୍ଟାଚାର୍ଯ୍ୟ ମଧ୍ୟ ଏହି ଅଭିଯୋଗରୁ ମୁକ୍ତ ନୁହଁନ୍ତି। ମୁମ୍ବାଇର ଲୋଖଣ୍ଡୱାଲାରେ ଦୁର୍ଗା ପୂଜା ଅବସରରେ ଜଣେ ମହିଳା ଅଭିଜିତଙ୍କ ଉପରେ ଯୌନ ଶୋଷଣର ଆରୋପ ଲଗାଇଥିଲେ।

ଦିବାକର ବାନାର୍ଜୀ

ଜଣାଶୁଣା ନିର୍ଦ୍ଦେଶକ ଦିବାକର ବାନାର୍ଜୀ ଅଭିନେତ୍ରୀ ପାୟଲ ରୋହତାଗୀଙ୍କ ସହ ଯୌନ ଶୋଷଣ କରିଥିବା ନେଇ ମଧ୍ୟ ଶୁଣିବାକୁ ମିଳିଥିଲା। କିନ୍ତୁ ଦିବାକର ଏହି ଅଭିଯୋଗକୁ ଅସ୍ୱୀକାର କରିଥିଲେ।

ମହମ୍ମଦ ଫାରୁକୀ

‘ପିପ୍‌ଲି ଲାଇଭ୍’ ଫିଲ୍ମର ସହ ନିର୍ଦ୍ଦେଶକ ମହମ୍ମଦ ଫାରୁକୀଙ୍କ ୨୦୧୬ରେ ଜଣେ ଆମେରିକୀୟ ରିସର୍ଚ୍ଚର ମହିଳାଙ୍କ ସହ ଦୁଷ୍କର୍ମ ଅଭିଯୋଗରେ ୭ବର୍ଷର ଜେଲ୍ ଦଣ୍ଡାଦେଶ ସହ ୫୦ହଜାର ଟଙ୍କା ଜରିମାନା ଦେବା ପାଇଁ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଥିଲେ। ଉକ୍ତ ମହିଳା ୨୦୧୫ ଜୁନ୍ ମାସରେ ଫାରୁକୀଙ୍କ ବିରୋଧରେ ନ୍ୟୁ ଫ୍ରେଣ୍ଡସ କଲୋନୀ ଥାନାରେ ଅଭିଯୋଗ କରିଥିଲେ। ତେବେ ସୁପ୍ରିମକୋର୍ଟ ଏହି ମାମଲାର ବିଚାର କରି ମହମ୍ମଦ ଫାରୁକୀଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କରିଥିଲେ।

Comment