ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡର ମସକକଲି ଗାର୍ଲ ସୋନମ୍ କପୁର ଖୁବଶିଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ତାଙ୍କ ଭାବି ସ୍ଵାମୀ ଆନନ୍ଦ ଆହୁଜା ବିଗତ କିଛି ବର୍ଷ ହେବ ଖୁବ୍ ଚର୍ଚ୍ଚାରେ ରହିଛନ୍ତି।

ଏବେ ଆସନ୍ତୁ ଜାଣିବା ଆନନ୍ଦ ଆହୁଜାଙ୍କ ସମ୍ପର୍କରେ କିଛି ଖାସ୍ ତଥ୍ୟ:-

ବଲିଉଡର ମସକକଲି  ଗାର୍ଲ ସୋନମ୍ କପୁରଙ୍କ ବୟଫ୍ରେଣ୍ଡ ଆନନ୍ଦ ଆହୁଜା ଏବେ ପ୍ରାୟ ୩ ହଜାର କୋଟି ଟଙ୍କାର ସମ୍ପତ୍ତିର ମାଲିକ। ତାଙ୍କ ବାପା ସୁନିଲ ଆହୁଜା ଓ ମାଆ ବୀଣା ଆହୁଜା  ‘କ୍ଲିଥିଙ୍ଗ୍ ବ୍ରାଣ୍ଡ ଭାନେ’ର ମାଲିକ। ସୋନମ ମଧ୍ୟ ଏହି ବ୍ରାଣ୍ଡର ଆଉଟଫିଟ୍ସ ପିନ୍ଧିବାକୁ ପସନ୍ଦ କରନ୍ତି। ଆନନ୍ଦ ନିଜର ଫ୍ୟାମିଲି ବିଜନେସ୍ ‘ଶାହି ଏକ୍ସପୋର୍ଟସ’ର ପରିଚାଳନା ନିର୍ଦ୍ଦେଶକ ଦାୟିତ୍ଵରେ ବି ଅଛନ୍ତି।

ଆନନ୍ଦ ଆହୁଜା ଦିଲ୍ଲୀର ଆମେରିକା ଆମ୍ବାସିରେ ଶିକ୍ଷା ଗ୍ରହଣ କରିଥିଲେ। ପାଠପଢ଼ା ସରିବା ପରେ ସେ ଆମେରିକା ଯାଇଥିଲେ। ସେ ସେଠାରେ ହ୍ଵାଟର୍ନ ବିଜନେସ୍ ସ୍କୁଲ୍, ପେନସିଲଭାନିଆରୁ ଏମ୍‌ବିଏ  ଡିଗ୍ରୀ ମଧ୍ୟ ହାସଲ କରିଛନ୍ତି।

ବଲିଉଡର ମସକକଲି ଗର୍ଲ ସୋନମ କପୁରଙ୍କ ବୟଫ୍ରେଣ୍ଡ ଆନନ୍ଦ ଆହୁଜା ୨୦୧୧ରେ ଆମାଜନ୍ କମ୍ପାନିରେ ପ୍ରଡକ୍ଟ ମ୍ୟାନେଜର ଭାବେ କାର୍ଯ୍ୟ କରିଥିଲେ।

୨୦୧୧ରେ ସେ ଭାରତର ପ୍ରଥମ ସୁ ଷ୍ଟୋର୍ ଖୋଲିଥିଲେ। ଏହି ଷ୍ଟୋରର ନାଁ ହେଲା ‘ଭେଜ୍-ନନ୍ ଭେଜ୍’।

ବଲିଉଡର ମସକ୍‌କଲି ଗର୍ଲ ସୋନମଙ୍କ ବେଷ୍ଟ ଫ୍ରେଣ୍ଡ  ହେଲେ ପ୍ରେରଣା କ୍ୟୁରେସି। ପ୍ରେରଣା ଆନନ୍ଦଙ୍କର ବି ଭଲ ବାନ୍ଧବୀ। ପ୍ରେରଣା ହିଁ ପ୍ରଥମେ ଆନନ୍ଦଙ୍କ ସହିତ ସୋନମ କପୁରଙ୍କର ଭେଟଘାଟ କରାଇଥିଲେ। ଘଟଣାକ୍ରମେ ଆନନ୍ଦ ସୋନମଙ୍କୁ ଭଲ ପାଇ ବସିଲେ। ୨୦୧୪ରେ ପ୍ରଥମେ ଆନନ୍ଦ ମସକ୍‌କଲି ଗର୍ଲ ସୋନମ୍ କପୁରଙ୍କୁ ପ୍ରପୋଜ୍ କରିଥିଲେ। ତେବେ ସୋନମ୍ ତତ୍‌କ୍ଷଣାତ୍ ‘ହଁ’ ଭରିନଥିଲେ। ସେ ଏଥିପାଇଁ କିଛି ମାସ ସମୟ ନେଇଥିଲେ। ଶେଷରେ ସୋନମ୍ ଆନନ୍ଦଙ୍କ ପ୍ରସ୍ତାବକୁ ସ୍ଵୀକାର କରିଥିଲେ।

ଆନନ୍ଦ ଆହୁଜା ବାସ୍କେଟବଲ୍ ଖେଳିବାକୁ ବହୁତ ଭଲ ପାଆନ୍ତି। ସେ ଜୋତା କଲେକ୍ସନ କରିବାକୁ ବି ଭଲପାଆନ୍ତି।

କବିତା ସିଂହଙ୍କ ବଙ୍ଗଳାରେ ହେବ ସୋନମ କପୁରଙ୍କ ବାହାଘର

ଏବେ ସୋନମ କପୁର ନିଜର ବାହାଘରକୁ ନେଇ ଚର୍ଚ୍ଚାରେ ଅଛନ୍ତି। ମେ ୮ ତାରିଖରେ ସୋନମ୍ କପୁର ତାଙ୍କର ବୟଫ୍ରେଣ୍ଡ୍ ଆନନ୍ଦ ଆହୁଜାଙ୍କୁ ବାହା ହେଉଛନ୍ତି। ପଞ୍ଜାବୀ ଶୈଳୀରେ ଏହି ରୟାଲ ୱେଡିଂ ପାଇଁ ପ୍ରସ୍ତୁତ ଜୋରସୋରରେ ଚାଲିଛି।

ମିଳିଥିବା ସୂଚନା ଅନୁଯାୟୀ ଏହି ବିବାହ ଉତ୍ସବ ସୋନମଙ୍କ ଆଣ୍ଟି ତଥା ଜଣାଶୁଣା ଇଣ୍ଟେରିୟର ଡିଜାଇନର କବିତା ସିଂହଙ୍କ ବ୍ୟାଣ୍ଡଷ୍ଟାଣ୍ଡସ୍ଥିତ ଆଲିଶାନ୍ ବଙ୍ଗଳାରେ ଅନୁଷ୍ଠିତ ହେବ, ଏହି ବାହାଘର ଘର ଭିତରେ ଥିବା ମନ୍ଦିରରେ କରାଯିବ।

କବିତା ସିଂହଙ୍କର ଏହି ବଙ୍ଗଳାର ଆକାର ହେଉଛି ୫୫ ହଜାର ବର୍ଗଫୁଟ୍। ଏହାର ନାଁ ହେଲା ରକ ଡେଲ୍ ଓ ଏହା ଖୁବ୍ ସୁନ୍ଦର। ମୁମ୍ବାଇର ସବୁଠାରୁ ଦାମିକା ଅଞ୍ଚଳରେ ଅବସ୍ଥିତ। ଏହି ବଙ୍ଗଳାର ମୂଲ୍ୟ ୭୦ କୋଟି ବୋଲି କୁହାଯାଉଛି। ଏହି ସି ଫେସିଂ ବଙ୍ଗଳାରେ ଅଲଗା ହୋଇ ଏକ ପୂଜା ଘର ରହିଛି, ଯେଉଁଠି ଗଣେଶଙ୍କ ମୂର୍ତ୍ତି ପୂଜିତ ହେଉଛନ୍ତି।

ଏବେ ସଙ୍ଗୀତର ରିହର୍ସାଲ୍ ଅନୀଲ କପୁରଙ୍କ ବଙ୍ଗଳାରେ ଚାଲିଛି। ସୋନମ୍ ଯେଉଁ ବିଶିଷ୍ଟ ବ୍ୟବସାୟୀ ଆନନ୍ଦ ଆହୁଜାଙ୍କୁ ବାହା ହେଉଛନ୍ତି, ସେ ଓଁ ଅତି ଅପେରଲ୍ ମାଲିକ ଅଟନ୍ତି। ଏହାକୁ ଦେଶର ସବୁଠାରୁ ବଡ଼ ରପ୍ତାନୀକାରୀ କମ୍ପାନି ବୋଲି କୁହାଯାଉଛି। ଏହାର ବାର୍ଷିକ ଟର୍ଣ୍ଣଓଭର ହେଲା ୪୫୦ ମିଲିଅନ୍ ଡଲାର। ମିଳିଥିବା ସୂଚନା ଅନୁଯାୟୀ ଆନନ୍ଦ ଓ ସୋନମ୍ ଲଣ୍ଡନରେ ଏକ ଘର କିଣିଛନ୍ତି।

Comment