ଓଡ଼ିଶାଲାଇଭ୍‌ ବ୍ୟୁରୋ

ଟ୍ରେନରେ ଟଏଲେଟ୍ ପାଣିରେ ଚା’ ଦେଉଥିବା ଭିଡିଓ ଭାଇରାଲ ହେବା ଘଟଣାରେ ସମ୍ପୃକ୍ତ ଭେଣ୍ଡରଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନିଆଯାଇଛି।

ରେଳ ବିଭାଗର ଦାୟିତ୍ଵହୀନତାର ଆଉ ଏକ ଦୃଶ୍ୟ ପଦାକୁ ଆସିଛି। ଟ୍ରେନ୍‌ରେ ଟଏଲେଟ୍ ପାଣିରେ ଚା’ ଦେଉଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଯାହାକୁ ଦେଖିବା ପରେ ରେଳ ବିଭାଗର ପରିଚ୍ଛନ୍ନତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଚେନ୍ନାଇ ସେଣ୍ଟ୍ରାଲ୍‌-ହାଇଦ୍ରାବାଦ ଚାର୍‌ମୀନାର୍‌ ଏକ୍ସ୍‍ପ୍ରେସ୍‌ରେ ଜଣେ ରେଳବାଇ ଭେଣ୍ଡର୍‌ ଶୌଚାଳୟ ପାଣିରେ ଚା ଓ କଫି ତିଆରି କରୁଥିବାର ଏକ ଭିଡିଓ ଗତବର୍ଷ ଡିସେମ୍ବର ମାସରେ ଭାଇରାଲ୍‌ ହେବା ପରେ ରେଳ କର୍ତ୍ତୃପକ୍ଷମାନେ ତାଙ୍କ ଉପରେ ୧ ଲକ୍ଷ ଟଙ୍କା ଜରିମାନା କରିଛନ୍ତି।

ଭାଇରାଲ୍‌ ହୋଇଥିବା ଭିଡିଓରେ ଦେଖାଯାଉଛି ନୀଳ ସାର୍ଟ ପିନ୍ଧିଥିବା ଜଣେ ଭେଣ୍ଡର ତେଲେଙ୍ଗାନା ଷ୍ଟେସନ୍‌ରେ ଚେନ୍ନାଇ ସେଣ୍ଟ୍ରାଲ୍‌-ହାଇଦ୍ରାବାଦ ଚାରମୀନାର୍‌ ଏକ୍ସ୍‍ପ୍ରେସ୍‌ ଭିତରେ ତା’ର କେଟିଲ୍‌ରେ ପାଣି ଭର୍ତ୍ତି କରୁଛନ୍ତି। ଏହି ସମୟରେ ଜଣେ ଟ୍ରେନ ଯାତ୍ରୀ ଭିଡିଓ କରି ସୋସିଆଲ ମିଡିଆରେ ଛାଡ଼ିଥିଲେ। ଘଟଣା ଘଟିବାର ୬ମାସ ପରେ ସମ୍ପୃକ୍ତ ଭେଣ୍ଡରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

ଘଟଣାର ତଦନ୍ତକୁ ଆଧାର କରି ସିକନ୍ଦରାବାଦ ଏବଂ କାଜିପେଟ୍‌ ସେକ୍ସନ୍‌ ଠିକା ନେଇଥିବା କଣ୍ଟ୍ରାକ୍ଟର୍‌ଙ୍କ ଉପରେ ଏହି ଜରିମାନା କରାଯାଇଛି।

ପରିଷ୍କାର ଖାଦ୍ୟ ଯୋଗାଇ ଦେବା ପାଇଁ ବାରମ୍ବାର ପ୍ରତିଶ୍ରୁତି ଦେଉଥିବା ରେଳବିଭାଗ ଏଥିରେ ଫେଲ୍‌ ମାରିଛି।

Comment