ଓଡ଼ିଶାଲାଇଭ୍ ବ୍ୟୁରୋ
ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ଇଡି ନୋଟିସ ଜାରି କରିଛି। ଡି-ଲିଙ୍କ ସଂପୃକ୍ତି ଅଭିଯୋଗରେ ଏହି ନୋଟିସ ଜାରି କରାଯାଇଛି।
ଧଳ ସାମନ୍ତ ବ୍ରଦର୍ସ ଲିଙ୍କ୍ ଅଭିଯୋଗରେ ଯାଜପୁର ଜିଲ୍ଲା ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ସମନ ଜାରି କରାଯାଇଛି। ମେ ୭ ତାରିଖରେ ସମସ୍ତ କାଗଜପତ୍ର ସହ ହାଜର ହେବାକୁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ୨୦୦୫ରୁ ୨୦୧୦ ଯାଏଁ ସବୁ ଅଡିଟ ରିପୋର୍ଟ ଧରି ଆସିବାକୁ ଇଡି ପକ୍ଷରୁ କୁହାଯାଇଛି।
ପ୍ରଣବଙ୍କ ଟ୍ରାନ୍ସପୋର୍ଟ ଏଜେନ୍ସି ସହ ଡି-ଲିଙ୍କ୍ ଥିବା ନେଇ ତନାଘନା ଚାଲିଛି।
୨୦୧୬ ଜାନୁଆରୀ ୨୮ ତାରିଖରେ ସୁଶାନ୍ତ ଧଳସାମନ୍ତ ଏବଂ ତାଙ୍କ ଭାଇ ସୁଶିଲ ଧଳସାମନ୍ତଙ୍କୁ ଗିରଫ କରାଯାଇଥିଲା। ସୁଶାନ୍ତଙ୍କ ନାଁରେ ୩ଟି ହତ୍ୟାକାଣ୍ଡର ୱାରେଣ୍ଟ ରହିଥିଲା।
ଧଳସାମନ୍ତ ବ୍ରଦର୍ସଙ୍କ ସହ ବିଜେଡି ବହୁ ବିଧାୟକଙ୍କର ଲିଙ୍କି ରହିଥିବା ଚର୍ଚ୍ଚା ହେଉଥିଲା। ତେବେ ଧର୍ମଶାଳା ବିଧାୟକଙ୍କ ଟାନ୍ସପୋର୍ଟ ସଂସ୍ଥା ସହ ଡି-ଲିଙ୍କ୍ ସଂପୃକ୍ତି ଥିବା ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଆଧାର କରି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନୋଟିସ ଜାରି କରିଛି।








ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ଇଡି ନୋଟିସ ଜାରି କରିଛି। ଡି-ଲିଙ୍କ ସଂପୃକ୍ତି ଅଭିଯୋଗରେ ଏହି ନୋଟିସ ଜାରି କରାଯାଇଛି।



