ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟର ପଞ୍ଚାୟତିରାଜ ଅନୁଷ୍ଠାନ ଓ ସ୍ଵାୟତ୍ତ ଶାସନ ସଂସ୍ଥା ଆଦି କେତେ ଅର୍ଥ ପାଇବେ ତାହା ପଞ୍ଚମ ଅର୍ଥ କମିଶନ ସ୍ଥିର କରିବ।
ଓଡ଼ିଶା ସରକାର ପଞ୍ଚମ ଅର୍ଥ କମିଶନ ଗଠନ କରିଛନ୍ତି। ପୂର୍ବତନ ରାଜ୍ୟ ନିର୍ବାଚନ କମିଶନର ରବି ନାରାୟଣ ସେନାପତି ଏହାର ଅଧ୍ୟକ୍ଷ ହେବେ। ପଞ୍ଚମ ଅର୍ଥ କମିଶନ ସ୍ଥିର କରିବ ରାଜ୍ୟର ପଞ୍ଚାୟତିରାଜ ଅନୁଷ୍ଠାନ ଓ ସ୍ଵାୟତ୍ତ ଶାସନ ସଂସ୍ଥା ଆଦି କେତେ ଅର୍ଥ ପାଇବେ।
ସେନାପତିଙ୍କ ବ୍ୟତୀତ କମିଶନର ଅନ୍ୟ ସଦସ୍ୟ ଭାବେ ପଞ୍ଚାୟତିରାଜ ସଚିବ ଡି କେ ସିଂହ, ଜାଭିୟର ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟର ପ୍ରଫେସର ଅସିତ ମହାନ୍ତି, ଅବସରପ୍ରାପ୍ତ ଓଏଏସ ଅଫିସର ସଂଜୀବ ମିଶ୍ର, ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ ପ୍ରଫେସର ସଂସନ ମହାପାତ୍ରଙ୍କୁ ନିଯୁକ୍ତି ଦିଆଯାଇଛି।
ଆଇଏଏସ ଡି କେ ଜେନା ଅର୍ଥ କମିଶନର ସଦସ୍ୟ-ସଚିବ ରହିବେ। ରାଜ୍ୟ ସରକାର ରାଜକୋଷରୁ କେତେ ପରିମାଣ ଅର୍ଥ ହସ୍ତାନ୍ତର କରିବେ ସେ ସମ୍ପର୍କରେ କମିଶନ ସରକାରଙ୍କୁ ସୁପାରିଶ କରିବେ।
କେଉଁ ଟିକସ ଓ ରାଜସ୍ୱରୁ କେତେ ଅର୍ଥ ପଞ୍ଚାୟତ ଓ ସ୍ୱାୟତ୍ତ ଶାସନ ସଂସ୍ଥାକୁ ଦିଆଯିବ ଓ ସରକାର କେତେ ଅର୍ଥ ନିଜେ ଖର୍ଚ୍ଚ କରିବେ ସେହି ସୁପାରିଶ ବ୍ୟତୀତ ଗ୍ରାମ ପଞ୍ଚାୟତ, ପଞ୍ଚାୟତ ସମିତି, ଜିଲ୍ଲା ପରିଷଦ ଓ ମ୍ୟୁନିସିପାଲିଟିର ରୋଜଗାର କିଭଳି ବୃଦ୍ଧି ପାଇବ ଓ ସେମାନେ କିଭଳି ଆର୍ଥିକ ବିକାଶ ହାସଲ କରି ପାରିବେ ସେ ସୁପାରିଶ ମଧ୍ୟ ଏହି କମିଶନ କରିବେ।
ପୂର୍ବତନ ଆଇଏଏସ ଚିନ୍ମୟ ବସୁଙ୍କ ଅଧ୍ୟକ୍ଷତାରେ ୨୦୧୩ରେ ଚତୁର୍ଥ ଅର୍ଥ କମିଶନ ଗଠିତ ହୋଇଥିଲା।








ରାଜ୍ୟର ପଞ୍ଚାୟତିରାଜ ଅନୁଷ୍ଠାନ ଓ ସ୍ଵାୟତ୍ତ ଶାସନ ସଂସ୍ଥା ଆଦି କେତେ ଅର୍ଥ ପାଇବେ ତାହା ପଞ୍ଚମ ଅର୍ଥ କମିଶନ ସ୍ଥିର କରିବ।









