ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ସହ ଦେଶ ବିଦେଶର ପ୍ରମୁଖ ଖବର ପଢ଼ିବାକୁ କ୍ଲିକ୍ କରନ୍ତୁ ଓଡ଼ିଶାଲାଇଭ୍ର ‘ଆଜିର ବଡ଼ ଖବର’।
ମେ ୭ରେ ମାଟ୍ରିକ ରେଜଲ୍ଟ: ୱେବସାଇଟ୍-ଏସଏମଏସ୍ ଜରିଆରେ ଜାଣିହେବ ପରୀକ୍ଷା ଫଳ
ମେ ୭ ତାରିଖରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ। ଛାତ୍ରଛାତ୍ରୀମାନେ ସେମାନଙ୍କ ରେଜଲ୍ଟ ୱେବସାଇଟରୁ ଜାଣିପାରିବେ। ଏହାସହ ଏସ୍ଏମ୍ଏସ୍ ଜରିଆରେ ଛାତ୍ରଛାତ୍ରୀମାନେ ପରୀକ୍ଷା ଫଳ ଜାଣି ପାରିବେ ବୋଲି ବୋର୍ଡ ସଭାପତି ଜହାନଆରା ବେଗମ୍ ସୂଚନା ଦେଇଛନ୍ତି।
କାହିଁକି ଭୁଶୁଡ଼ିଲା ବମିଖାଲ ଓଭରବ୍ରିଜ୍? ଯାଞ୍ଚ କରୁଛି ଫରେନସିକ୍ ଟିମ୍
ବମିଖାଲ ଓଭରବ୍ରିଜ୍ ଭୁଶୁଡ଼ିବା ଘଟଣାକୁ ନେଇ ଆରମ୍ଭ ହୋଇଛି ଖୋଳତାଡ଼। ଘଟଣାର ଅଧିକ ଯାଞ୍ଚ୍ ପାଇଁ ପୋଲ ଖସି ପଡ଼ିଥିବା ସ୍ଥାନରେ ପହଞ୍ଚିଛି ଫୋରେନସିକ୍ ଟିମ୍।
କେରଡ଼ାଗଡ଼ ଜଗନ୍ନାଥ ମନ୍ଦିର:ଆଉ ଟିକିଏ ପାଖରୁ ଠାକୁର ଦର୍ଶନ କରିବେ ଶ୍ରଦ୍ଧାଳୁ
ଜାତି ନିର୍ବିଶେଷରେ ସମସ୍ତେ କେରଡ଼ାଗଡ଼ ଜଗନ୍ନାଥ ମନ୍ଦିରରେ ସ୍ୱଳ୍ପ ଦୂରତା ଭିତରେ ପ୍ରଭୁ ଜଗନ୍ନାଥ,ବଳଭଦ୍ର ଓ ସୁଭଦ୍ରାଙ୍କୁ ଦର୍ଶନ କରିପାରିବେ କେନ୍ଦ୍ରାପଡା ଜିଲ୍ଲାର କେରଡ଼ାଗଡ଼ ଜଗନ୍ନାଥ ମନ୍ଦିରରେ ପ୍ରବେଶ କରିବାକୁ ନେଇ ଯେଉଁ ବିବାଦ ସୃଷ୍ଟି ହୋଇଥିଲା ତାହାର ସମାଧାନ ପାଇଁ ଜିଲ୍ଳା ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଖୁବଶୀଘ୍ର ଏହା ବାସ୍ତବତାରେ ପରିଣତ ହେବା ଆଶା କରାଯାଉଛି।
କର୍ଣ୍ଣାଟକ ନିର୍ବାଚନ ପୂର୍ବରୁ ବିଜେପିର ଘୋଷଣାପତ୍ର: ମହିଳାଙ୍କୁ ମିଳିବ ସ୍ମାର୍ଟଫୋନ୍, ଶସ୍ତାଲୋନ ଓ ମଙ୍ଗଳସୁତ୍ର
କର୍ଣ୍ଣାଟକ ବିଧାନସଭା ନିର୍ବାଚନ ହେବାକୁ ଆଉ ମାତ୍ର ସପ୍ତାହେ ବାକି ଅଛି। ତା’ପୂର୍ବରୁ ଭୋଟରଙ୍କ ମନକୁ ଛୁଇଁବା ଭଳି ଘୋଷଣାନାମା କରିବାରେ ଲାଗିପଡ଼ିଛନ୍ତି ଉଭୟ ବିଜେପି ଓ କଂଗ୍ରେସ। ମାତ୍ର ୧ପ୍ରତିଶତ ସୁଧରେ ମହିଳାଙ୍କୁ ମିଳିବ ୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ। ବିପିଏଲ ପରିବାରର ସବୁ ମହିଳାଙ୍କୁ ସ୍ମାର୍ଟଫୋନ୍। ଭାଗ୍ୟଲକ୍ଷ୍ମୀ ଯୋଜନାରେ ମଧ୍ୟବିତ୍ତ ଓ ଗରିବ ଶ୍ରେଣୀର ମହିଳାଙ୍କୁ ୧-୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ଯୋଗାଇ ଦିଆଯିବ।
ବମିଖାଲ ବ୍ରିଜ୍ ଦୁର୍ଘଟଣା: ପଣ୍ଡା ଇନଫ୍ରା ମାଲିକ ଗିରଫ, ମୃତକଙ୍କ ପରିବାରକୁ ୫ଲକ୍ଷ ଟଙ୍କା ଅନୁକମ୍ପା ଦେଲେ ମୁଖ୍ୟମନ୍ତ୍ରୀ
ବମିଖାଲ ବ୍ରିଜ୍ ଦୁର୍ଘଟଣାରେ ଗିରଫ ହୋଇଛନ୍ତି ନିର୍ମାଣ କାମ ନେଇଥିବା ଠିକା ସଂସ୍ଥା ପଣ୍ଡା ଇନ୍ଫ୍ରା ପ୍ରୋଜେକ୍ଟ ମାଲିକ ପ୍ରତାପ ପଣ୍ଡାଙ୍କୁ ପୁଲିସ ଗିରଫ କରିଛି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କରିଛନ୍ତି।
ଗତ ତିନିବର୍ଷରେ ଭାରତୀୟଙ୍କ ଆୟ ବଢ଼ିଛି କିନ୍ତୁ ଖୁସି କମିଛି
ଦେଶରେ ସାମାଜିକ ଓ ଆର୍ଥିକ ସୁବିଧା ସତ୍ତ୍ୱେ ଭାରତୀୟମାନେ ଦୁଃଖୀ ବୋଲି ୨୦୧୮ ୱାର୍ଲ୍ଡ ହାପିନେସ୍ ରିପୋର୍ଟରେ ଦର୍ଶାଯାଇଛି।
‘ହାଲୋ ଆର୍ସି’ ମୋ ପାଇଁ ଏକ ମାଇଲଷ୍ଟୋନ୍: ପ୍ରକୃତି ମିଶ୍ର
ଜାତୀୟ ଫିଲ୍ମ ପୁରସ୍କାର ପାଇଛନ୍ତି ଓଡ଼ିଆ ଅଭିନେତ୍ରୀ ପ୍ରକୃତି ମିଶ୍ର। ‘ହାଲୋ ଆର୍ସି’ ପାଇଁ ସେ ପାଇଛନ୍ତି ସ୍ୱତନ୍ତ୍ର ପୁରସ୍କାର।
ମଞ୍ଜୁଳା କୁଅଁରଙ୍କ ପରେ ଓଡ଼ିଶାରୁ ଦ୍ୱିତୀୟ ଅଭିନେତ୍ରୀଭାବେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଛନ୍ତି ପ୍ରକୃତି।