ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚଳିତବର୍ଷ ଅର୍ଜୁନ ଓ ଧ୍ୟାନଚାନ୍ଦ ପୁରସ୍କାର ପାଇଁ ୫ଜଣଙ୍କ ନାମ ସୁପାରିଶ କରାଯାଇଛି। ସେମାନେ ହେଲେ ହକି ଖେଳାଳି ମନ୍‌ପ୍ରୀତ୍‌ ସିଂହ, ଧରମବୀର ସିଂହ ଓ ସବିତା, ଇବେମହାଲ୍‌ ଚାନୁ ଓ ଭରତ ଛେତ୍ରିଙ୍କ ନାମ ଧ୍ୟାନଚାନ୍ଦ ପୁରସ୍କାର ନିମନ୍ତେ ହକି ଇଣ୍ଡିଆ ସୁପାରିସ କରିଛି।

ସମ୍ମାଜନଜକ ଅର୍ଜୁନ ଓ ଧ୍ୟାନଚାନ୍ଦ ପୁରସ୍କାର ପାଇଁ ଚଳିତବର୍ଷ ୫ଜଣଙ୍କ ନାମ ସୁପାରିସ କରିଛି ହକି ଇଣ୍ଡିଆ। ହକି ଖେଳାଳି ମନ୍‌ପ୍ରୀତ ସିଂହ, ଧରମବୀର ସିଂହ ଓ ମହିଳା ଦଳର ଗୋଲରକ୍ଷକ ସବିତାଙ୍କ ନାମ ମଧ୍ୟ ଅର୍ଜୁନ ପୁରସ୍କାର ନିମନ୍ତେ ସୁପାରିସ କରାଯାଇଛି। ସାନ୍‌ଗାଇ ଇବେମହାଲ୍‌ ଚାନୁ ଓ ପୁରୁଷ ହକି ଦଳର ପୂର୍ବତନ ଅଧିନାୟକ ଭରତ ଛେତ୍ରିଙ୍କ ନାମ ଧ୍ୟାନଚାନ୍ଦ ପୁରସ୍କାର ନିମନ୍ତେ ହକି ଇଣ୍ଡିଆ ସୁପାରିସ କରିଛି। ପ୍ରଶିକ୍ଷକ ବିଏସ୍‌ ଚୌହ୍ୱାନଙ୍କ ନାମ ଦ୍ରୋଣାଚାର୍ଯ୍ୟ ପୁରସ୍କାର ନିମନ୍ତେ ସୁପାରିସ କରାଯାଇଛି।

ଧରମ୍‌ବୀର

ଧରମବୀର ଭାରତୀୟ ହକି ଦଳର ମଧ୍ୟଭାଗ ଖେଳାଳି। ୨୦୧୪ରେ କୋରିଆରେ ଆୟୋଜିତ ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ବିଜୟୀ ଭାରତୀୟ ଦଳର ସେ ସଦସ୍ୟ ଥିଲେ। ଏହାବାଦ୍‌ ୨୦୧୨ ଲଣ୍ଡନ ଅଲିମ୍ପିକ୍‌ସ ଓ ୨୦୧୪ ବିଶ୍ୱକପ୍‌ରେ ସେ ଭାରତକୁ ପ୍ରତିନିଧିତ୍ୱ କରିଥିଲେ।

ମନପ୍ରିତ୍‌ ସିଂହ

ହକି ଖେଳାଳି ମନ୍‌ପ୍ରୀତ ଗତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ହକି ଦଳର ନେତୃତ୍ୱ ନେଇଥିଲେ।ଶ୍ରୀଜେଶ ଆଘାତପ୍ରାପ୍ତ ହେବା ପରେ ମନ୍‌ପ୍ରୀତ ଭାରତୀୟ ଦଳର ନେତୃତ୍ୱ ନେଇଥିଲେ। ତାଙ୍କ ନେତୃତ୍ୱରେ ଭାରତୀୟ ଦଳ ମାଲେସିଆକୁ ହରାଇ ଏସିଆ କପ୍‌ ଚମ୍ପିଆନ୍‌ ହୋଇଥିବା ବେଳେ ଗତବର୍ଷ ବିଶ୍ୱ ଲିଗ୍‌ ଫାଇନାଲରେ ମନ୍‌ପ୍ରୀତଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ବ୍ରୋଞ୍ଜ୍‌ ପଦକ ହାସଲ କରିଥିଲା। ଭାରତ ପକ୍ଷରୁ ୨୦୦ରୁ ଊର୍ଦ୍ଧ୍ବ ମ୍ୟାଚ୍‌ ଖେଳିଥିବା ମନ୍‌ପ୍ରୀତ ୨୦୧୨ ଓ ୨୦୧୬ ଅଲିମ୍ପିକ୍‌ସରେ ଜାତୀୟ ଦଳକୁ ପ୍ରତିନିଧିତ୍ୱ କରି ସାରିଛନ୍ତି। ଗତବର୍ଷ ଲଣ୍ଡନରେ ଆୟୋଜିତ ଚମ୍ପିଆନ୍‌ସ ଟ୍ରଫି ଓ ୨୦୧୪ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ ପଦକ ବିଜୟୀ ଭାରତୀୟ ଦଳର ସେ ସଦସ୍ୟ ଥିଲେ।

ସବିତା

ଭାରତୀୟ ମହିଳା ଦଳର ଗୋଲରକ୍ଷକ ସବିତା ନିଜ ଚମତ୍କାର ପ୍ରଦର୍ଶନ ବଳରେ ୨୦୧୬ରେ ଭାରତକୁ ଏସିଆ କପ୍‌ ଚମ୍ପିଆନ୍‌ କରାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।

ସାନ୍ଗାଇ ଚାନୁ

ପୂର୍ବତନ ମହିଳା ଖେଳାଳି ସାନ୍‌ଗାଇ ଚାନୁ ୨୦୦୨ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ୱର୍ଣ୍ଣ ଓ ୨୦୦୬ରେ ରୌପ୍ୟ ପଦକ ଜିତିଥିବା ଭାରତୀୟ ହକି ଦଳର ସଦସ୍ୟ ଥିଲେ। ୧୦ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ଭାରତୀୟ ଦଳକୁ ପ୍ରତିନିଧିତ୍ୱ କରିଥିବା ସାନ୍‌ଗାଇ ୧୯୯୮ ଓ ୨୦୦୬ ବିଶ୍ୱକପ୍‌ରେ ଖେଳିଥିଲେ।

ଭରତ ଛେତ୍ରି

ପୁରୁଷ ହକି ଦଳର ପୂର୍ବତନ ଅଧିନାୟକ ତଥା ଗୋଲରକ୍ଷକ ଭରତ ଛେତ୍ରି ୨୦୧୨ ଲଣ୍ଡନ ଅଲିମ୍ପିକ୍‌ସରେ ଦଳର ନେତୃତ୍ୱ ନେଇଥିଲେ। ୨୦୧୦ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ ଓ ୨୦୧୦ ଏସୀୟ କ୍ରୀଡ଼ାରେ ବ୍ରୋଞ୍ଜ୍‌ ପଦକ ଜିତିଥିବା ଭାରତୀୟ ଦଳର ସେ ସଦସ୍ୟ ଥିଲେ।

Comment