ଓଡ଼ିଶାଲାଇଭ୍ ବ୍ୟୁରୋ

- ମାଡ଼ି ଆସୁଛି ବର୍ଷା
- ୧୩ ରାଜ୍ୟ ଓ ୨ଟି କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ସତର୍କ ସୂଚନା
- ସ୍କୁଲ ଛୁଟି ଘୋଷଣା କଲେ ହରିୟାଣା ସରକାର
୨୪ ଘଣ୍ଟା ମଧ୍ୟରେ ୧୩ଟି ରାଜ୍ୟ ଏବଂ ୨ଟି କେନ୍ଦ୍ର ଶାସିତ ଅଞ୍ଚଳରେ ହେବ ପ୍ରବଳ ବର୍ଷା। ଏନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ଗୃହ ମନ୍ତ୍ରାଳୟ ୧୩ଟି ରାଜ୍ୟ ସରକାରଙ୍କୁ ସଜାଗ ରହିବାକୁ ପରାମର୍ଶ ଦେଇଛି।
ଜାମ୍ମୁ-କାଶ୍ମୀର ଏବଂ ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ଦିଲ୍ଲୀ, ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼, ଉତ୍ତର ପ୍ରଦେଶରେ ବଜ୍ରପାତ ହେବା ସହ ପବନର ବେଗ ବଢ଼ିବାର ସମ୍ଭାବନା ରହିଛି। ଆସାମ, ମେଘାଳୟ, ନାଗାଲାଣ୍ଡ, ମଣିପୁର, ମିଜୋରାମ, ତ୍ରିପୁରାରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ବର୍ଷାକୁ ଦୃଷ୍ଟିରେ ରଖି ହରିୟାଣା ସରକାର ରାଜ୍ୟର ସମସ୍ତ ସରକାରୀ ଏବଂ ଘରୋଇ ସ୍କୁଲକୁ ଦୁଇ ଦିନ ଯାଏଁ ଛୁଟି ଘୋଷଣା କରିଛନ୍ତି।
ଧୂଳି ଝଡ଼ ଯୋଗୁଁ ୫ଟି ରାଜ୍ୟରେ ୧୨୪ ଲୋକଙ୍କର ପ୍ରାଣହାନି ହୋଇଥିବା ବେଳେ ୩୦୦ ଲୋକ ଆହତ ହୋଇଛନ୍ତି।
















