ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାଲେଶ୍ୱର ଜିଲ୍ଲାରେ ପୁଣି ଏକ ଲଜ୍ଜାକର ଘଟଣା ଘଟିଛି। ସୋରୋ ଅଞ୍ଚଳରେ ଜନୈକା ୭ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ପରିବାରବର୍ଗ ଥାନାରେ ଏତଲା ଦେବା ପରେ ପୋଲିସ ଅଭିଯୁକ୍ତ ମୁନା ମଲ୍ଲିକକୁ ଗିରଫ କରିଛି।

ମେ’ ୧୧ ତାରିଖର ଘଟଣା। ସେହିଦିନ ଗାଁରେ ଏକ ବାହାଘର ଚାଲିଥିଲା। ବାହାଘର ଭୋଜିକୁ ନେଇ ଗାଁ ଲୋକ ବ୍ୟସ୍ତ ଥିବା ବେଳେ ଏହି ସୁଯୋଗରେ ୭ ବର୍ଷର ଶିଶୁକନ୍ୟାକୁ ବିଭିନ୍ନ ପ୍ରଲୋଭନ ଦେଖାଇ ମୁନା ନିକଟସ୍ଥ ଫାର୍ମ ହାଉସକୁ ନେଇ ଯାଇଥିଲା। ସେଠାରେ ସେ ନାବାଳିକା ସହ ପାଶବିକ ଅତ୍ୟାଚାର କରିଥିଲା।

ନାବାଳିକାଟି ସମସ୍ତ ଘଟଣା ଘରେ କହିବା ପରେ ପରିବାର ବର୍ଗ ସୋରୋ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଆଧାର କରି ଅଭିଯୁକ୍ତକୁ ଗିରଫ କରାଯାଇଛି।

ସୋରୋ ଥାନା ଅଧିକାରୀ ଦିଲ୍ଲୀପ କୁମାର ସାହୁ କହିଛନ୍ତି, “ଅଭିଯୋଗ ପାଇବା ପରେ ଆମେ ଅଭିଯୁକ୍ତକୁ ଗିରଫ କରିଛୁ। ପୀଡ଼ିତାଙ୍କ ଡାକ୍ତରୀ ପରୀକ୍ଷା କରାଯାଇଛି। ମଡେିକାଲ ରିପୋର୍ଟକୁ ଆଧାର କରି ତଦନ୍ତକୁ ଆଗକୁ ବଢ଼ାଯିବ।”

Comment