ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆମ୍ବରେ ପ୍ରଚୁର ପରିମାଣରେ ପୋଷକତତ୍ତ୍ଵ ଭରପୂର ରହିଛି। ଭିଟାମିନ୍ ଏ, ଲୌହ, କପର, ପୋଟାସିୟମ୍ ଭରପୂର ଏହି ଫଳ ଖାଇଲେ ଶରୀରକୁ ଶକ୍ତି ମିଳେ।

ଜାଣନ୍ତୁ ଆମ୍ବ ଖାଇବା ଶରୀର ପାଇଁ କେତେ ଉପକାରୀ

  • ଭିଟାମିନ୍ ସି’ ଭରପୂର ଆମ୍ବ ଖାଇବା ଦ୍ଵାରା ଶରୀରର ରୋଗପ୍ରତିରୋଧକ ଶକ୍ତି ମଧ୍ୟ ବଢ଼େ।
  • ଫାଇବର ତତ୍ତ୍ଵ ପରିପୂର୍ଣ୍ଣ ଏହି ଫଳରେ ୧୫୦ କ୍ୟାଲୋରୀ ଥାଏ। ଆବଶ୍ୟକତାଠାରୁ ଅଧିକ ଖାଇଲେ ତାହା ସ୍ଵାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ।
  • ଗ୍ରୀଷ୍ମରେ ଦ୍ଵିପହର ଭୋଜନ ସମୟରେ ଆମ୍ବ ଖାଇବା ସ୍ଵାସ୍ଥ୍ୟ ଉପରେ ଉତ୍ତମ ପ୍ରଭାବ ପକାଇଥାଏ ବୋଲି ପରୀକ୍ଷାରୁ ଜଣାପଡ଼ିଛି।
  • କୃତ୍ରିମ ଉପାୟରେ ପାଚିଥିବା ଆମ୍ବ ସ୍ଵାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ।
  • ଯଦି ଆପଣଙ୍କର ଏସିଡିଟି ସମସ୍ୟା ରହିଛି ତେବେ କଞ୍ଚା ଆମ୍ବ ଖାଇବା ଖୁବ ଲାଭଦାୟକ ହୋଇଥାଏ। ପେଟରେ ସମସ୍ତ ପ୍ରକାର ବିକାର ଦୂର ହୋଇଥାଏ।
  • କଞ୍ଚା ଆମ୍ବ ନିୟମିତ ଖାଇବା ଫଳରେ ତ୍ୱଚା ଉଜ୍ୱଳ ହୁଏ।
  • ମଧୁମେହ ରୋଗରେ ପୀଡ଼ିତ ହୋଇଥିଲେ କଞ୍ଚା ଆମ୍ବ ଖାଆନ୍ତୁ। ଏହାଦ୍ୱାରା ଆପଣଙ୍କ ସୁଗାର ସ୍ତର କମ ହୋଇଯିବ। ଶରୀରରେ ଆଇରନ ଅଭାବ ରହିଥିଲେ ତାହା ମଧ୍ୟ ପୂରଣ ହୋଇପାରିବ।

 

Comment