ଓଡ଼ିଶାଲାଇଭ୍‌ ବ୍ୟୁରୋ

କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଭୋଟ ଗଣତି ଆରମ୍ଭ ହୋଇଛି। ବର୍ତ୍ତମାନ ସୁଦ୍ଧା ମିଳିଥିବା ଫଳାଫଳ ଅନୁଯାୟୀ ସରକାର ଗଠନ ପାଇଁ  ବିଜେପିକୁ ବହୁମତ ମିଳୁଛି।

କର୍ଣ୍ଣାଟକରେ ବି ମୋଦି ଲହର। କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଭୋଟ୍ ଗଣତିରୁ ଆସୁଥିବା ଫଳାଫଳ ଅନୁସାରେ ୧୧୧ରୁ ଅଧିକ ଆସନରେ ଆଗୁଆ ରହିଛି ବିଜେପି। ଅପରପକ୍ଷରେ ଶାସକ କଂଗ୍ରେସ ୫୭ଟି, ଜେଡିଏସ୍‍ ୪୪ଟି ଓ ଅନ୍ୟାନ୍ୟ ଦଳ ୨ଟି ଆସନରେ ଆଗୁଆ ଅଛନ୍ତି।

୨୨୨ଟି ବିଧାନସଭା ଆସନ ପାଇଁ ଗତ ୧୨ ତାରିଖରେ ଭୋଟ ଗ୍ରହଣ ହୋଇଥିଲା। ଗଣତି ଜାରି ରହିଥିବା ବେଳେ ବିଜେପି ୧୧୯ଟି ଆସନରେ ଆଗୁଆ ରହି ସରକାର ଗଠନ ପାଇଁ ପ୍ରସ୍ତୁତ ହେଉଛି। ଏହି ଧାରା ଜାରି ରହିଲେ ବିଜେପି ଏକକ ସଂଖ୍ୟାଗରିଷ୍ଠ ଦଳ ଭାବେ କର୍ଣ୍ଣାଟକରେ ସରକାର ଗଠନ କରିବ।

ପ୍ରାରମ୍ଭିକ ଟ୍ରେଣ୍ଡ୍‌ ବିଜେପି ସପକ୍ଷରେ ଯାଉଥିବା ସ୍ପଷ୍ଟ ହେବା ପରେ ଏବେ ଚାରିଆଡ଼େ ଆରମ୍ଭ ହୋଇଯାଇଛି ସେଲିବ୍ରେସନ୍‌। କର୍ଣ୍ଣାଟକ ବିଜେପି ମୁଖ୍ୟାଳୟରେ ବିଜେପି କର୍ମୀ ସେଲିବ୍ରେସନ୍‌ ଆରମ୍ଭ ହୋଇଯାଇଛି।

କର୍ଣ୍ଣାଟକର ୨୨୪ ଆସନରୁ ଏଥର ୨୨୨ ଆସନରେ ନିର୍ବାଚନ ହୋଇଥିଲା। ୩୮ଟି ଭୋଟ୍ ଗଣତି କେନ୍ଦ୍ରରେ ଭୋଟ୍‌ ଗଣତି ଚାଲିଛି। ୫ ବର୍ଷ ଧରି ଶାସନ କ୍ଷମତାରେ ଥିବା କଂଗ୍ରେସକୁ କଡ଼ା ଟକ୍କର ଦେଇଛି ବିଜେପି। କେତେକ ଏକ୍‌ଜିଟ୍ ପୋଲ୍ ପୂର୍ବରୁ କର୍ଣ୍ଣାଟକରେ ଝୁଲା ବିଧାନସଭା ହେବା ନେଇ ପୂର୍ବାନୁମାନ କରିଥିଲେ। କିନ୍ତୁ ବିଜେପି ରାଜ୍ୟରେ ସବୁଠୁ ବଡ଼ ପାର୍ଟି ଭାବେ ଉଭା ହୋଇଛି।

Comment