ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜୁନ୍ ୧୨ରେ ସ୍ପେନ ଗସ୍ତରେ ଯାଉଛି ଭାରତୀୟ ମହିଳା ହକି ଟିମ୍। ହକି ଇଣ୍ଡିଆ ପକ୍ଷରୁ ୨୦ ଜଣିଆ ଟିମ୍ ଘୋଷଣା କରାଯାଇଛି। ଏଥିରେ ଓଡ଼ିଶାର ୫ ଖେଳାଳି ସାମିଲ ହୋଇଛନ୍ତି।

ଏହି ୫ ଖେଳାଳି ହେଉଛନ୍ତି ଦୀପ ଗ୍ରେସ ଏକ୍କା, ନମିତା ଟପୋ, ଲିଲିମା ମିଞ୍ଜ, ଅନୁପ ବାର୍ଲା ଏବଂ ସୁନିତା ଲାକ୍ରା। ସ୍ପାନିଶ ନ୍ୟାସନାଲ ଟିମ୍ ସହ ପାଞ୍ଚଟି ମ୍ୟାଚ ଖେଳିବ ଭାରତୀୟ ମହିଳା ହକି ଟିମ୍। ଓଡ଼ିଶାର ଏହି ୫ ଖେଳାଳି ବିଭିନ୍ନ ମ୍ୟାଚରେ ଭଲ ଖେଳ ପ୍ରଦର୍ଶନ କରିଛନ୍ତି। ସ୍ପେନରେ ବି ଏମାନେ କମାଲ କରିବେ ବୋଲି ଓଡ଼ିଶାବାସୀ ଆଶା ରଖିଛନ୍ତି।

“ସ୍ପେନ ଗସ୍ତରୁ ଫେରିବା ପରେ ଲଣ୍ଡନରେ ହେବାକୁ ଥିବା ହକି ମହିଳା ବିଶ୍ୱକପ୍ ପାଇଁ ଖେଳାଳି ତାଲିକା ପ୍ରସ୍ତୁତ ହେବ। ସ୍ପେନରେ ହେଉଥିବା ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଥିବା ଖେଳାଳିମାନେ ନିଜ ଶ୍ରେଷ୍ଠତ୍ବ ପ୍ରଦର୍ଶନ କରିବାକୁ ପଡ଼ିବ। ଯେଉଁମାନେ ସ୍ପେନରେ ଭଲ ଖେଳ ପ୍ରଦର୍ଶନ କରିଥିବେ ସେମାନେ ମହିଳା ବିଶ୍ୱକପକୁ ଯିବେ”, କହିଛନ୍ତି ମୁଖ୍ୟ କୋଚ।

ସ୍ପେନ ହେବାକୁ ଥିବା ଟୁର୍ଣ୍ଣାମେଣ୍ଟରେ ସୁନିତା ଲାକ୍ରା ଏବଂ ଦୀପ ଗ୍ରେସ ଏକ୍କା ଡିଫେଣ୍ଡର୍ସରେ ଖେଳିବେ। ମିଡଫିଲ୍ଡର୍ସରେ ରହିବେ ନମିତା ଟପୋ ଏବଂ ଲିଲିମା ମିଞ୍ଜ। ଫରୱାର୍ଡରେ ଅନୁପା ବାର୍ଲା ରହିବେ।

Comment