ଓଡ଼ିଶାଲାଇଭ୍‌ ବ୍ୟୁରୋ

ମହାନଦୀ ଏବଂ ପୋଲାଭରମ୍ ଆନ୍ଦୋଳନକୁ ଜୋରଦାର କରିବା ପାଇଁ ବିଜେଡି ଗଠନ କରିଛି ଷ୍ଟିଅରିଂ କମିଟି।

ମହାନଦୀ ଆନ୍ଦୋଳନକୁ ଜୋରଦାର କରିବା ପାଇଁ ବିଜେଡି ଗଠନ କରିଛି ଷ୍ଟିଅରିଂ କମିଟି। ଏହି କମିଟିରେ ଚାରି ଜଣ ସଦସ୍ୟଙ୍କୁ ନିଯୁକ୍ତ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ରାଜ୍ୟସଭା ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ, ପ୍ରସନ୍ନ ଆଚାର୍ଯ୍ୟ, ବିଧାୟକ ଦେବୀ ପ୍ରସାଦ ମିଶ୍ର ଏବଂ ଚନ୍ଦ୍ରଶେଖର ସାହୁଙ୍କୁ କମିଟିର ସଦସ୍ୟଭାବେ ମନୋନିତ କରିଛନ୍ତି ନବୀନ।

ଏହି ଚାରି ଜଣ ସଦସ୍ୟ ମହାନଦୀ ଲଢ଼େଇ ପାଇଁ ରୂପରେଖ ପ୍ରସ୍ତୁତ କରିବେ। ଏହାସହ ପୋଲାଭରମ୍ ଆନ୍ଦୋଳନ ପାଇଁ ମଧ୍ୟ ଏମାନେ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରିବେ।

ମହାନଦୀ ସୁରକ୍ଷା ପାଇଁ ବିଜେଡି ଲଢ଼େଇ ଜାରି ରଖିଛି। ନିକଟରେ ଦ୍ୱିତୀୟ ପର୍ଯ୍ୟାୟ ଆନ୍ଦୋଳନ ଶେଷ ହୋଇଛି। ମହାନଦୀ ଅବବାହିକାର ୧୫ଟି ଜିଲ୍ଲାରେ ବିଜେଡି ପଥପ୍ରାନ୍ତ ସଭା, ରୋଡ ସୋ କରି ମହାନଦୀର ସୁରକ୍ଷା ପାଇଁ ସଚେତନତା କରିଛି।

ସେହିପରି ପୋଲାଭରମ୍ ପ୍ରକଳ୍ପକୁ ବିରୋଧ କରି ବିଜେଡି ବିଗତ ଦିନରେ ଆନ୍ଦୋଳନ କରିଛି।

ପୋଲାଭରମ୍ ପ୍ରକଳ୍ପ ହେଲେ ଦକ୍ଷିଣ ଓଡ଼ିଶାର ଅଧିକାଂଶ ଅଞ୍ଚଳ ଜଳମଗ୍ନ ହେବାର ସମ୍ଭାବନା ଥିବାରୁ ବିଜେଡି ପ୍ରତିବାଦ କରି ଆସୁଛି। ଏହି ଆନ୍ଦୋଳନକୁ ଆଗକୁ ବଢ଼ାଇବା ପାଇଁ ବିଜେଡି ଷ୍ଟିଅରିଂ କମିଟି ଗଠନ କରିଛି।

Comment