ଓଡ଼ିଶାଲାଇଭ୍‌ ବ୍ୟୁରୋ

ଇ-କମର୍ସ ଦୁନିଆର ବାଦଶାହ ଆମାଜନ କମ୍ପାନି ଭାରତରେ ପୂରଣ କରିଛି ପାଞ୍ଚ ବର୍ଷ। ୨୦୧୩ ଜୁନ୍ ୫ ତାରିଖରେ ଭାରତୀୟ ବଜାରରେ ପ୍ରବେଶ କରିଥିବା ଆମାଜନ ଅନଲାଇନ ସପିଙ୍ଗରେ ନିଜର ସ୍ଥିତି ମଜଭୁତ କରିବାରେ ସମର୍ଥ ହୋଇଛି।

ଭାରତରେ ଇଣ୍ଟରନେଟ ବ୍ୟବହାରକାରୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଇଣ୍ଟରନେଟ ବ୍ୟବହାରରେ ଭାରତ ବିଶ୍ୱରେ ତିନି ନମ୍ବର ସ୍ଥାନରେ ରହିଛି।  ଫଳରେ ଲୋକେ ଅଧିକରୁ ଅଧିକ ଅନଲାଇନ ସପିଂ ପ୍ରତି ଆଗ୍ରହ ପ୍ରକାଶ କରୁଛନ୍ତି। ଆମାଜନ ସପିଂ ସାଇଟ ଉପରେ ଅଧିକ ଲୋକ ନିର୍ଭର କରୁଥିବା ଜଣାପଡ଼ିଛି।

ଗତ ୨ବର୍ଷ ଭିତରେ ଭାରତର ସବୁଠୁ ଅଧିକ ବ୍ୟବହୃତ ସପିଙ୍ଗ୍ ସାଇଟ ଭିତରେ ଆମାଜନ ରଖିଛି ୨୫ ମିଲିଅନରୁ ଅଧିକ ପ୍ରଡକ୍ଟ। ୨୦୧୭ରେ ଆମାଜନ୍ ଆଲେକ୍ସା ଇକୋ ସ୍ପିକର ଲଞ୍ଚ କରିଥିଲା।

ଭାରତରେ ଆମାଜନ ୨,୬୦୦ କୋଟି ଟଙ୍କାର ପୁଞ୍ଜିନିବେଶ କରିଛି। ଗ୍ରାହକଙ୍କୁ ନୂତନ ଏବଂ ସହଜ ସୁରକ୍ଷିତ ସପିଂ ଶିକ୍ଷା ପ୍ରଦାନ ପାଇଁ ଆମାଜନ ଡଟ୍ ଇନ୍ ପକ୍ଷରୁ ଆମାଜନ ପେ ସହାୟତାରେ ‘ଗୋ କ୍ୟାସ୍ ଲେସ୍’ ନାଁରେ ୨୧ ଦିନିଆ ମେଳା ଆରମ୍ଭ କରାଯାଇଛି। ଏହାଦ୍ୱାରା ଡିଜିଟାଲ କାରବାର ବୃଦ୍ଧି କରିବା ପାଇଁ ଲକ୍ଷ୍ୟ ରଖାଯାଇଛି।

ମୋବାଇଲ ଏବଂ ଇଲେକଟ୍ରୋନିକ୍ସ ଉତ୍ପାଦ, ଡିଟିଏଚ୍ ରିଚାର୍ଜ, ହୋମ୍ ଆଣ୍ଡ କିଚେନ୍ ଉତ୍ପାଦ, ଗ୍ୟାସ୍ ୱାଟର, ଫୁଡ୍ ଡେଲିଭରୀ, ଟ୍ରାଭେଲ, ମୁଭି ଟିକେଟ୍ ଆଦି ଅନେକ କାରବାର ଡିଜିଟାଲ ଉପାୟରେ କରିବା ପାଇଁ ବ୍ୟବସ୍ଥା କରାଯାଉଛି।

ଆମାଜନ ଭାରତରେ ନିଜର ପ୍ରାଇମ ସର୍ଭିସ ଆରମ୍ଭ କରିଦେଇଛି। ଯାହାଫଳରେ ଲୋକମାନେ ବହୁ ସୁବିଧାର ଲାଭ ଉଠାଇପାରିବେ। ପ୍ରାଇମ ସର୍ଭିସର ଗ୍ରାହକ ହେବା ପାଇଁ ଗ୍ରାହକମାନଙ୍କୁ ୱେବସାଇଟରେ ସବ୍‌ସ୍କ୍ରାଇବ କରିବାକୁ ପଡ଼ିବ। ଏଥିପାଇଁ ୯୯୯ ଟଙ୍କା ଦେୟ ଦେବାକୁ ପଡ଼ିବ।

ଆମାଜନ ପ୍ରାଇମ ପ୍ରିମିୟମ ସର୍ଭିସ ସବ୍‌ସ୍କ୍ରାଇବ କରିଥିବା ଗ୍ରାହକଙ୍କୁ କିଣିଥିବା ସାମଗ୍ରୀ ଉପରେ କିଛି ସିପିଙ୍ଗ୍ ଚାର୍ଜ ଦେବାକୁ ପଡ଼ିବ ନାହିଁ। ଭାରତର ୧୦୦ଟି ସହରକୁ ଏଥିରେ ସାମିଲ କରାଯାଇଛି। ଗ୍ରାହକମାନେ ଅର୍ଡର କରିଥିବା ସାମଗ୍ରୀ ଦିନେ କିମ୍ବା ଦୁଇଦିନ ଭିତରେ ଫ୍ରି ସପିଙ୍ଗ ଚାର୍ଜରେ ପାଇପାରିବେ। ପ୍ରାଇମ ପ୍ରିମିୟମ ସର୍ଭିସକୁ ଯେଉଁମାନେ ସବ୍‌ସ୍କ୍ରାଇବ କରି ନଥିବେ ସେମାନେ ଫ୍ରି ସପିଙ୍ଗ ସୁବିଧାରୁ ବଞ୍ଚିତ ହେବେ।

ଆମାଜନର ଲୋକପ୍ରିୟତା ବୃଦ୍ଧି ପାଉଥିବାରୁ ଗୁଗଲ, ୱାଲମାର୍ଟ ଓ ଫ୍ଲିପକାର୍ଟ ମିଶି ଆମାଜନକୁ ଟକ୍କର ଦେବା ପାଇଁ ପ୍ରସ୍ତୁତ ହେଉଛନ୍ତି। ୱାଲମାର୍ଟ ଓ ଗୁଗଲର ପ୍ୟାରେଣ୍ଟ କମ୍ପାନି ଆଲଫାବେଟ ଆମେରିକା ବାହାରେ ଆମାଜନକୁ ଖସାଇବା ଉଦ୍ୟମ ଆରମ୍ଭ କରିଛି।

ଅନଲାଇନ ସପିଙ୍ଗ୍ ବଜାରରେ ଆମାଜନର ପ୍ରତିଦ୍ୱନ୍ଦି ୱାଲମାର୍ଟ ୧୫ ବିଲିୟନ ଡଲାରରେ ଭାରତର ସବୁଠାରୁ ବଡ ଇ-କମର୍ସ କମ୍ପାନି ଫ୍ଲିପକାର୍ଟର ୭୭ ପ୍ରତିଶତ ଅଂଶ କିଣିନେଇଛି।

ଭାରତରେ ଆମାଜନ ୫ ବର୍ଷ ପଦାର୍ପଣ କରିଥିବାରୁ କମ୍ପାନିର ସିଇଓ ଜେଫ ସାରା ଭାରତର ଗ୍ରାହକଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Comment