ଓଡ଼ିଶାଲାଇଭ୍‌ ବ୍ୟୁରୋ

ନ୍ୟୁଜିଲାଣ୍ଡର ମହିଳା କ୍ରିକେଟ୍ ଟିମ୍ ରଚିଲା ଇତିହାସ। ୪୯୦ ରନ୍ କରି ଦିନିକିଆରେ ସର୍ବାଧିକ ସ୍କୋର କରିବାର ରେକର୍ଡ଼ କରିଛି ନ୍ୟୁଜିଲାଣ୍ଡର ମହିଳା ଟିମ୍।

ନ୍ୟୁଜିଲାଣ୍ଡର ମହିଳା କ୍ରିକେଟ୍ ଟିମର ଜଲୱା। ଆର୍ୟାଲାଣ୍ଡ ବିରୋଧରେ ଖେଳାଯାଇଥିବା ଦିନିକିଆ ମ୍ୟାଚରେ ନ୍ୟୁଜିଲାଣ୍ଡ ୪ ୱିକେଟ ହରାଇ ୪୯୦ରନ୍‌ ସ୍କୋର କରିଛି।

ଆର୍ୟାଲାଣ୍ଡର ଡବଲିନରେ ଖେଳାଯାଇଥିବା ଏହି ମ୍ୟାଚରେ ନ୍ୟୁଜିଲାଣ୍ଡ ୫୦ ଓଭରରେ ୪ ୱିକେଟ୍ ହରାଇ କରିଥିଲା ୪୯୦ ରନ୍। ଅଧିନାୟିକା ସୁଜି ବେଟସ୍ ୯୪ ବଲରୁ ଧୂଆଁଧାର ୧୫୧ ରନ୍ କରିଥିଲେ। ମ୍ୟାଚକୁ ସହଜରେ ଜିତିନେଇଥିଲା ନ୍ୟୁଜିଲାଣ୍ଡ।

ବ୍ୟାଟସଓମ୍ୟାନ ସୁଜି ବେଟସ୍ ଓ ଜେସ ଭାଟକିନ ପ୍ରଥମ ଓ୍ଵିକେଟରେ ୧୭୨ ରନ୍ ଯୋଡ଼ିଥିଲେ। ବେଟସ ୯୪ ବଲ ଖେଳି ୨ଟି ଛକା ଓ ୨୪ଟି ଚୌକା ବଳରେ ୧୫୧ ରନ ସଂଗ୍ରହ କରିଥିଲେ। ଭାଟକିନ ୬୨ ରନ୍ ସଂଗ୍ରହ କରିଥିଲେ। ଏହାପରେ ୩ୟ ସ୍ଥାନରେ ଆସିଥିବା ଖେଳାଳି ମେଣ୍ଡି ଗ୍ରୀନ ୭୭ଟି ବଲ ଖେଳି ୧୬ଟି ଚୌକା ବଳରେ ୧୨୧ ରନ୍ ସଂଗ୍ରହ କରିଥିଲେ। ଏହା ବ୍ୟତୀତ ଏମି ୨୧ ରନ ସଂଗ୍ରହ କରିଥିଲେ।

ନ୍ୟୁଜିଲାଣ୍ଡର ମହିଳା କ୍ରିକେଟ୍ ଟିମ୍ ଏହି ସ୍କୋର ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ୍ ଇତିହାସରେ ସର୍ବାଧିକ ସ୍କୋର। ପୁରୁଷ କ୍ରିକେଟରେ ସର୍ବାଧିକ ସ୍କୋର କରିଥିବା ରେକର୍ଡ ଇଂଲଣ୍ଡ ଦଳ ନାମରେ ରହିଛି। ଇଂଲଣ୍ଡ ୨୦୧୬ରେ ନର୍ଟିଂହାମରେ ପାକିସ୍ତାନ ବିରୋଧରେ ତିନି ୱିକେଟ ୪୪୪ ରନ୍ ସ୍କୋର କରିଥିଲେ।

ସେହିପରି ମହିଳା କ୍ରିକେଟରେ ୪୦୦ରୁ ଅଧିକ ସ୍କୋର ତୃତୀୟ ଥର ପାଇଁ ହୋଇଛି। ଏହାପୂର୍ବରୁ ଅଷ୍ଟ୍ରେଲିଆ ମହିଳା କ୍ରିକେଟ ଦଳ ୧୯୯୭ରେ ମୁମ୍ବାଇରେ ଡେନମାର୍କ କ୍ରିକେଟ ଦଳ ବିରୋଧରେ ୪୧୨ରନ୍‌ ସ୍କୋର କରିଥିଲା।

LEAVE A REPLY

Please enter your comment!
Please enter your name here