ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଓଲିଉଡର ଦୁଇ ଚର୍ଚ୍ଚିତ ଖଳନାୟକ ଥିଲେ ହର ପଟ୍ଟନାୟକ ମୀନକେତନ ରୂପେଲି ପରଦା ଭଳି ଯଲିଉଡରେ ବି ଉଭୟ ବେଶ୍ ଲୋକପ୍ରିୟ ଥିଲେ

ଓଲିଉଡର ବହୁ କଳାକାର ଯଲିଉଡକୁ ଯାଇଛନ୍ତି। ଓଲିଉଡରେ ଲୋକପ୍ରିୟତା ହାସଲ କରିବା ପରେ କେତେଜଣ କଳାକାର ଯାତ୍ରାରେ ଯୋଗ ଦେଇ ବି ଅଭିନେତା ଭାବେ ସଫଳ ହୋଇଛନ୍ତି। ଆଉ କେତେକ ଓଡ଼ିଆ ସିନେ ନିର୍ଦ୍ଦେଶକ ପରେ ଯାତ୍ରାଜଗତରେ ବି ନିର୍ଦ୍ଦେଶନା ଦେଇ ଚର୍ଚ୍ଚିତ ହୋଇଛନ୍ତି। ଦୁଇ ଜଣ ଦିବଂଗତ କଳାକାର ଓଲିଉଡରେ ଖଳନାୟକ ଭାବେ ଖୁବ୍ ଲୋକପ୍ରିୟ ଥିଲେ। କିନ୍ତୁ ଯାତ୍ରା ଜଗତରେ ସେ ନିର୍ଦ୍ଦେଶକ ଭାବେ ଅଧିକ ସଫଳ ହାସଲ କରିଥିଲେ। ଏ ଦୁଇ ଦିବଂଗତ କଳାକାର ହେଲେ ହର ପଟ୍ଟନାୟକ ଓ ମୀନକେତନ।

ହର ପଟ୍ଟନାୟକ

ପ୍ରଖ୍ୟାତ ନିର୍ଦ୍ଦେଶକ ଶିଶିର ମିଶ୍ରଙ୍କ ନିର୍ଦ୍ଦେଶିତ ‘ସୁନାସଂସାର’ ସିନେମାରୁ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ପ୍ରବେଶ କରିଥିଲେ। ଏଥିରେ ସେ ସହକାରୀ ନିର୍ଦ୍ଦେଶକ ହେବା ସହ ଏକ ସଂକ୍ଷିପ୍ତ ଭୂମିକା ମଧ୍ୟ ନିଭାଇଥିଲେ।

ଅଭିନେତା ଭାବେ ତାଙ୍କୁ ଓଡ଼ିଆ ସିନେମାରେ ପ୍ରାୟତଃ ଖଳନାୟକ ଭୂମିକା ମିଳୁଥିଲା। ଖଳନାୟକ ଭୂମିକାରେ ବି କମାଲ କରିଥିଲେ ହର ପଟ୍ଟନାୟକ।

ହର ପଟ୍ଟନାୟକଙ୍କ ଅଭିନୀତ କେତୋଟି ଲୋକପ୍ରିୟ ସିନେମା ହେଲା ‘ଜୋର ଯାର ମୁଲକ ତା’ର’, ‘ସୁନା ଚଢ଼େଇ’, ‘ବସ୍ତ୍ରହରଣ’, ‘ପୁଅ ମୋର କଳା ଠାକୁର’, ‘ପରଦେଶୀ ଚଢ଼େଇ’, ‘ଘର ମୋର ସ୍ୱର୍ଗ’, ‘ସାକ୍ଷୀ ରହିଲା ଏ ଶଙ୍ଖା ସିନ୍ଦୁର’, ‘ଅଣ୍ଟି ଛୁରୀ ତଣ୍ଟି କାଟେ’, ‘ସୁନା ପଞ୍ଜୁରି’, ‘ସୁନା ହରିଣୀ’, ‘କଳ୍‌କୀ ଅବତାର’, ‘ନାରୀ ବି ପିନ୍ଧିପାରେ ରକ୍ତ ସନ୍ଦୂର’, ‘ମୋ’ କୋଳ ତୋ’ ଝୁଲଣା’, ‘ସୁହାଗ ସିନ୍ଦୂର’, ‘ବାହୁଡ଼ିବେ ମୋ ଜଗାବଳିଆ’, ‘ଆଇ ଲଭ ୟୁ’, ‘ଏ ଯୁଗର କୃଷ୍ଣ ସୁଦାମା’, ‘ସାବତ ମା’, ‘ଧର୍ମ ସହିଲେ ହେଲା’ ଏବଂ ‘ଓମ୍ ସାଇରାମ୍’ ଆଦି।

ଯାତ୍ରା ଜଗତରେ ହର ପଟ୍ଟନାୟକଙ୍କ ପ୍ରବେଶ ଆକସ୍ମିକ ଥିଲା। ତାଙ୍କର ପ୍ରଥମ ଯାତ୍ରା ନାଟକ ହେଲା ’ଚାଲ ମା’ ଯିବା ଜହ୍ନରାଇଜକୁ’। ଏହା ଏକ ସୁପରହିଟ୍ ନାଟକ। ଏହି ନାଟକର ରଚନା ଓ ନିର୍ଦ୍ଦେଶନା ଦେଇଥିଲେ ହର ପଟ୍ଟନାୟକ।

‘ଚାଲ ମା’ ଯିବା ଜହ୍ନରାଇଜକୁ’ ପରେ ହର ପଟ୍ଟନାୟକ ଓଲିଉଡ ସାଙ୍ଗକୁ ଯଲିଉଡରେ ବି ସକ୍ରିୟ ହେଲେ। ସେ ଯଲିଉଡରେ ଜଣେ ସଫଳ ନିର୍ଦ୍ଦେଶକ ହେବାର ସୌଭାଗ୍ୟ ଲାଭ କରିଥିଲେ। ହର ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ସଫଳ ଯାତ୍ରା ନାଟକଗୁଡ଼ିକ ହେଲା- ‘ଡିସିପି ରମା’, ‘କାନ ମୋଡ଼ି ଦେଲେ ସତ କହିବି’।

ଅନ୍ୟ ନାଟକଗୁଡ଼ିକ ମଧ୍ୟରେ ରହିଛି ଶୁଭଶ୍ରୀ ଗଣନାଟ୍ୟର ‘କେହି ନାହିଁ ଯାହାର’, ‘ରାଜା ଭାଇ ତାହାର’, ‘ଧରିତ୍ରୀ ଧରିଛି ଧର୍ମନିକିତି’, ‘କାରଗିଲରୁ ଚିଠି ଆସିଛି’, ‘ଲୁଚିଛି ନା ଗୋଡ଼ ଦି’ଟା ଦିଶୁଛି’, ‘ବାପା ଯାଇଛନ୍ତି ଥାନାକୁ’, ‘ଚାନ୍ଦ ହଜିଗଲା ଚନ୍ଦ୍ରଭାଗାରେ’, ‘ଯଥା ରାମସ୍ୟ ସୀତା’, ‘ବାଦୁଡ଼ି ମାତିଛି’, ‘ମଣିଷ ଗଛ’, ‘ମିଛ ଦୁନିଆଁରେ ଗୋଟିଏ ସତ’, ‘ମୁଁ ଇଂଲିଶ ମିଡିଅମ୍‍ ଝିଅ’ ଓ ‘ଆଜି ରାତିକ ପାଇଁ’।

ମୀନକେତନ

ଶ୍ରୀନିବାସଙ୍କ ନିର୍ଦ୍ଦେଶିତ ‘ଗଙ୍ଗଶିଉଳି’ ସିନେମାରୁ ଖଳନାୟକ ଭାବେ ଓଲିଉଡରେ ଏଣ୍ଟ୍ରି କରିଥିଲେ ମୀନକେତନ। ଏହାପରେ ତାଙ୍କୁ ‘ଧର୍ମ ନିକିତି’, ‘ସୁନାହରିଣୀ’, ‘ମହାସଂଗ୍ରାମ’, ‘ନାରୀ ନୁହେଁ ତୁ ନାରାୟଣୀ’, ‘ରକତ କହିବ କିଏ କାହାର’, ‘ଧଉଳି ଏକ୍ସପ୍ରେସ’, ‘କାଳୀଶଙ୍କର’, ‘ବନ୍ଦେ ଉତ୍କଳ ଜନନୀ’, ‘ଟାର୍ଗେଟ’ ସମେତ ଅନେକ ଚଳଚ୍ଚିତ୍ରରେ ଖଳନାୟକ ଭୂମିକାରେ ଦେଖିବାକୁ ମିଳିଥିଲା।

ଯାତ୍ରା ଜଗତରେ ମୀନକେତନ ଜଣେ ସଫଳ ନିର୍ଦ୍ଦେଶକ ଥିଲେ। ତାଙ୍କ ନିର୍ଦ୍ଦେଶିତ ଯାତ୍ରା ନାଟକ ମଧ୍ୟରେ ରହିଛି – ‘କାଳିଆ ଘୋଡ଼ାରେ ଚଢ଼ିବି’, ‘ସ୍ୱାମୀକୁ ଛୁଇଁଲେ ପାପ’, ‘ମାଂସ ବେପାରୀ’, ‘ସଜେଇ ଦିଅଲୋ ବେଦୀକୁ ଯିବି’, ‘ଟୋକିଟା ବଡ଼ ବୋକୀଟା’, ‘ଘର ଭାଙ୍ଗିଗଲା ପର କଥାରେ’, ‘ଚିଠି ହଜିଗଲା ଡାକବାଲାର’, ‘ଆଜି ରବିବାର କଚେରୀ ବନ୍ଦ’, ‘କାଗଜ ଡଙ୍ଗା’, ‘କଉଡ଼ି ଖେଳ’, ‘ରାମଦାସ ହାଜିର ହୋ’, ‘କାଲି ରାତିରେ କେଉଁଠି ଥିଲ’, ‘ପ୍ରେମରେ ପଡ଼ିଲେ ଏମିତି ହୁଏ’, ‘ଏଇବୋଧେ ପ୍ରେମ’ ଓ ‘ବାଦାମବାଡ଼ିର ବଦମାସ ଝିଅ’ ଇତ୍ୟାଦି।

Comment