ଓଡ଼ିଶାଲାଇଭ୍‌ ବ୍ୟୁରୋ

ଇଲଣ୍ଡ ଗସ୍ତରେ ଥିବା ଭାରତୀୟ କ୍ରିକେଟ୍ ଦଳର ଖେଳାଳିଙ୍କ ସହ ଅଭ୍ୟାସ କଲେ ସଚିନଙ୍କ ପୁଅ ଅର୍ଜୁନ ତେନ୍ଦୁଲକର।

ଇଂଲଣ୍ଡ ଗସ୍ତରେ ଥିବା ଭାରତୀୟ ଦଳ ମଙ୍ଗଳବାରଠାରୁ ଅଭ୍ୟାସ ଆରମ୍ଭ କରିଛି। ପ୍ରଥମ ଦିନର ଅଭ୍ୟାସ ଶିବିରରେ ଭାଗ ନେଇଛନ୍ତି କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ।

ସେ ବିରାଟ କୋହଲିଙ୍କ ସହ ଦଳର ଅନ୍ୟ ବ୍ୟାଟ୍ସମ୍ୟାନଙ୍କୁ ବୋଲିଂ କରିଥିଲେ। ଭାରତୀୟ ଦଳର ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀ ୧୮ ବର୍ଷୀୟ ଅଲରାଉଣ୍ଡର ଅର୍ଜୁନଙ୍କୁ କେତେକ ଗୁରୁତ୍ୱପୂର୍ଣ୍ଣ ଟିପ୍ସ ଦେଇଥିଲେ।

ଆସନ୍ତା ଜୁଲାଇରେ ଶ୍ରୀଲଙ୍କା ଗସ୍ତ ପାଇଁ ଘୋଷିତ ୧୯ ବର୍ଷରୁ କମ୍‌ ଭାରତୀୟ ଦଳରେ ଅର୍ଜୁନ ସ୍ଥାନ ପାଇଛନ୍ତି। ଦୁଇଟି ୪ ଦିନିଆ ମ୍ୟାଚ୍‌ ପାଇଁ ତାଙ୍କୁ ଦଳରେ ସାମିଲ କରାଯାଇଛି। କିନ୍ତୁ ୫ଟି ଦିନିକିଆ ମ୍ୟାଚ୍‌ ପାଇଁ ଘୋଷିତ ଦଳରେ ସେ ସ୍ଥାନ ପାଇ ନାହାନ୍ତି।

ସେ ଇଂଲଣ୍ଡରୁ ଫେରିବା ପରେ ଜାତୀୟ କ୍ରିକେଟ ଏକାଡେମୀ (ଏନ୍‌ସିଏ)ଠାରେ ୧୯ ବର୍ଷରୁ କମ୍‌ ଦଳ ଶିବିରରେ ଯୋଗଦେବେ। ସେଠାରେ ତାଙ୍କ ଡବ୍ଲ୍ୟୁଭି ରମଣ ଓ ସନଥ କୁମାରଙ୍କ ତତ୍ତ୍ୱାବଧାନରେ ପ୍ରଶିକ୍ଷଣ ନେବେ।

Comment