ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଚାବି ହଜିବା ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଜଷ୍ଟିସ ରଘୁବୀର ଦାଶ କମିଶନ ଆଜିଠାରୁ ତଦନ୍ତ ଆରମ୍ଭ କରିଛନ୍ତି। କଟକ ସ୍ପେଶାଲ ସର୍କିଟ ହାଉସସ୍ଥିତ ତଦନ୍ତ କମିଶନଙ୍କ ଅଫିସରେ ଜଷ୍ଟିସ ରଘୁବୀର ଦାଶ ଯୋଗଦେଇ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛନ୍ତି।

ଜଷ୍ଟିସ ଦାଶ ରତ୍ନଭଣ୍ଡାର ଚାବି ହଜିବା ଘଟଣାରେ ଜନସାଧାରଣଙ୍କଠାରୁ ସତ୍ୟପାଠ ଆହ୍ୱାନ କରିଛନ୍ତି। ଜୁଲାଇ ୨୫ ସୁଦ୍ଧା ସତ୍ୟପାଠ ଦାଖଲ କରିବାକୁ କୁହାଯାଇଛି। ଜୁଲାଇ ୩୦ରେ ପୁରୀ ସର୍କିଟ ହାଉସରେ ପ୍ରଥମ ବୈଠକ ଅନୁଷ୍ଠିତ ହେବ।

ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଚାବି ହଜିଥିବା ଜଣାପଡ଼ିବା ପରେ ବିରୋଧୀ ସରକାରଙ୍କୁ ଘେରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ରଘୁବୀର ଦାଶଙ୍କୁ କମିଶନ ଅଧ୍ୟକ୍ଷ ନିଯୁକ୍ତି କରିଥିଲେ ସରକାର।

Comment