ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗ୍ୟାଙ୍ଗଷ୍ଟର ଟିଟୋ ଓରଫ୍ ସୟଦ ଉସମାନ୍ ଅଲ୍ଲୀକୁ ଏନକାଉଣ୍ଟର କରିଛି କ୍ରାଇମବ୍ରାଞ୍ଚର ସ୍ପେଶାଲ ଟିମ୍। ଯାଜପୁର ଜିଲ୍ଲାର ଚଣ୍ଡିଖୋଲ ନିକଟରେ ଟିଟୋକୁ ଏନକାଉଣ୍ଟର କରାଯାଇଥିବା ଜଣାପଡ଼ିଛି। ଟିଟୋର ବାମପଟ ଆଣ୍ଠୁ ତଳେ ଗୁଳି ବାଜିଛି। ଫଳରେ ଟିଟୋ ଆହତ ହୋଇଛି।

ଟିଟୋକୁ ପ୍ରଥମେ ବଡ଼ଚଣା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ ତାକୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ଗ୍ୟାଙ୍ଗଷ୍ଟର ଟିଟୋ ବିରୋଧରେ ଅନେକ ସଙ୍ଗୀନ ଅଭିଯୋଗ ରହିଥିଲା। ଟେଣ୍ଡରଫିକ୍ସିଂ, ଅବଦୁର ରେହମାନଙ୍କ ଭାଇକୁ ମରଣାନ୍ତକ ଆକ୍ରମଣ ଭଳି ଅଭିଯୋ ରହିଥିଲା ଟିଟୋ ବିରୋଧରେ। ବିଭିନ୍ନ ଥାନାରେ ଟିଟୋ ନାଁରେ ଅପରାଧିକ ମାମଲା ରୁଜୁ ହୋଇଥିଲା। ହେଲେ ଟିଟୋର ପତ୍ତା ପାଉ ନଥିଲା ପୋଲିସ।

ଟିଟୋ ଧରିବା ପାଇଁ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଡିଆଜି ହିମାଂଶୁ ପାଲଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା। ଟିଟୋକୁ ଏହି ସ୍ପେଶାଲ ଟିମ୍ ଖୋଜୁଥିଲା।

ଚଣ୍ଡିଖୋଲ ଅଞ୍ଚଳରେ ଟିଟୋ ରହିଥିବା କ୍ରାଇମବ୍ରାଞ୍ଚ ପୋଲିସକୁ ଖବର ମିଳିଥିଲା। ଆଜି ଏହି ସ୍ପେଶାଲ ଟିମ୍ ଚଣ୍ଡିଖୋଲକୁ ଯାଇଥିଲେ। ଟିଟୋର ଗତିବିଧି ଉପରେ ନଜର ରଖିଥିଲେ। ଟିଟୋ ଯେଉଁ ଘରେ ରହୁଥିଲା ସେଠାରେ କ୍ରାଇମବ୍ରାଞ୍ଚ ଟିମ୍ ଚଢ଼ାଉ କରିଥିଲେ। ହେଲେ ଟିଟୋ ଖସିଯିବାକୁ ବସିଥିଲା। ଏହି ସମୟରେ ଏନକାୁଣ୍ଟର ହୋଇଥିବା ଜଣାପଡ଼ିଛି।

ତେବେ ଟିଟୋକୁ କେତୋଟି କେଉଁ ପରିସ୍ଥିତିରେ ଏନକାଉଣ୍ଟର କରାଯାଇଛି ତାହା ଜଣାପଡ଼ିନି। ଟିଟୋ ଦେହରେ କୋତାଟି ଗୁଳି ବାଜିଛି ତାହା ମଧ୍ୟ ସ୍ପଷ୍ଟ ହୋଇନି।

LEAVE A REPLY

Please enter your comment!
Please enter your name here