ଓଡ଼ିଶାଲାଇଭ୍ ବ୍ୟୁରୋ
ସାଂସଦ ରାମଚନ୍ଦ୍ର ହାଁସଦାଙ୍କୁ ମିଳିଲା ଜାମିନ। ଦୀର୍ଘ ୪ବର୍ଷ ଧରି ଜେଲରେ ରହିବା ପରେ ସୁପ୍ରିମକୋର୍ଟଙ୍କ ପକ୍ଷରୁ ତାଙ୍କୁ ଆଶ୍ଵସ୍ତି ମିଳିଛି।
ସାଂସଦ ରାମଚନ୍ଦ୍ର ହାଁସଦାଙ୍କୁ ଆଶ୍ଵସ୍ତି। ନବଦିଗନ୍ତ ଚିଟଫଣ୍ଡ୍ ମାମଲାରେ ଗିରଫ ହୋଇଥିବା ରାମଚନ୍ଦ୍ର ହାଂସଦାଙ୍କୁ ଶେଷରେ ଜାମିନ ମିଳିଛି। ମାନ୍ୟବର ସୁପ୍ରିମକୋର୍ଟ ତାଙ୍କୁ ଜାମିନ ଦେଇଛନ୍ତି।
ନବଦିଗନ୍ତ ଚିଟଫଣ୍ଡ୍ ଠକେଇ ମାମଲାରେ ରାମଚନ୍ଦ୍ର ହାଁସଦାଙ୍କୁ ସିବିଆଇ ଗିରଫ କରିଥିଲା। ୨୦୧୪ମସିହା ନଭେମ୍ବର ୧୪ ତାରିଖରୁ ଝାରପଡ଼ା ଜେଲରେ ଥିଲେ ରାମଚନ୍ଦ୍ର ହାଁସଦା।
ଗତ କିଛିଦିନ ତଳେ ସେ ହାଇକୋର୍ଟ ଜାମିନ ପାଇଁ ଆବେଦନ କରିଥିଲେ। କିନ୍ତୁ ହାଇକୋର୍ଟ ଏହାକୁ ନାମଞ୍ଜୁର କରିଥିଲା। ପରେ ସେ ସୁପ୍ରିମକୋର୍ଟ ଯାଇଥିଲେ।
୨୦୧୪ ନିର୍ବାଚନରେ ମୟୁରଭଞ୍ଜ ଜିଲ୍ଲାରୁ ବିଜେଡି ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ରାମଚନ୍ଦ୍ର ହାଁସଦା।


















