ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋଏଲଙ୍କୁ ଆଜି ଚିଠି ଲେଖିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରଥଯାତ୍ରା ଉପଲକ୍ଷେ ରାଉରକେଲା ଏବଂ ପାରଳାଖେମୁଣ୍ଡିରୁ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରିବାକୁ ଚିଠିରେ ଅନୁରୋଧ କରିଛନ୍ତି।
ଦକ୍ଷିଣ ଏବଂ ପଶ୍ଚିମ ଓଡ଼ିଶାର ଯାତ୍ରୀମାନଙ୍କ ସୁବିଧା ପାଇଁ ଏହି ବ୍ୟବସ୍ଥା କରିବାକୁ ଧର୍ମେନ୍ଦ୍ର ତାଙ୍କ ଚିଠିରେ ଦର୍ଶାଇଛନ୍ତି।
ଶ୍ରୀ ପ୍ରଧାନ ଆହୁରି ଉଲ୍ଲେଖ କରିଛନ୍ତି ଯେ ଜୁଲାଇ ୧୪ରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବ। ଏଥିରେ ୧୦ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ଯୋଗଦେବେ। ଏଣୁ ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ରାଉରକେଲଶରୁ ଭାୟା ଚକ୍ରଧରପୁର ହୋଇ ପୁରୀ ଏବଂ ପାରଳାଖେମୁଣ୍ଡିରୁ ପୁରୀକୁ ଦୁଇଟି ଟ୍ରେନ ଚଳାଚଳର ବ୍ୟବସ୍ଥା କରିବାକୁ କହିଛନ୍ତି।
ଏହି ଟ୍ରେନ ଚଳାଚଳ କଲେ ପଶ୍ଚିମ, ଦକ୍ଷିଣ ଓଡ଼ିଶା ସମେତ ଛତିଶଗଡ଼, ଝାଡ଼ଖଣ୍ଡର ଶ୍ରଦ୍ଧାଳୁମାନେ ଉପକୃତ ହେବେ।

















