ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ସୋନାଲି ବେନ୍ଦ୍ରେ କ୍ୟାନସରରେ ପୀଡ଼ିତ ଅଛନ୍ତି। ଏନେଇ ସେ ନିଜ ଇନ୍‌ଷ୍ଟାଗ୍ରାମ ପେଜ୍‌ରେ ଉଲ୍ଲେଖ କରିଛନ୍ତି। ଏବେ ସୋନାଲିଙ୍କ ଚିକିତ୍ସା ଆମେରିକାର ନ୍ୟୁୟର୍କରେ ଚାଲିଛି।

ଗତ କିଛି ଦିନ ଧରି ସେ ଶରୀରରେ ଭୀଷଣ କଷ୍ଟ ଅନୁଭବ କରୁଥିଲେ। ହେଲେ ବିଭିନ୍ନ ପରୀକ୍ଷାରୁ ସେ ହାଇଗ୍ରେଡ୍ କ୍ୟାନସରରେ ପୀଡ଼ିତ ଥିବା ଜଣାପଡ଼ିଛି ବୋଲି ସୋସିଆଲ ମିଡ଼ିଆରେ ଲେଖିଛନ୍ତି ସୋନାଲି ବେନ୍ଦ୍ରେ।

ଏବେ ଆସନ୍ତୁ ଜାଣିବା ହାଇଗ୍ରେଡ କ୍ୟାନସର କ’ଣ ଓ ଏହାର ଲକ୍ଷଣ 

ହାଇଗ୍ରେଡ କ୍ୟାନସର କ’ଣ?

ସାଧାରଣତଃ କ୍ୟାନସରର ୪ଟି ଷ୍ଟେଜ୍ ରହିଥାଏ। ଚତୁର୍ଥ ତଥା ଶେଷ ଷ୍ଟେଜକୁ ହାଇଗ୍ରେଡ କ୍ୟାନସର ବା ମେଟାସ୍ଟେସାଇଜ୍‌ଡ କୁହାଯାଏ। ଏହି ଷ୍ଟେଜ ସବୁଠୁ ମାରାତ୍ମକ ହୋଇଥାଏ। ଏହି ଷ୍ଟେଜରେ କ୍ୟାନସର ଜୀବାଣୁ ମୁଣ୍ଡ, ପାକସ୍ଥଳୀ, ମୁତ୍ରାଶୟ ଓ ଶେଷରେ ବ୍ରେନକୁ ଆକ୍ରମଣ କରେ ଫଳରେ ରୋଗୀ ବଞ୍ଚିବାର ସମ୍ଭାବନା କମ୍‌ ରହିଥାଏ।

କ୍ୟାନସରର ୪ଟି ଷ୍ଟେଜ୍

ପ୍ରଥମ ଷ୍ଟେଜ୍-ଶରୀରର କୌଣସି ଏକ ସ୍ଥାନରେ କ୍ୟାନସରର ଛୋଟ ଟ୍ୟୁମର ହୋଇଥାଏ

ଦ୍ଵିତୀୟ ଷ୍ଟେଜ୍-ଟ୍ୟୁମର ଧିରେ ଧିରେ ବଢ଼ିବାକୁ ଲାଗେ

ତୃତୀୟ ଷ୍ଟେଜ୍-ଶରୀରର ଅନ୍ୟାନ୍ୟ ଯାଗାକୁ ବ୍ୟାପେ

ଚତୁର୍ଥ ଷ୍ଟେଜ୍-ଏହି ଷ୍ଟେଜ୍‌ରେ କ୍ୟାନସର ଜୀବାଣୁ ଶରୀରକୁ ଜୋରରେ ବ୍ୟାପିଥାଏ। ଏହାକୁ ମେଟାସ୍ଟେସାଇଜ୍‌ଡ କୁହାଯାଏ।

କ୍ୟାନସରର ଲକ୍ଷଣ

  • ତ୍ଵଚାରେ ପରିବର୍ତ୍ତନ ଆସିବା ସହ ଅସହନୀୟ ଯନ୍ତ୍ରଣା
  • ପେଟ ବିନ୍ଧିବା
  • ବିନା କାରଣରେ ରାତିରେ ଶରୀରରୁ ଝାଳ ବୋହିବା
  • ଶରୀରର ବିଭିନ୍ନ ଅଙ୍ଗରୁ ରକ୍ତସ୍ରାବ ହେବା
  • ଖାଦ୍ୟ ଗିଳିବା ସମୟରେ କଷ୍ଟ ଅନୁଭବ କରିବା
  • ପରିସ୍ରାରେ ରକ୍ତ ପଡ଼ିବା
  • କଫରେ ରକ୍ତ ପଡ଼ିବା
  • ବିନା ପରିଶ୍ରମରେ ହାଲିଆ ଲାଗିବା
  • ଭୋକ କମିଯିବା

Comment