ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଦୁର୍ନୀତି ଅଭିଯୋଗରେ ନୱାଜ ସରିଫ୍‌ଙ୍କୁ ଜେଲ୍
  • ଦଣ୍ଡାଦେଶ ଦେଲେ ପାକିସ୍ତାନର ଆକାଉଣ୍ଟିବିଲିଟି କୋର୍ଟ
  • ସରିଫ୍‌ଙ୍କ ଝିଅ ମାରିୟାମ ନୱାଜଙ୍କୁ ୭ ବର୍ଷ ଜେଲ୍
  • ଜ୍ୱାଇଁ ସଫ୍‌ଦାରଙ୍କୁ ବର୍ଷେ ଜେଲ୍

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ୍‌ଙ୍କୁ ୧୦ ବର୍ଷ ଜେଲ୍। ଦୁର୍ନୀତି ମାମଲାରେ ଏହି ଦଣ୍ତାଦେଶ ଦେଇଛନ୍ତି ପାକିସ୍ତାନର ଆକାଉଣ୍ଟେବିଲିଟି କୋର୍ଟ।

ନୱାଜ ସରିଫ୍‌ଙ୍କ ଝିଅ ମାରିୟାମ ନୱାଜଙ୍କୁ ୭ ବର୍ଷ ଜେଲ୍ ହେବା ସହ ଜ୍ୱାଇଁ ସଫ୍‌ଦାରଙ୍କୁ ୧ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି।

ନୱାଜ ସରିଫ୍‌ଙ୍କୁ ୮ ମିଲିଅନ ୟୁରୋ ଏବଂ ତାଙ୍କ ଝିଅଙ୍କୁ ୨ ମିଲିଅନ ୟୁରୋ ଜରିମାନା ଦେବା ପାଇଁ କୋର୍ଟ ଆଦେଶ ଦେଇଛନ୍ତି।

ଆୟବର୍ହିଭୁତ ସମ୍ପତ୍ତି ଠୁଅ ଅଭିଯୋଗ, ଗଲ୍ଫ ଷ୍ଟିଲ ମିଲ୍‌ ଦୁର୍ନୀତି ଏବଂ ଅଲ୍‌ ଆଜିଜିଆ ମିଲ୍‌ସ ଦୁର୍ନୀତିରେ ସରିଫ୍ ଏବଂ ତାଙ୍କ ଝିଆ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।

ସରିଫ୍‌ଙ୍କ ପୂରା ପରିବାର ଏବେ ଲଣ୍ଡନରେ ଅଛନ୍ତି। ମାମଲାର ଶୁଣାଣି ସପ୍ତାହେ ପର୍ଯ୍ୟନ୍ତ ଘୁଞ୍ଚାଇବାକୁ ଗୁରୁବାର ଦିନ ସରିଫ୍‌ କୋର୍ଟଙ୍କୁ ନିବେଦନ କରିଥିଲେ। କିନ୍ତୁ ଶୁକ୍ରବାର ସରିଫ୍‌ଙ୍କ ଆବେଦନକୁ କୋର୍ଟ ଖାରଜ କରିଦେଇଥିଲେ।

Comment