ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜୁଲାଇ ୧୪ ତାରିଖରେ ମହାପ୍ରଭୁ ଜଗନ୍ନାଥଙ୍କର ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ରତ୍ନବେଦୀ ଛାଡ଼ି ଭକ୍ତଙ୍କ ଗହଣକୁ ଚାଲି ଆସିବେ ଶ୍ରୀଜୀଉ। ମହାପ୍ରଭୁଙ୍କ ଏହି ଘୋଷଯାତ୍ରାକୁ ଦେଖିବା ପାଇଁ ପୃଥିବୀର ବିଭିନ୍ନ କୋଣରୁ ହଜାର ହଜାର ଭକ୍ତ ଓ ପର୍ଯ୍ୟଟକ ପୁରୀ ଆସିବେ। ତେବେ ପୁରୀ ଆସିପାରି ନଥିବା ଭକ୍ତଙ୍କ ପାଖରେ ଏହି ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ପହଞ୍ଚାଇବା ପାଇଁ ‘ଓଡ଼ିଶାଲାଇଭ୍‌’ ପକ୍ଷରୁ ପ୍ରୟାସ କରାଯାଉଛି। ଡିଜିଟାଲ ମିଡିଆ (ମୋବାଇଲ୍ ଫୋନ୍, କମ୍ପ୍ୟୁଟର ଓ ସ୍ମାର୍ଟ ଟିଭି) ମାଧ୍ୟମରେ ଲୋକେ ପୁରୀ ରଥଯାତ୍ରାର ସମ୍ପୂର୍ଣ୍ଣ ଧାରା ବିବରଣୀ ଦେଖିପାରିବେ।

ନ୍ୟୁଜ ପୋର୍ଟାଲ (www.odisha.live) ଏବଂ ଓଡ଼ିଶାଲାଇଭ୍ ୟୁଟ୍ୟୁବ୍ ଚ୍ୟାନେଲ (www.youtube.com/odishalive) ମାଧ୍ୟମରେ ଲୋକେ ପୁରୀ ରଥଯାତ୍ରାର ସମ୍ପୂର୍ଣ୍ଣ ଧାରାବିବରଣୀ ଦେଖି ପାରିବେ। ରଥଯାତ୍ରା ଦିନ (ଶନିବାର) ସକାଳ ସାଢ଼େ ୭ଟାରୁ ଲାଇଭ୍‌ଷ୍ଟ୍ରିମିଂ ଆରମ୍ଭ ହୋଇ ସନ୍ଧ୍ୟା ପର୍ଯ୍ୟନ୍ତ ଏହା ଚାଲିବ। ମହାପ୍ରଭୁଙ୍କ ପହଣ୍ଡି ବିଜେ, ଛେରା ପହଁରାଠାରୁ ଆରମ୍ଭ କରି ରଥଟଣା ପର୍ଯ୍ୟନ୍ତ ଅମୂଳଚୂଳ କାର୍ଯ୍ୟକ୍ରମକୁ ଲୋକେ ସିଧାଳସଳଖ ଡିଜିଟାଲ ମିଡିଆ ଜରିଆରେ ଦେଖିବାର ସୁଯୋଗ ପାଇବେ।

ଅଗ୍ରଣୀ ଡିଜିଟାଲ ମିଡିଆ କମ୍ପାନି ହିସାବରେ ଓଡ଼ିଶାଲାଇଭ୍‌ କିଛି ବର୍ଷ ହେଲା ରଥଯାତ୍ରାର ଲାଇଭ୍‌ଷ୍ଟ୍ରିମିଂ କରି ଆସୁଛି। ଜଗନ୍ନାଥ ସଂସ୍କୃତି ସମେତ ଓଡ଼ିଶାର କଳା, ସଂସ୍କୃତି ଓ ପରମ୍ପରାକୁ ଦେଶ ବିଦେଶର ଡିଜିଟାଲ ଦର୍ଶକଙ୍କ ପାଖରେ ଓଡ଼ିଶାଲାଇଭ୍‌ ପହଞ୍ଚାଇପାରୁଛି।

କେବଳ ଶ୍ରୀଗୁଣ୍ଡିଚା ଯାତ୍ରାର ନୁହେଁ, ପ୍ରମୁଖ କାର୍ଯ୍ୟକ୍ରମଗୁଡ଼ିକର ଲାଇଭ୍‌ଷ୍ଟ୍ରିମିଂ କରାଯାଉଛି। ବାହୁଡ଼ା ଯାତ୍ରା (୨୨ ଜୁଲାଇ), ସୁନାବେଶ (୨୩ ଜୁଲାଇ), ଅଧରନୀତି (୨୪ ଜୁଲାଇ) ଏବଂ ନୀଳାଦ୍ରିବିଜେ (୨୫ ଜୁଲାଇ)ର ଓଡ଼ିଶାଲାଇଭ୍‌ରେ ୟୁଟ୍ୟୁବ୍ ଏବଂ ପୋର୍ଟାଲରେ ସିଧାପ୍ରସାରଣ କରାଯିବ।

Comment