ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାତି ପାହିଲେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଏଥିପାଇଁ ରଥ, ପଥ ସବୁ ପ୍ରସ୍ତୁତ ହୋଇ ରହିଛି। ଅଣସର ଘରୁ ତିନି ଠାକୁର ବାହାରିବା ପରେ ଆଜି ନବଯୌବନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜୀଉ। ଏପଟେ ରଥଖଳାରେ ତିନି ରଥ ପ୍ରସ୍ତୁତ ହୋଇ ରହିଛି।

ଅପରାହ୍ଣରେ ଶ୍ରୀମନ୍ଦିରରୁ ଆଜ୍ଞାମାଳ ନିଆଯାଇ ତିନି ରଥରେ ବିଜେ କରାଯାଇଛି। ଆଜ୍ଞାମାଳ ବିଜେ କରାଯିବା ପରେ ରଥକୁ ସିଂହଦ୍ୱାର ନିକଟକୁ ଅଣାଯିବ। ଶ୍ରୀମନ୍ଦିରର ସେବାୟତମାନେ ତିନି ରଥ ପାଇଁ ତିନୋଟି ଆଜ୍ଞାମାଳ ନେଇ ଶ୍ରୀମନ୍ଦିରରୁ ବାହାରିଥିଲେ।

ଘଣ୍ଟା, ଘଣ୍ଟା, ବାଜା ବଜାଇ ଆଜ୍ଞାମାଳକୁ ରଥଖଳା ପର୍ଯ୍ୟନ୍ତ ନିଆଯାଇଥିଲା। ବିଧି ବ୍ୟବସ୍ଥା ଅନୁସାରେ ମହାପ୍ରଭୁଙ୍କ ଆଜ୍ଞାମାଳକୁ ତିନି ରଥରେ ବିଜେ କରାଯାଇଥିଲା।

Comment