ଓଡ଼ିଶାଲାଇଭ୍‌ ବ୍ୟୁରୋ

କୁଲଦୀପ ଯାଦବଙ୍କ ଦମ୍‌ଦାର ବୋଲିଂ ଏବଂ ରୋହିତ ଶର୍ମାଙ୍କ ଶତକ ବଳରେ ଇଂଲଣ୍ଡକୁ ୮ ୱିକେଟରେ ପରାଜିତ କରିଛି ଭାରତ। ନାଣ୍ଟିଧାମର ଟ୍ରେଣ୍ଟ ବ୍ରିଜ ପଡ଼ିଆରେ ଅନୁଷ୍ଠିତ ଦିନିକିଆ ମ୍ୟାଚରେ ଟିମ୍‌ ଇଣ୍ଡିଆର ଖେଳାଳି ରୋମାଞ୍ଚଭରା ବିଜୟ ହାସଲ କରିଛନ୍ତି।

ଟସ୍‌ ହାରିଥିବା ଇଂଲଣ୍ଡ ଟିମ୍ ପ୍ରଥମେ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲା। ୪୯.୫ ଓଭରରେ ୨୬୮ ରନ୍ କରିବାକୁ ସମର୍ଥ ହୋଇଥିଲା। ୨୬୯ ରନର ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଟିମ୍ ଇଣ୍ଡିଆର ଖେଳାଳି ୪୦.୧ ଓଭରରେ ୨ ୱିକେଟ ହରାଇ ୨୬୯ ରନ୍ କରି ବିଜୟୀ ହୋଇଥିଲା।

ଟିମ୍‌ ଇଣ୍ଡିଆ ଉପ-ଅଧିନାୟକ ରୋହିତ ଶର୍ମା ୧୦୫ ବଲ୍‌ରେ ୧୨୫ ରନ କରିଥିବା ବେଳେ କ୍ୟାପଟେନ ବିରାଟ କୋହଲି ୮୨ ବଲ୍ ଖେଳି ୭୫ ରନ୍ କରିଥିଲେ। କୁଲଦୀପ ଯାଦବ ୬ ୱିକେଟ ନେଇ ଜଣକ ପରେ ଜଣେ ଇଂଲଣ୍ଡ ବ୍ୟାଟ୍ସମ୍ୟାନଙ୍କୁ ପାଭିଲିୟନ ପଠାଇଥିଲେ।

Comment