ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟସଭାକୁ ମନୋନୀତ ହୋଇଥିବା ଓଡ଼ିଶାର ବିଶିଷ୍ଟ ସ୍ଥପତି ପଦ୍ମବିଭୂଷଣ ରଘୁନାଥ ମହାପାତ୍ର ଆଜି ଶପଥ ନେଇଛନ୍ତି। ରାଜ୍ୟସଭାର ଅଧ୍ୟକ୍ଷ ଏମ୍‌ ଭେଙ୍କିଆ ନାଇଡୁଙ୍କ ଉପସ୍ଥିତିରେ ଶ୍ରୀ ମହାପାତ୍ର ଓଡ଼ିଆ ଭାଷାରେ ଶପଥ ଗ୍ରହଣ କରିଛନ୍ତି।

ଜୁଲାଇ ୧୪ ତାରିଖରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଚ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ରାଜ୍ୟସଭାକୁ ମନୋନୀତ କରିଥିଲେ। ସେମାନଙ୍କ ମଧ୍ୟରେ ଓଡ଼ିଶାର ଦୁଇ ଜଣ ଥିଲେ। ବିଶିଷ୍ଟ ସ୍ଥପତି ପଦ୍ମବିଭୂଷଣ ରଘୁନାଥ ମହାପାତ୍ର ଏବଂ ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ସେନାଲ ମାନସିଂହ।

ରଘୁନାଥ ମହାପାତ୍ରଙ୍କ ସମେତ ସୋନାଲ ମାନସିଂହ, ରାମ ସକଲ ସିଂହ, ରାକେଶ ସିହ୍ନା ମଧ୍ୟ ଶପଥ ଗ୍ରହଣ କରିଛନ୍ତି।

କଳା ଜଗତରେ ଖୁବ ସମ୍ମାନ ଏବଂ ପ୍ରସିଦ୍ଧି ଲାଭ କରିଥିବା ଓଡିଶାର ଜଣେ ସୁନାମଧନ୍ୟ ମୂର୍ତ୍ତିକାର ହେଲେ ରଘୁନାଥ ମହାପାତ୍ର। ୧୯୪୩ ମସିହା ମାର୍ଚ୍ଚ ୨୪ ରେ ଜନ୍ମ ଗ୍ରହଣ କରିଥିଲେ। ୧୯୭୫ ମସିହାରେ ସେ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ କରିଥିଲେ ଏବଂ ୨୦୦୧ ସମ୍ମାନନୀୟ ପଦ୍ମଭୂଷଣ ପୁରସ୍କାର ଦ୍ୱାରା ସମ୍ମାନିତ ହୋଇଥିଲେ। ଏହା ସହ ୨୦୧୩ ମସିହାରେ ୬୪ତମ ସାଧାରଣତନ୍ତ୍ର ଦିବସ ଅବସରରେ ପଦ୍ମ ବିଭୂଷଣ ପୁରସ୍କାର ପାଇଥିଲେ।

ସେହିପରି ସୋନାଲ ମାନସିଂହ ଜଣେ ବିଶିଷ୍ଟ ଓଡିଶୀ ନୃତ୍ୟାଙ୍ଗନା ଭାବେ ଦେଶବିଦେଶରେ ପରିଚିତ। ୧୯୪୪ମସିହା ଏପ୍ରିଲ ୩୦ତାରିଖରେ ଜନ୍ମଗ୍ରହଣ କରିଥିଲେ। ସେ ପଦ୍ମବିଭୂଷଣ, ପଦ୍ମଭୂଷଣ ଏବଂ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପାଇଥିଲେ।

Comment