ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଉ ଦୁଇ ଦିନ ପରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ, ବଳଭଦ୍ର ଏବଂ ମା’ ସୁଭଦ୍ରା ଶ୍ରୀଗୁଣ୍ଡିଚା ମନ୍ଦିରରୁ ସିଂହଦ୍ବାର ଅଭିମୁଖେ ବାହୁଡ଼ିବେ। ଏଥିପାଇଁ ଆଜିଠାରୁ ସେବାୟତ ଏବଂ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ବାହୁଡ଼ା ପ୍ରସ୍ତୁତି।

ବୁଧବାର ହେରାପଞ୍ଚମୀ ଶେଷ ହେବା ପରେ ଆଜି ତିନି ରଥ ଶ୍ରୀଗୁଣ୍ଡିଚା ମନ୍ଦିରର ନାକଚଣା ଦ୍ୱାରରେ ଲାଗିଛି। ମହାପ୍ରଭୁଙ୍କ ଆଜ୍ଞାମାଳ ଆଣି ଆଜି ଅପରାହ୍ଣରେ ସେବାୟତମାନେ ତିନି ରଥରେ ବିଜେ କରିବା ପରେ ରଥକୁ ଦକ୍ଷିଣମୋଡ଼ କରାଯାଇଛି।

ପରମ୍ପରା ଅନୁଯାୟୀ ପ୍ରଥମ ଆଜ୍ଞାମାଳ ସୁଭଦ୍ରାଙ୍କ ବାଡ଼ରୁ ଆସିଥିଲା। ସୁଭଦ୍ରାଙ୍କ ରଥ ପ୍ରଥମେ ଦକ୍ଷିଣ ମୋଡ଼ କରାଯାଇଥିଲା। ଏପଟେ ଆଡ଼ପ ମଣ୍ଡପରେ ମହାପ୍ରଭୁ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ଗୁଣ୍ଡିଚା ମନ୍ଦିରରେ ପ୍ରବଳ ଗହଳି ହେଉଛି।

ବୁଧବାର ଅନୁଷ୍ଠିତ ହୋଇଥିବା ହେରାପଞ୍ଚମୀରେ ମା’ ଲକ୍ଷ୍ମୀ ଶ୍ରୀମନ୍ଦିରରୁ ଶୋଭାଯାତ୍ରାରେ ବାହାରି ଗୁଣ୍ଡିଚା ମନ୍ଦିର ନିକଟକୁ ଆସିଥିଲେ। ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଥିବା ନନ୍ଦିଘୋଷ ରଥକୁ ଅଭିମାନରେ ଭାଙ୍ଗିଥିଲେ। ରସଗୋଲା ଦେଇ ମହାପ୍ରଭୁ ଜଗନ୍ନାଥ ମା’ ଲକ୍ଷ୍ମୀଙ୍କ ମାନଭଞ୍ଜନ କରିଥିଲେ।

Comment