ଓଡ଼ିଶାଲାଇଭ୍‍ ବ୍ୟୁରୋ

ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅବସରରେ ୨୨ ଜୁଲାଇ ରବିବାର ଦିନ ଅନୁଷ୍ଠିତ ହେବାକୁ ଯାଉଛି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବାହୁଡ଼ା ଯାତ୍ରା। ଓଡ଼ିଶାଲାଇଭ୍‌ର ନ୍ୟୁଜ୍‍ ପୋର୍ଟାଲ (www.odisha.live) ସହିତ ଫେସବୁକ ପେଜ୍‍ (www.facebook.com/odishalive) ଏବଂ ୟୁଟ୍ୟୁବ୍‍ ଚ୍ୟାନେଲରେ (www.youtube.com/odishalive) ଚତୁର୍ଦ୍ଧା ମୂର୍ତ୍ତିଙ୍କର ଏହି ଜନ୍ମବେଦୀରୁ ରତ୍ନବେଦୀ ଯାତ୍ରାର ସିଧାପ୍ରସାରଣ ସକାଳ ୭.୩୦ଟାରୁ ଆରମ୍ଭ ହେବ।

Bahuda Yatraଦେଶବିଦେଶର ଦର୍ଶକମାନେ କମ୍ପ୍ୟୁଟର, ଲାପଟପ, ଟ୍ୟାବ୍‍ ଏବଂ ମୋବାଇଲ ଫୋନ ମାଧ୍ୟମରେ ଲଗାତାର ଏହି ସିଧାପ୍ରସାରଣ କାର୍ଯ୍ୟକ୍ରମ ଦେଖିପାରିବେ। ଓଡ଼ିଶା ତଥା ବାହାରର ଦର୍ଶକମାନଙ୍କ ସୁବିଧା ପାଇଁ ନ୍ୟୁଜ୍‍ ପୋର୍ଟାଲ (www.odisha.live) ସହିତ ଫେସବୁକ ପେଜ୍‍ (www.facebook.com/odishalive) ଏବଂ ୟୁଟ୍ୟୁବ୍‍ ଚ୍ୟାନେଲରେ (www.youtube.com/odishalive) ଏହି ସିଧାପ୍ରସାରଣର ଆୟୋଜନ କରାଯାଉଛି ବୋଲି ଓଡ଼ିଶାଲାଇଭ୍‍ ପକ୍ଷରୁ ସୂଚନା ଦିଆଯାଉଛି।

ବାହୁଡ଼ା ପରଦିନ (୨୩ ଜୁଲାଇ, ସୋମବାର) ଶ୍ରୀକ୍ଷେତ୍ରରେ ଶ୍ରୀଜୀଉମାନଙ୍କ ସୁନାବେଶ ଅନୁଷ୍ଠିତ ହେଉଛି। ଏହାର ସିଧାପ୍ରସାରଣ ଅପରାହ୍‌ଣ ୨ଟା ୩୦ ମିନିଟରୁ ଓଡ଼ିଶାଲାଇଭ୍‌ରେ ଆରମ୍ଭ ହେବ। ସେହିପରି ଅଧରନୀତି ବା ଅଧରପଣାର ଲାଇଭ୍‍ ପ୍ରସାରଣ ୨୪ ଜୁଲାଇ ମଙ୍ଗଳବାର ସନ୍ଧ୍ୟା ୫ଟାରୁ ହେବ।

ଚଳିତ ରଥଯାତ୍ରାର ଶେଷ ପର୍ଯ୍ୟାୟରେ ନିଳାଦ୍ରୀବିଜେ ଅବସରରେ ମହାପ୍ରଭୁ ଶ୍ରୀମନ୍ଦିରକୁ ଫେରିଯାଇ ରତ୍ନ ସିଂହାସନରେ ବସିବେ। ଜୁଲାଇ ୨୫ ତାରିଖ ବୁଧବାର ଦିନ ଦେଶବିଦେଶରେ ଦର୍ଶକମାନେ ଓଡ଼ିଶାଲାଇଭ୍‌ ନ୍ୟୁଜ୍‍ ପୋର୍ଟାଲ ଓ ସୋସିଆଲ ଚ୍ୟାନେଲ ମାଧ୍ୟମରେ ପୁରୀରୁ ଏହି କାର୍ଯ୍ୟକ୍ରମର ସିଧାପ୍ରସାରଣ ଦେଖିପାରିବେ।

ଶ୍ରୀଗୁଣ୍ଡିଚା ଅବସରରେ ଚଳିତବର୍ଷ ୧୦ ଲକ୍ଷରୁ ଅଧିକ ଦର୍ଶକ ଓଡ଼ିଶାଲାଇଭର ବିଭିନ୍ନ ଚ୍ୟାନେଲ ମାଧ୍ୟମରେ ଶ୍ରୀକ୍ଷେତ୍ରରୁ ରଥଯାତ୍ରାର ସିଧାପ୍ରସାରଣ ଦେଖିଥିଲେ। ଏହା ଓଡ଼ିଶାର ଅଗ୍ରଣୀ ଡିଜିଟାଲ ମିଡିଆ ଓଡ଼ିଶାଲାଇଭକୁ ଏକ ନୂଆ ଉଚ୍ଚତାକୁ ନେଇପାରିଛି।

Comment