ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅହରହ ବର୍ଷାରେ ରାଜଧାନୀ ଓ କଟକର ବିଭିନ୍ନ ରାସ୍ତା ପାଣିରେ ବୁଡ଼ି ଯାଇଥିବାରୁ ଏହି ଦୁଇଟି ସହରର ସମସ୍ତ ସରକାରୀ, ବେସରକାରୀ ସ୍କୁଲ ଓ କଲେଜକୁ ଛୁଟି ଘୋଷଣା କରାଯାଇଛି।

ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେଇଛି। ଏହାର ପ୍ରଭାବରେ ଗତକାଲିଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ପ୍ରବଳତର ବର୍ଷା ହେଉଛି।

ଲଘୁଚାପ ଯୋଗୁଁ ରାଜଧାନୀ ଭୁବନେଶ୍ୱର ଓ କଟକର ସ୍ଥିତି ଅତ୍ୟନ୍ତ ସଙ୍ଗୀନ ହୋଇପଡ଼ିଛି। ଅହରହ ବର୍ଷାରେ ରାଜଧାନୀ ଓ କଟକର ବିଭିନ୍ନ ରାସ୍ତା ପାଣିରେ ବୁଡ଼ି ଯାଇଥିବାରୁ ଏହି ଦୁଇଟି ସହରର ସମସ୍ତ ସରକାରୀ, ବେସରକାରୀ ସ୍କୁଲ ଓ କଲେଜକୁ ଛୁଟି ଘୋଷଣା କରାଯାଇଛି।

ରାତି ତମାମ ପ୍ରବଳ ବର୍ଷାରେ ଭୁବନେଶ୍ୱରର ନୟାପଲ୍ଲୀ ଅଞ୍ଚଳ ସହ ଆଚାର୍ଯ୍ୟ ବିହାର, ଜୟଦେବ ବିହାର, କଳିଙ୍ଗ ଷ୍ଟାଡିୟମ, ଶୈଳଶ୍ରୀ ବିହାର ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।

ନୟାପଲ୍ଲୀ ଅଞ୍ଚଳରେ ଅଣ୍ଟାଏ ଉଚ୍ଚରେ ପାଣି ରହିଥିବାବେଳେ ଅନେକ ସ୍ଥାନରେ ଘରେ ପାଣି ପଶିଥିବା ଦେଖିବାକୁ ମିଳିଛି।  ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।

ସେହିପରି  ପ୍ରବଳ ବର୍ଷାରେ କଟକରେ ମଧ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।  ସିଡିଏ  ଅଞ୍ଚଳର କିଛି ସ୍ଥାନରେ ଘରେ ଆଣ୍ଠୁଏ ଉଚ୍ଚରେ ପାଣି ଜମି ରହିଛି।

Comment